Spread the love

ତା29.04.2024ରିଖର
ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି –

” ରଖେ ହରି ମାରେ କିଏ:
ମାରେ ହରି ରଖେ କିଏ?”

“ତା 28.04.2024ରିଖର ଭଙ୍ଗାଖବର-Breaking News”

 "ପୁରୀରେ ରେଳବାଇର 

ନିର୍ମାଣାଧୀନ ବିଶ୍ୱସ୍ତରୀୟ
ପ୍ରକଳ୍ପର ଛାତ ଭୁଷୁଡି ପଡିଲା”।

ଏପରି କାଳିଆଠାକୁର କିଛିଗୋଟାଏ ଭଲପାଇଁ କରେଇଥିବେ, ଯେହେତୁ ଏହି ମହୀରେ ସବୁକିଛି ତାଙ୍କରି ନିର୍ଦ୍ଦେଶରେ ପ୍ରାଣୀଙ୍କ ମଙ୍ଗଳପାଇଁ
ହୋଇଥାଏ, ଯାହାକୁ ACT OF GOD ବୋଲି କୁହାଯାଏ ।

କିନ୍ତୁ, ଅଣବିଜେପି ଶାସିତ ରାଜ୍ୟ ସରକାରଙ୍କ ପ୍ରକଳ୍ପରେ ଏପରି
ACT OF FRAUD ଯୋଗୁ ହୋଇଥାଏ। ଏଥିରେ GODଙ୍କର କୌଣସି ଭୂମିକା ନଥାଏ।

ତେଣୁ ତ ଯଥାର୍ଥରେ ACT OF GOD କ୍ଷେତ୍ରରେ ବୁଦ୍ଧିଜିବୀ,
ବୁଦ୍ଧିବାଦୀ, ସମାଜସେବୀ ଓ ଗଣମାଧ୍ୟମ ଚୁପ ରହୁଥିବାସ୍ଥଳେ
ACT OF FRAUD କ୍ଷେତ୍ରରେ ସେମାନେ
” ଖାଇଗଲେ, ନେଇଗଲେ, ସାରିଦେଲେ” ଭଳି ରଡି ପକାନ୍ତି।

ଯେଉଁମାନେ ଏମାନଙ୍କୁ ” ବରାଦିଆ” ବୋଲି ଆକ୍ଷେପ କରନ୍ତି,
ସେମାନେ ACT OF GOD ଓ ACT OF FRAUD ଭିତରେଥିବା ଫରକ ବାବଦରେ ଅନଭିଜ୍ଞଥାଇ ଏପରି ଆକ୍ଷେପ କରିଥାଆନ୍ତି ।

ACT OF FRAUD ଓ
ACT OF GOD
ବାବଦରେ ଉଦାହରଣ:-

ତା31.03.2016ରିଖରେ କୋଲକତାରେ ନିର୍ମାଣାଧୀନ ବିବେକାନନ୍ଦ ଫ୍ଲାଏଓଭରଟି ଭୁଷୁଡିପଡିବା ଫଳରେ ପଚିଶରୁ ଅଧିକ ମୃତ୍ୟୁବରଣ କରିଥିଲେ।ସେତେବେଳେ ପଶ୍ଚିମବଙ୍ଗ ବିଧାନସଭା ପାଇଁ ନିର୍ବାଚନ ପ୍ରଚାର ଚାଲିଥାଏ।
ତା 07.04.2016ରିଖରେ ପଶ୍ଚିମବଙ୍ଗର ଏକ ନିର୍ବାଚନୀ ସଭାରେ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ କହିଥିଲେ ” ସେମାନେ କହୁଛନ୍ତି ଏହା ଭଗବାନଙ୍କ କାମ
( Act of GOD- ଏଭଳି ନିର୍ମାଣ ଦାୟିତ୍ୱରେ ଥିବା କଂଟ୍ରାକ୍ଟର କହିଥିଲେ), କିନ୍ତୁ ପ୍ରକୃତରେ ଏହା ଦୁର୍ନୀତି ଯୋଗୁ ହୋଇଛି – ACT OF FRAUD ।ଏହା ଜରିଆରେ ଭଗବାନ ବାର୍ତ୍ତା ପଠେଇଛନ୍ତି
ଯେ ‘ ଆଜି ପୋଲ ଭୁଷୁଡି ପଡିଲା , କାଲିକି ସେ ( She) ରାଜ୍ୟଟିକୁ
ଭୁଷୁଡେଇ ଦେବେ’, ତେଣୁ ସଜାଗ ରୁହନ୍ତୁ”।

କିନ୍ତୁ ତା 15.08.2018ରିଖରେ ମୋଦିଜୀଙ୍କ ନିର୍ବାଚନକ୍ଷେତ୍ର
ବାରଣାସୀରେ ନିର୍ମାଣଧୀନ ପୋଲ ଭୁଷୁଡିବା ( ମୂତକ-18 ),
ତା 30.10.2022ରିଖରେ ଗୁଜୁରାଟର ମୋର୍ବିଠାରେ
ସଦ୍ୟ ମରାମତି ହୋଇଥିବା ଗୋଟିଏ ଝୁଲାପୋଲ ଭାଙ୍ଗିଯିବା
(ମୃତକ- 140) ତଥା ତା24.08.2023ରିଖରେ ମିଜୋରାମର
କୁଋଙ୍ଗ ନଦୀ ଉପରେ ନିର୍ମାଣଧୀନ ରେଳପୋଲ ଭାଙ୍ଗିଯିବାରୁ
ଅଠରଜଣ ମୃତ୍ୟୁବରଣ କରିବା ଦୁର୍ନୀତିଜନିତ
( ACT OF FRAUD ) ବୋଲି ମୋଦିଜୀ କହିନଥିବାରୁ
ଏଗୁଡିକ ନିଶ୍ଚିତଭାବରେ ACT OF GOD ପର୍ଯ୍ୟାୟଭୂକ୍ତ ।ପୁରୀର ରେଳବାଇ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ
ଅଧୀନସ୍ଥ ହୋଇଥିବାରୁ
ACT OF FRAUD ।

ଜୟ ଜଗନ୍ନାଥ - ଜୟ ଶ୍ରୀରାମ 
        ଜୟ ବଜରଙ୍ଗବାଲୀ

(ଉପରେ ଥିବା ଫଟୁ- 28.04.2024 –
ପୁରୀ ରେଳବାଇ ପ୍ରକଳ୍ପରେ ACT OF GOD)

Leave a Reply

Your email address will not be published. Required fields are marked *