Spread the love

ସତରେ କ’ଣ ଦରଦାମ ବଢିଛି????

10,000 ଟଙ୍କା ମୂଲ୍ୟର ଆଣ୍ଡ୍ରଏଡ୍ ଫୋନ୍ ଛାଡି ଲୋକେ ଲକ୍ଷେ ଟଙ୍କା ମୂଲ୍ୟର ଆଇ ଫୋନ୍ କିଣୁଛନ୍ତି।
ଏଣେ ପାଟି କମ୍ପାଉଛନ୍ତି,  ଦରଦାମ ବଢିଯାଇଛି!!!

ସରକାରୀ ବିଦ୍ୟାଳୟରେ ପିଲାମାନଙ୍କୁ ମାସକୁ ଫ୍ରୀ ଶିକ୍ଷା ଦେବା ପରିବର୍ତ୍ତେ ସେମାନେ ଘରୋଇ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ମାସକୁ 5,000 ଟଙ୍କା ଖର୍ଚ୍ଚ କରୁଛନ୍ତି।
ଏଣେ ପାଟି କମ୍ପାଉଛନ୍ତି,  ଦରଦାମ ବଢିଯାଇଛି!!!

5,000 ଟଙ୍କାର ସାଇକେଲ ଚଲାଇବା ପରିବର୍ତ୍ତେ ଲକ୍ଷେ ଟଙ୍କା ମୂଲ୍ୟର ବାଇକ୍ ଚଲାଉଛନ୍ତି।
ଏଣେ ପାଟି କମ୍ପାଉଛନ୍ତି,  ଦରଦାମ ବଢିଯାଇଛି!!!

ମାରୁତି-800 ଚଲେଇବା ବାଲା  ଏବେ 10 ଲକ୍ଷ ଟଙ୍କା ମୂଲ୍ୟର କାର ଚଳାଉଛନ୍ତି |
ଏଣେ ପାଟି କମ୍ପାଉଛନ୍ତି,  ଦରଦାମ ବଢିଯାଇଛି!!!

ପରିବାର ପାଇଁ ଦୁଇ କିମ୍ବା ତିନୋଟି କୋଠରୀ ବିଶିଷ୍ଟ ଘର ନିର୍ମାଣ କରିବା ପରିବର୍ତ୍ତେ ଲୋକେ ଦୁଇ ମହଲା ଡୁପ୍ଲେକ୍ସ ନିର୍ମାଣ କରୁଛନ୍ତି |
ଏଣେ ପାଟି କମ୍ପାଉଛନ୍ତି,  ଦରଦାମ ବଢିଯାଇଛି!!!

ଘରର କାନ୍ଥକୁ ଚୂନ ଦ୍ୱାରା ରଙ୍ଗ ନ କରି ଡବଲ ପୁଟି ସହିତ ୱାଟର ପେଣ୍ଟରେ  ଲକ୍ଷେ-ଦିଲକ୍ଷ ଖର୍ଚ୍ଚ କରି ରଙ୍ଗ କରୁଛନ୍ତି।
ଏଣେ ପାଟି କମ୍ପାଉଛନ୍ତି,  ଦରଦାମ ବଢିଯାଇଛି!!!

ବିବାହ ଭୋଜିରେ ଡାଲି, ଭାତ, ପନିପରିବା ଓ ମାଛ ତିଆରି କରିବା ପରିବର୍ତ୍ତେ  ଛପନ ଭୋଗ ସହ ମଟନ ଚିଙ୍ଗୁଡ଼ି ପ୍ରସ୍ତୁତ ହେଉଛି ।
ଏଣେ ପାଟି କମ୍ପାଉଛନ୍ତି,  ଦରଦାମ ବଢିଯାଇଛି!!!

10,000 ର  ପାରମ୍ପାରିକ ଲୋକବାଦ୍ୟ ନ ବଜାଇ  ଲକ୍ଷେ ଟଙ୍କାର DJ ବଜାଇ ବିବାହ କରୁଛନ୍ତି |
ଏଣେ ପାଟି କମ୍ପାଉଛନ୍ତି,  ଦରଦାମ ବଢିଯାଇଛି!!!

କଳସୀର ପାଣି ପିଇବା ପରିବର୍ତ୍ତେ ସେମାନେ ଫିଲଟର ଓ ଫ୍ରିଜ୍ ର ପାଣି ପିଉଛନ୍ତି।
ଏଣେ ପାଟି କମ୍ପାଉଛନ୍ତି,  ଦରଦାମ ବଢିଯାଇଛି!!!

ଫ୍ୟାନ ପବନ ଆଉ ଚଳୁନି ଏ.ସି. ର ଧଣ୍ଡା ପବନ ଖାଉଛନ୍ତି ।
ଏଣେ ପାଟି କମ୍ପାଉଛନ୍ତି,  ଦରଦାମ ବଢିଯାଇଛି!!!

ଘର ଚାରିପାଖରେ ସବୁଜ ପନିପରିବା ଓ ଫଳ ଗଛ ଲଗାଇବା  ଛାଡି କୁଣ୍ଡରେ  ବିଦେଶୀ ବୋନସାଇ  ରୋପଣ କରାଯାଉଛି ।
ଏଣେ ପାଟି କମ୍ପାଉଛନ୍ତି,  ଦରଦାମ ବଢିଯାଇଛି!!!

ଛୋଟିଆ ମୋଟିଆ ରୋଗ ପାଇଁ ଘରୋଇ ଆୟୁର୍ବେଦିକ ଉପଚାର ନ କରି ଘରୋଇ ଡାକ୍ତରଖାନାରେ ଆଡ଼ମିଟ ହୋଇଯାଉଛନ୍ତି।
ଏଣେ ପାଟି କମ୍ପାଉଛନ୍ତି,  ଦରଦାମ ବଢିଯାଇଛି!!!

3,000 ଟଙ୍କାର ତୁଳା ଗଦି ଛାଡି 30,000 ଟଙ୍କାର ଫୋମ ଗଦିରେ ଶୋଉଛନ୍ତି।
ଏଣେ ପାଟି କମ୍ପାଉଛନ୍ତି,  ଦରଦାମ ବଢିଯାଇଛି!!!

ଧୂମପାନ ପାଇଁ  5 ଟଙ୍କିଆ ବିଡ଼ି ବଣ୍ଡଲ ଛାଡି ଲୋକେ 170 ଟଙ୍କିଆ ପ୍ୟାକେଟର ମର୍ଲବୋରୋ ସିଗାରେଟ ଟାଣୁଛନ୍ତି।
ଏଣେ ପାଟି କମ୍ପାଉଛନ୍ତି,  ଦରଦାମ ବଢିଯାଇଛି!!!

ବର୍ଷରେ ଦୁଇ ଯୋଡି ପୋଷାକରେ କାମ ଚଳେଇବା ଲୋକେ ଏବେ  ପ୍ରତି ମାସରେ ପୋଷାକ କିଣୁଛନ୍ତି ।
ଏଣେ ପାଟି କମ୍ପାଉଛନ୍ତି,  ଦରଦାମ ବଢିଯାଇଛି!!!

ଘରେ ଶିକ୍ଷିତ ସ୍ତ୍ରୀ ବସି ମୋବାଇଲ ଦେଖୁଛି କିନ୍ତୁ  ପିଲାମାନଙ୍କ ପଢ଼ାପାଇଁ ଟ୍ୟୁସନର ବ୍ୟବସ୍ଥା କରାଯାଇଛି ।
ଏଣେ ପାଟି କମ୍ପାଉଛନ୍ତି,  ଦରଦାମ ବଢିଯାଇଛି!!!

ଏଇମିତି ଦୁନିଆଁ ରେ କେତେ କ’ଣ ବଦଳିଛି। ଏହା ଦେଖି ମନ ପଚାରୁଛି ସତରେ କ’ଣ ଦରଦାମ ବଢିଛି!!!!!

Leave a Reply

Your email address will not be published. Required fields are marked *