Spread the love

ପଦ୍ମ ଧରିଲେ ଅନୁଭବ । ଦିଲ୍ଲୀରେ ବିଜେପିରେ ବିଧିବଦ୍ଧ ଭାବେ ଦେଲେ ଯୋଗ, ଗତ ଶନିବାର ବିଜେଡିରୁ ଇସ୍ତଫା ଦେଇଥିଲେ ଅନୁଭବ ।

ବିଜେପିରେ ଯୋଗ ଦେଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଦଳରେ ଯୋଗ ଦେଇଛନ୍ତି ଅନୁଭବ ମହାନ୍ତି । ଗତ ଶନିବାର ବିଜେଡିରୁ ଇସ୍ତଫା ଦେଇଥିଲେ ଅନୁଭବ । ବିଜେଡିରୁ ଇସ୍ତଫା ଦେବା ସହ ଅନୁଭବ ଲେଖିଥିଲେ, ଦଳ ମୁଖିଆଙ୍କୁ ଦେଖା କରିବାର ସୁଯୋଗ ମିଳୁନାହିଁ । ବାପାଙ୍କ ଦେହାନ୍ତ ପରେ ଦଳ ତରଫରୁ କୌଣସି ସମବେଦନା ମିଳିଲା ନାହିଁ । ବିଜେଡି ଛାଡିଥିଲେ ମଧ୍ୟ ଚଳିତ ନିର୍ବାଚନ ସେ ନିଶ୍ଚୟ ଲଢିବେ ବୋଲି କହିଥିଲେ । ଆଉ ଆଜି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଅନଭୁବ ।

Leave a Reply

Your email address will not be published. Required fields are marked *