ଏହି ସଂସାରରେ ମନୁଷ୍ୟଜନ୍ମ ମିଳିବା ଅତି ଦୁର୍ଲଭ । ମନୁଷ୍ୟଜନ୍ମରେ ହିଁ ଅବିନାଶୀ ପରମାତ୍ମାଙ୍କୁ ପ୍ରାପ୍ତ କରାଯାଇପାରେ । କିନ୍ତୁ ଏହି ଜୀବନ ଯେ କେବେ ଶେଷ ହୋଇଯିବ, ତାହା କହିହେବ ନାହିଁ; ତେଣୁ ଯେଉଁମାନେ ବୁଦ୍ଧିମାନ୍, ସେମାନେ ବୟସ ହେଲେ ସାଧନା କରିବି ବୋଲି ଅପେକ୍ଷା ନ କରି, ବାଲ୍ୟକାଳରୁ ହିଁ ଭଗବତ୍ ପ୍ରାପ୍ତି କରାଉଥିବା ସାଧନ କରିବା ଆବଶ୍ୟକ । କୁହାଯାଏ :-
ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି, ଏ ଜୀବନ ଅନିଶ୍ଚିତ । କେଜାଣି କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ।

ମନୁଷ୍ୟଜନ୍ମ ପାଇ ଭଗବାନଙ୍କ ଚରଣରେ ଶରଣ ନେଇଯିବା ହିଁ ହେଉଛି ଏ ଜୀବନର ଏକମାତ୍ର ସଫଳତା ; କାରଣ ଭଗବାନ୍ ହେଉଛନ୍ତି ସକଳ ପ୍ରାଣୀଙ୍କର ସ୍ବାମୀ, ସୁହୃଦ୍,ପ୍ରିୟତମ ଓ ଆତ୍ମା।
ଊର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱସ୍ଥା ମଧ୍ୟେ ତିଷ୍ଠନ୍ତି ରାଜସାଃ ।
ଜଘନ୍ୟଗୁଣବୃତ୍ତିସ୍ଥା ଅଧୋ ଗଚ୍ଛନ୍ତି ତାମସାଃ।
ସତ୍ତ୍ୱଗୁଣରେ ସ୍ଥିତ ବ୍ୟକ୍ତି ଉର୍ଦ୍ଧ୍ୱଗାମୀ ହୁଅନ୍ତି; ରଜୋଗୁଣ ସ୍ଥିତ ବ୍ୟକ୍ତି ମଧ୍ୟସ୍ଥଳରେ ରହନ୍ତି ଏବଂ ଯେଉଁମାନେ ତମୋଗୁଣରେ ସ୍ଥିତ, ସେମାନେ ନିମ୍ନଗାମୀ ହୁଅନ୍ତି।
ବାଖ୍ୟା

ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ ଆତ୍ମାର ପୁନର୍ଜନ୍ମ ବ୍ୟକ୍ତିତ୍ୱରେ ଗୁଣମାନଙ୍କର ପ୍ରାଧାନ୍ୟ ସହିତ ସମ୍ବନ୍ଧିତ ରହିଥାଏ । ବର୍ତ୍ତମାନ ଜନ୍ମର ଯାତ୍ରା ପୂର୍ଣ୍ଣ କରିବା ପରେ, ଆତ୍ମା ସେହି ସ୍ଥାନରେ ପହଞ୍ଚିଥାଏ, ଯାହା ତା’ର ଗୁଣ ଅନୁରୂପ ଅଟେ । ଏହାକୁ ଜଣେ ଛାତ୍ର ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ମହାବିଦ୍ୟାଳୟରେ ପ୍ରବେଶ କରିବା ସହିତ ତୁଳନା କରାଯାଇପାରେ । ଦେଶରେ ଅନେକ ମହାବିଦ୍ୟାଳୟ ଅଛି । ଯେଉଁ ଛାତ୍ରମାନେ ବିଦ୍ୟାଳୟରୁ ଉତ୍ତମ ଫଳାଫଳ ସହ ଉତ୍ତୀର୍ଣ୍ଣ ହୋଇଥାନ୍ତି, ସେମାନେ ଶ୍ରେଷ୍ଠ ମହାବିଦ୍ୟାଳୟରେ ପ୍ରବେଶାଧିକାର ପାଇଥାନ୍ତି । ଯେଉଁମାନଙ୍କର ନମ୍ବର କମ୍ ଥାଏ, ସେମାନେ ନିକୃଷ୍ଟ ମହାବିଦ୍ୟାଳୟରେ ପ୍ରବେଶ ପାଇଥାନ୍ତି । ଭାଗବତମ୍ କହେ:-
ସତ୍ତ୍ୱେ ପ୍ରଳୀନାଃ ସ୍ୱର୍ ଯାନ୍ତି ନର-ଲୋକଂ ରଜୋ-ଲୟାଃ ତମୋ-ଲୟାସ୍ ତୁ ନିରୟଂ ଯାନ୍ତି ମାମ୍ ଏବ ନିର୍ଗୁଣାଃ ।
“ସତ୍ତ୍ୱଗୁଣଯୁକ୍ତ ବ୍ୟକ୍ତିଗଣ ଉଚ୍ଚତର ସ୍ୱର୍ଗଲୋକକୁ ଗମନ କରନ୍ତି । ରଜୋଗୁଣଯୁକ୍ତ ବ୍ୟକ୍ତି ପୃଥିବୀ ପୃଷ୍ଠରେ ରହନ୍ତି । ତମୋଗୁଣଯୁକ୍ତ ବ୍ୟକ୍ତି ନିମ୍ନଲୋକକୁ ଯାଇଥାନ୍ତି । ନିର୍ଗୁଣମାନେ ମୋତେ ପ୍ରାପ୍ତ କରିଥାଆନ୍ତି।”
ରାମୁ ସାଧୁ ତୁହ୍ମ ସାଧୁ ସୟାନେ । ରାମ ମାମୁଁ ଭଲି ସବ ପହିଚାନେ ॥
ଜସ କୌସିଲାଁ ମୋର ଭଲ ତାକା । ସତ ଫଲୁ ଉହ୍ନହି ଦେଉଁ କରି ସାକା
ଭାବାର୍ଥ :- ରାଣୀ କୈକେୟୀ କହିଲେ, ରାମ ସାଧୁ ଅଟନ୍ତି ଆଉ ତୁମେ ଚତୁର ସାଧୁ ଅଟ, ଆଉ ରାମଙ୍କ ମାତା ମଧ୍ୟ ଆହୁରି ଭଲ, ମୁଁ ସମସ୍ତଙ୍କୁ ଭଲ ରୂପେ ଚିହ୍ନି ସାରିଲି । କୌସଲ୍ୟା ଯେପରି ମୋ’ର ମଙ୍ଗଳ ଚାହିଁଛନ୍ତି, ମୁଁ ମଧ୍ୟ ସେହିପରି ଫଳ ଦେବୀ ଯେ, ମୃତ୍ୟୁ ପର୍ଯ୍ୟନ୍ତ ମନେଥିବ।
ହୋତ ପ୍ରାତ ମୁନିବେଷ ଧରି ଜୌଂ ନ ରାମୁ ବନ ଜାହିଂ ॥
ମୋର ମରନୁ ରାଉର ଅଜସ ନୃପ ସମୁଝିଅ ମନ ମାହିଂ ॥
ଭାଵାର୍ଥ :- ରାଣୀ କୈକେୟୀ କଠୋର ସ୍ବରରେ କହିଲେ, ହେ ରାଜନ୍ ! ସକାଳ ହେବାକ୍ଷଣି ଯଦି ଶ୍ରୀରାମ ମୁନିବେଷ ଧାରଣ କରି ବଣ-ଜଙ୍ଗଲ ଅଭିମୁଖେ ନଯାଉଛନ୍ତି, ତେବେ ମୋ’ର ମଲା ମୁଁହ ନିଶ୍ଚୟ ଦେଖିବ ଏବଂ ବାକି ଅପଯଶ ଓ ଅପକୀର୍ତ୍ତି ଆଦି ମଧ୍ୟ ଭୋଗିବ।
"ଆମେ ସୁଖପାଇଁ ଭିକାରି । ଆମେ ଚିରଦିନ ପାଇଁ ନିରବଚ୍ଛିନ୍ନ ପୂର୍ଣ୍ଣ ସୁଖ କାମନା କରୁ। କିନ୍ତୁ ସୁଖ କାହିଁ ? ଧନଜନରେ, ବିଦ୍ୟାବୁଦ୍ଧିରେ, ଖ୍ୟାତିପ୍ରତିପତ୍ତିରେ କିମ୍ବା ନାମ ଯଶ ପ୍ରଭୃତି ଅନିତ୍ୟ ପାର୍ଥିବ ପଦାର୍ଥରେ କେହି କେବେହେଲେ ସୁଖୀ ହୋଇପାରି ନାହାନ୍ତି । ସୁତରାଂ ତୁମେ ନିଜର ସ୍ୱରୂପ ଜାଣିପାରିଲେ ସୁଖୀ ହେବ।"