Spread the love

ମେରେ ବିଲ୍ଲି ମୁଝେ ମ୍ୟାଉ।
ଗତ ତା୨୩/୫/୨୪ ରିଖ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବିନୀ ବୈଷ୍ଣବ ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସି ବିଜେପି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିଥିଲେ।ଏ ଅବସରରେ ସେ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାରକୁ ଅପାରଗ, ଦୁର୍ନୀତି ଗ୍ରସ୍ତ କହିବା ସହିତ ଅଣ ଓଡ଼ିଆ ବ୍ୟକ୍ତି ଶାସନ ଚଳାଇଛନ୍ତି ବୋଲି ଆରୋପ କରିଛନ୍ତି।ରେଳ ବିଭାଗରେ ଓଡ଼ିଶା ପାଇଁ ସେ ଯାହା କରିଛନ୍ତି ଓ ଆଗାମୀ ଦିନରେ ଯାହା କରିବେ ତାହା ବଖାଣିଛନ୍ତି।ଏ ବାବଦରେ ଓଡିଶା ବାସୀଙ୍କ ମନରେ କିଛି ପ୍ରଶ୍ନର ସେ ଯଦି ଉତ୍ତର ଦିଅନ୍ତେ,ତା ହେଲେ ଭଲ ହୁଅନ୍ତା।୧) ସାଧାରଣ ଲୋକେ ଯାତ୍ରା କରୁଥିବା ଫାଷ୍ଟ ପାସେଞରର ଭଡା କୋଭିଦ ସମୟରୁ ଏକ୍ସପ୍ରେସ କରାଗଲା କାହା ସ୍ବାର୍ଥରେ?
୨)କୋଭିଦ ସମୟରୁ ଉତ୍କଳ ଏକ୍ସପ୍ରେସର ଜଳେଶ୍ଵର ରେ ରହଣି ପ୍ରଥମେ ବନ୍ଦ ହେବା ଏବଂ ପରେ କେବଳ ଅପ୍ ଟ୍ରେନର ରହଣି କାହା ଇଙ୍ଗିତରେ?
୩) ବାହାନଗା ଭଳି ଟ୍ରେନ ଟ୍ରେଜେଡି ସମୟରେ ଓଡ଼ିଶା ସରକାରଙ୍କ ରେସକ୍ୟୁ କାର୍ଯ୍ୟ କ୍ରମରେ ସେ ଦୁର୍ନୀତି ର ଛିଟା ଅନୁଭବ କରିଥିଲେ କି?
୪) ଜଳେଶ୍ଵର ସମାଜ କଲ୍ୟାଣ ପରିଷଦ ତାଙ୍କୁ ଭବ୍ୟ ସ୍ଵାଗତ କରି ଜଳେଶ୍ଵର ଷ୍ଟେସନର ଯେଉଁ ସମସ୍ୟା ଉପସ୍ଥାପନ କରିଥିଲେ, ତାହା କେତେ ମାତ୍ରାରେ ପୂରଣ ହୋଇଛି?
୫)ବନ୍ଦେ ଭାରତ ଆଦି ପ୍ରିମିୟମ ଟ୍ରେନ ଚଳାଇବା ଦ୍ବାରା ସାଧାରଣ ତଥା ମଧ୍ୟ ବିତ୍ତ ଶ୍ରେଣୀର ଲୋକଙ୍କ କି ଉପକାର ହେଉଛି?
୬) ରେଳ ଷ୍ଟେସନ ଓ ରେଲୱେ ର ବିକାଶ ଦାୟିତ୍ଵ କର୍ପୋରେଟ ସଂସ୍ଥାକୁ ଦିଆଯାଇଛି କାହା ସ୍ବାର୍ଥରେ?
୭)ସର୍ବୋପରି ନବୀନ ପଟ୍ଟନାୟକଙ୍କ ଦ୍ବାରା ଦୁଇ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇ, ମନ୍ତ୍ରୀ ହୋଇ ଓଡ଼ିଶାରେ ଆସି ତାଙ୍କ ବିରୋଧରେ ପ୍ରଚାର କରିବା ଅଶ୍ବିନୀ ବାବୁଙ୍କ କେଉଁ ମାନବିକତା ଏବଂ କେଉଁ ଆଦର୍ଶର ପରିଚାୟକ?
ଏହାଠାରୁ ବଳି ବେଇମାନି ବୋଧହୁଏ ମଣିଷ ସମାଜରେ ନାହିଁ। ଓଡ଼ିଶା ବାସୀ ତଥା ଜଳେଶ୍ଵର ବାସୀ ଏହାର ବିଚାର କରିବେ।

Leave a Reply

Your email address will not be published. Required fields are marked *