Spread the love

: କୋର୍ଟ ବାହାରେ ଦେହରେ ନିଆଁ ଲଗାଇଲେ ଯୁବକ , ଭିତରେ ଚାଲିଥିଲା ଟ୍ରମ୍ପଙ୍କ ଶୁଣାଣି!.
ଆମେରିକାରେ ଘଟିଲା ଅଭାବନୀୟ ଘଟଣା। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଣାଣି ପୂର୍ବରୁ କୋର୍ଟ ବାହାରେ ନିଜ ଶରୀରରେ ନିଆଁ ଲଗାଇ ଦେଇଛନ୍ତି ଜୈନିକ ବ୍ୟକ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ଠିକ କୋର୍ଟ ସାମ୍ନାରେ। ତେବେ କେଉଁ ପରିସ୍ଥିତିରେ ବ୍ୟକ୍ତି ଜଣକ ନିଜ ଶରୀରରେ ନିଆଁ ଲଗାଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ!.
ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସାଙ୍ଗେ ସାଙ୍ଗେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ , ବ୍ୟକ୍ତିଜଣଙ୍କ ଦେହରେ ନିଆଁ ଲାଗିବା ପରେ ସେ ତଳେ ପଡ଼ି ଚିତ୍କାର କରୁଥିଲେ। ଫଳରେ ତ୍ୱରିତ ପଦକ୍ଷେପ ନିଆଯାଇପାରିଲା।

ସୂଚନା ଅନୁସାରେ ପ୍ରଥମେ ବ୍ୟକ୍ତିଜଣକ ପାର୍କ ପଟରୁ ଚାଲି ଚାଲି ଆସିଥିଲେ!.ପରେ ସେ ନିଜ ବ୍ୟାଗକୁ କିଛି ପଦାର୍ଥ ବାହାର କରିଥିଲେ। ତେବେ ତାହା କ’ଣ ଥିଲା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏହା ପରେ ଉକ୍ତ ବ୍ୟକ୍ତିଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ତେବେ ସେହି ପଦାର୍ଥ ସହ ନିଆଁ ଲାଗିବାର କି ସମ୍ପର୍କ ରହିଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏନେଇ ପୋଲିସ ତଦନ୍ତ ଜାରି ରଖିଛି।

ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ହେଉଛି , ଏହି ଘଟଣାର ମାତ୍ର କିଛି ମିନିଟ ପୂର୍ବରୁ ଟ୍ରମ୍ପଙ୍କର ଶୁଣାଣି ହେବାର ଥିଲା। ଏଥିପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ବିଚାର ଲାଗି ୧୨ ଜଣ ବିଚାରପତିଙ୍କ ସହ ଅନ୍ୟ ୬ ଜଣଙ୍କୁ ମଧ୍ୟ ନିଯୁକ୍ତି କରାଯାଇଛି। ଟ୍ରମ୍ଫଙ୍କ ଉପସ୍ଥିତି ପାଇଁ ପୂରା କୋର୍ଟ ପରିସରରେ ସୁରକ୍ଷା କଡ଼ାକଡ଼ି ଥିଲା। ତେବେ ଏହି ଘଟଣା ପରେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି!.

Leave a Reply

Your email address will not be published. Required fields are marked *