ଗୋଆଲିଅର ଆଇଜି ଅଫିସରେ କାର୍ଯ୍ୟରତ ଜଣେ ମହିଳା ASI ଓ ଜଣେ କନେଷ୍ଟବଳ ଏଇ ମାସ 7 ତାରିଖରୁ କୁଆଡେ ଫେରାର ହେଇଗଲେ. ସେମାନଙ୍କର ଇଲେକ୍ସନ ଡିଉଟି ଥିଲା ଡିଉଟି ଠିକ ଭାବେ ସମାପ୍ତ କରିବା ପରେ ନିଜ ନିଜ ଘରକୁ ଯିବା ପରିବର୍ତ୍ତେ ଦିଲ୍ଲୀ ପଳେଇଲେ. ଯେତେବେଳେ ପରିବାର ଲୋକମାନେ ଖୋଜିଲେ କୌଣସି ଠାରେ କିଛି ଖବର ମିଳିଲା ନାହିଁ.
ସେମାନେ ସେମାନଙ୍କର ମୋବାଇଲ ସୁଇଚିଅଫ କରିଦେଇଥିଲେ.. ଖବର ଗୋଆଲିଅର ପୋଲିସ ହେଡକ୍ୱାରର୍ଟର ରେ ପଂହଁଚିଲା. ପୁରା ପୋଲିସ ଡିପାର୍ଟମେଣ୍ଟ ରେ ଚିନ୍ତା ବଢିଲା କୁଆଡେ ଗଲେ କାହିଁ କିଛି ଘଟଣା ଘଟିନାହିଁ ତ??? ସହଜେ ନିର୍ବାଚନ ସମୟ. ଖୋଜା ଖୋଜି ହେବା ପରେ ପ୍ରଥମ କିଛି ଖବର ଆସିଥିଲା ଦୁଇଜଣ ଦିଲ୍ଲୀ ଅଭିମୁଖେ ଯାଉଥିବାର ଦୂର୍ଷ୍ୟ କେହିଜଣେ ଦେଖିଥିଲେ.. ସାତ ଦିନ ପରେ ଜଣାପଡିଲା ଦୁଇଜଣ ଦିଲ୍ଲୀ ସ୍ଥିତ ଆର୍ଯ୍ୟ ସମାଜ ମନ୍ଦିର ରେ ବିବାହ କରି ଏକ ଗେଷ୍ଟ ହାଉସ ରେ ଅଛନ୍ତି.
. ଏତିକି ଖବର ମିଳିବା ପରେ ଦୁଇଜଣ ଙ୍କ ପରିବାର ବି ସେଠାରେ ପଂହଁଚିଲେ.. କିନ୍ତୁ ସେଠାରୁ ସେମାନେ ରୁମ ଛାଡି ଦେଇ ପୁଣି ଅନ୍ୟ ଏକ ସ୍ଥାନକୁ ଯାଉଥିବା ବେଳେ ସେମାନଂକୁ ପୋଲିସ ପଛେ ପଛେ ଯାଇ ଧରିଥିଲେ.. ମାମଲା ଗମ୍ଭୀର ହେବାରୁ ସେମାନଂକୁ ପୋଲିସ ଡିପାର୍ଟମେଣ୍ଟ ରୁ ନୀଳମ୍ବନ କରାଯାଇଥିଲା…ମହିଳା ASI ଙ୍କ ନାଁ ନିଶା ଜୈନ ଓ କନେଷ୍ଟବଳ ଙ୍କ ନାଁ ଅଖଣ୍ଡ ପ୍ରତାପ ସିଂ..