Spread the love

ପାରାଦୀପ – ସମୁଦ୍ର ମଝିରୁ ଗୁପ୍ତଚର ପାରା ଉଦ୍ଧାର। ପାରା ଦେହରେ ଲାଗିଛି କ୍ୟାମେରା ଓ ଚିପ୍ । ପାରା ଡେଣାରେ ଏକ ଅଜଣା ବିଦେଶୀ ଭାଷାରେ ଲେଖାକୁ ନେଇ ସନ୍ଦେହ। କୋଣାର୍କ ନିକଟ ଗଭୀର ସମୁଦ୍ରରେ ସାରଥୀ ନାମକ ଟ୍ରଲର ମାଛ ଧରୁଥିବା ସମୟରେ ମତ୍ସ୍ୟଜୀବୀ ମାନଙ୍କ ଦ୍ଵାରା ଉଦ୍ଧାର। ମେରାଇନ୍ ଥାନା ପୋଲିସ ପହଞ୍ଚି ଟ୍ରଲର ରୁ ପାରାକୁ କଲା ଉଦ୍ଧାର । ଗୁପ୍ତଚର ପାରା କୁ ନେଇ ବଢିଲା ସନ୍ଦେହ। କୋଉଠୁ ଆସିଲା ଏ ପାରା ?
କିଏ ପଠାଇଛି ?
କଣ ତାର ଉଦ୍ଦେଶ୍ୟ ?
ପାରା କେଉଁ ତଥ୍ୟ ହାସଲ କରୁଥିଲା ?

କେବେଠୁ ଏବଂ କୋଉ ଜାଗାରୁ ଏ ପାରା ଆସିଛି ଏମିତି କେତେ କଣ ପ୍ରଶ୍ନ ଉଠୁଛି , ଯାହାକୁ ନେଇ ମେରାଇନ ପୋଲିସ ତନାଘନା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *