Spread the love

ମାର୍ଚ୍ଚ ୮ …
ସକାଳେ ହୋଲି ମିଳନ ।ସନ୍ଧ୍ୟାରେ ବିଶ୍ଵ ମହିଳା ଦିବସ ପାଳନ ।ଭାବିଲି ବ୍ୟଙ୍ଗ ଢଙ୍ଗରେ ଦି ପଦ ଗାରେଇ ଦେବି ।

ବିଶ୍ଵ ମହିଳା ଦିବସରେ ସମଗ୍ର ନାରୀ ସମାଜକୁ କୋଟି କୋଟି ପ୍ରଣାମ ।କଥାରେ ଅଛି ପ୍ରତ୍ୟେକ ପୁରୁଷର ସଫଳତାର ପ୍ରଚ୍ଛଦ ପଟର ନାୟିକା ଏକ ମହିଳା ।ଜୀବନର ପ୍ରତି ମୁହୂର୍ତ୍ତରେ ଛାଇ ପରି ସୁଖ ଦୁଃଖରେ ପ୍ରେରଣା ଯୋଗାଉଥିବା ମୋର ଧର୍ମପତ୍ନୀ (ରୋଜି)ଙ୍କୁ ଆଜିର ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ମୋ ପରି ଜଣେ ଅବୁଝା/ଅଲୋଡା/ଅପାରଗ ବ୍ୟକ୍ତିର କଲମକୁ ଶକ୍ତ କରିବାର ସବୁ ଶ୍ରେୟ ଯାଉଛି ଧର୍ମପତ୍ନୀଙ୍କୁ । ଅର୍ଥ ଓ ଭକ୍ତି ଦୁଇଟି ଅଲଗା ଜିନିଷ। ଅର୍ଥ କ୍ଷଣିକ ସୁଖ ଦିଏ । ଭକ୍ତି ଶାଶ୍ଵତ । ଚୀର ଦିନ ପାଇଁ ସୁଖ ଦିଏ। ହୁଏତ ଆଜିକାଲି ସମୟ ଅନୁସାରେ ଏହା ଅସମ୍ଭବ। କିନ୍ତୁ ମୋ ପାଇଁ ଅସମ୍ଭବକୁ ସମ୍ଭବ କରିଛନ୍ତିି ମୋର ଧର୍ମପତ୍ନୀ । ଏହାହିଁ ପରମ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ମୋ ପାଇଁ ଏକ ଅମୁଲ୍ୟ ବରଦାନ। ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି ।ଏ ଯାତ୍ରା ଏତେ ସହଜ ନୁହେଁ । କିନ୍ତୁ ଜୀବନ ଯୁଦ୍ଧରେ ହାର ମାନିନି । ବିଶେଷ କରି ଧର୍ମ ପତ୍ନୀଙ୍କର ଭୌତିକ ତ୍ୟାଗ, ନିଃସ୍ୱାର୍ଥ ସେବା ଓ କୃଷ୍ଣ ଭକ୍ତି ହିଁ ମୋତେ ପ୍ରେରଣା ଯୋଗେଇ ଦେଇଛି !
ମୋର ପ୍ରଥମ ପୁସ୍ତକ “ଅମିୟ ରସରେ ଶ୍ରୀମଦ୍ ଭଗବତ ଗୀତା – ନବାକ୍ଷରୀ ଅନୁବାଦ” ୨୦୧୯ ରେ ପବିତ୍ର ଗୀତା ଜୟନ୍ତୀ ଦିବସରେ ପ୍ରକାଶିତ ହେଲା ଓ କେନ୍ଦ୍ରମନ୍ତ୍ରୀ ଡ଼ ପ୍ରତାପ ଷଡ଼ଙ୍ଗୀଙ୍କ କର କମଳରେ ହରିନାମ୍ ସଙ୍କୀର୍ତ୍ତନ ମହମନ୍ତ୍ର ସହିତ ଉନ୍ମୋଚିତ ହୋଇଥିଲା । AR PIONEER ତରଫରୁ ଆଉ ୫ଟି ପୁସ୍ତକ ଭାରତ ସରକାରଙ୍କ ମାନ୍ୟତା ପ୍ରାପ୍ତ କରିବା ସହିତ ISBN ପ୍ରାପ୍ତ ହୋଇଛି । ଏ ପର୍ଯ୍ୟନ୍ତ ୫ ଟି ପୁସ୍ତକ ପ୍ରସ୍ତୁତ ହୋଇ ସାରିଛି। ଆଉ ୩ଟି ପୁସ୍ତକ ପ୍ରସ୍ତୁତି ପଥରେ । ଏ ସବୁର ଶ୍ରେୟ ସେଇ ପ୍ରଚ୍ଛଦ ପଟର ମହିଳା (ଧର୍ମପତ୍ନୀ ରୋଜାଲିନ ପ୍ରଧାନଙ୍କୁ) ଯାଉଛି ।
ଆଜିର ଏହି ପବିତ୍ର ଦିବସରେ ବ୍ୟଙ୍ଗରସରେ ମନକୁ ହାଲକା କରିବାର ଏକ ପ୍ରୟାସ ଏଇ କବିତା ମାଧ୍ୟମରେ । ଜୟ ମାତୃଶକ୍ତି

Leave a Reply

Your email address will not be published. Required fields are marked *