ହଠାତ୍ ନଜର ପଡିଗଲା ଏ କୁରାଡି (ଟାଙ୍ଗିଆ) ଉପରେ । ଭାବନାକୁ ବ୍ୟକ୍ତ କରିବାକୁ କଲମ ହାତ ଠାରି କାନ ପାଖରେ ଗୁଣୁ ଗୁଣୁ ହୋଇ କିଛି କହିବାକୁ ଚେଷ୍ଟା କଲା । ମନ ଚେଷ୍ଟା କଲା କବିତାର ରୂପ ଦେବା ପାଇଁ । କାଠ ତିଆରି ବେଣ୍ଟ ନଥିଲେ କୁରାଡି ଅସହାୟ । କୌଣସି କାମ କରି ପାରେନା । କାଟିବା ହିଁ ତାର କର୍ତ୍ତବ୍ୟ କହି ଛାତି ଫୁଲେଇ ଗଛ କାଟି ଚାଲିଥାଏ ।ଯିଏ ସାହାଯ୍ୟ କରେ ତାର ବଂଶକୁ ନିପାତ କରେ ।
କାଠ ତିଆରି ବେଣ୍ଟ ସବୁ ଦେଖି ନୀରବତାକୁ ସମ୍ମାନ ଦିଏ ।ଚୁପ୍ ଚାପ୍ ସାହାଯ୍ୟ କରେ ଓ ପରୋକ୍ଷରେ ନିଜ ବଂଶ ବୁଡ଼େଇ ଦିଏ ।ତେଣୁ ନିଜ ସମାଜକୁ ଜାଣି ଶୁଣି ନୀରବତାର ପାଠ ପଢେ଼ଇ ମରଣ ମୁହଁକୁ ଠେଲି ଦିଏ ।କହିବାର ତାତ୍ପର୍ଯ୍ୟ ହେଲା ବେଳେ ବେଳେ ପର ଅପେକ୍ଷା ନିଜ ଲୋକ ବେଶୀ କ୍ଷତି କରି ନୀରବତାକୁ ଅସ୍ତ୍ର କରି ଥାଏ ।ମହାଭାରତରେ କୁରୁ ସଭାର ନୀରବତା ବିଚାରୀ ଦ୍ରୋପଦୀ ପାଇଁ ଶତ୍ରୁ ପାଲଟି ଯାଇଥିଲା ।ତେଣୁ ନୀରବତା ସବୁ ସମୟରେ ଠିକ ବୋଲି ଭାବିବା ଠିକ ନୁହେଁ ।ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ବଳନ କରିବାରେ ନିଜ ବଂଶର/ସମାଜର ରକ୍ଷା ହୋଇଥାଏ। କାଠ ବେଣ୍ଟ ପରି ସ୍ୱାର୍ଥପର ହୁଅନ୍ତୁ ନାହିଁ। 🙏
