Spread the love

ଭାରତରେ ଯୁବ ଉଦ୍ୟୋଗୀ ଖୁସିନାହାଁନ୍ତି: ରଘୁରାମ ରାଜନ୍‌

ଭାରତର ଯୁବ ଉଦ୍ୟୋଗୀ ଖୁସିନାହାନ୍ତି। ବ୍ୟବସାୟ ପ୍ରତିଷ୍ଠା ପାଇଁ ସେମାନେ ଭାରତ ଛାଡି ବିଦେଶକୁ ଚାଲିଯାଉଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍‌ ଜର୍ଜ ୱାଣଶିଂଟନ୍‌ ୟୁନିଭର୍ସିଟିଠାରେ ଏହା କହିଛନ୍ତି। ଯୁବ ଭାରତୀୟମାନଙ୍କଠାରେ ‘ବିରାଟ କୋହଲିଙ୍କ ଭଳି ମାନସିକତା’ ରହିଛି, ସେହି ସ୍ଥାନକୁ ଯାଆନ୍ତି ଯେଉଁଠାରେ ସେମାନେ ବଜାରକୁ ପ୍ରବେଶ କରିବା ସହଜ ମନେ କରନ୍ତି। ଯେତେବେଳେ ରାଜନଙ୍କୁ ପଚରାଗଲା ଯେ ଅନେକ ଭାରତୀୟ ନବନ୍ବେଷକାରୀ ବର୍ତ୍ତମାନ ସିଙ୍ଗାପୁର କିମ୍ବା ସିଲିକନ ଭ୍ୟାଲିକୁ ଯାଉଛନ୍ତି, ସେତେବେଳେ ସେ କହିଥିଲେ, ‘ସେମାନେ ବିଶ୍ୱସ୍ତରରେ ଅଧିକ ବିସ୍ତାର କରିବାକୁ ଚାହୁଁଛନ୍ତି। ମୁଁ ଭାବୁଛି ଏମିତି ଏକ ଯୁବ ଭାରତ ଅଛି ଯାହାର ମାନସିକତା ବିରାଟ କୋହଲିଙ୍କ ପରି।

Leave a Reply

Your email address will not be published. Required fields are marked *