Spread the love

ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ମୋତେ ଯିଏ ଚିହ୍ନେ ତାହାର ଇନ୍ଦ୍ରିୟ କାର୍ଯ୍ୟ ଦରକାର ନାହିଁ ।ସେ ଦୁଃଖ ସୁଖ କୁ ଘେନି ଆନନ୍ଦରେ ବଂଚିଥାଏ ।ତାକୁ ତିନିପୁର ରେ ମହାପୁରୁଷ ବୋଲି କହନ୍ତି । କେବଳ ଏହି ଲୋକ ମୋକ୍ଷ କୁ ପତିକାର କରେ ।ହେ ପାର୍ଥ ତୋତେ ଏ କଥା ନିରାଧାର କରି କହୁଛି ।ଅଖିଳ ସଂସାର ରେ ମୋତେ ଯେଉଁ ଜନ ଚିହ୍ନନ୍ତି ତାଙ୍କୁ ବ୍ରହ୍ମାଣ୍ଡ ସାରା ବିଷ୍ଣୁ ବୋଲି ମାନନ୍ତି ।ଯେଉଁ ପ୍ରାଣୀ ସକଳ ଧର୍ମ କରନ୍ତି ତାକୁ ସଜ୍ଜନ ବୋଲି ଗଣା ଯାଏ ।ହେ ପାର୍ଥ ଆଉ ଏକ କଥା କହୁଛି ଶୁଣ ।ମୁଁ ଯାହାକୁ କହିବି ହୃଦୟରେ ଚିହ୍ନିବାକୁ ସେ ହେଉଛି ଅକ୍ଷୟ ନିରାକାର ବ୍ରହ୍ମ ।ଜଗତ ଯାକ ବ୍ୟାପିଣ ଅଛି ସର୍ଵଘଟେ ।ସେ ଅବିନାଶ ,ଅକ୍ଷୟ ଯୋଗେଶ୍ୱର ରୂପରେ ଅଛି।

ସଂସାରରେ ନର ତାକୁ ଚିହ୍ନି ନାହାନ୍ତି ।ସେ ଦେହ ଅନ୍ତେ ବ୍ରହ୍ମ ରେ ଯାଇ ପଶେ ।ଏ ଦେହ ଅନିତ୍ୟ ସେହି ଦେହ ନିତ୍ୟ କହି ।ଦେହ ରହିଲେ ଏ ଜୀଵ ନିଶ୍ଚିତ ମରିବ ।ଜୀବର ନିୟମ ପାର୍ଥ ଏବେ ତୁମେ ଶୁଣ ।ଜନ୍ମ ମରଣ ଏ ଦୁଇଟି ଦୁଇ ପଥ ଅଟେ ।ଜୀଵ ନୀତି ନିୟମ ସାଧନା ଏହାର ଅର୍ଥ ଅଟେ ।ରେ ଅର୍ଜୁନ ତୁ ଯାହା ପଚାରିଲୁ ମୁଁ ତାହା କହିଲି ।ଏବେ ସ୍ଥିର ହୋଇ ତୁ ଗାଣ୍ଡିବ କୁ ବାହା।

ଏକଥା କ୍ଷେତ୍ରୀୟ ଙ୍କ ପାଇଁ ଅବିହିତ ଅଟେ ।ତୁ ମହା କ୍ଷେତ୍ରୀ ଅଟୁ ପଣ୍ଡୁ ସୁତ ।କ୍ଷେତ୍ରୀୟ ହୋଇ ଯୁଦ୍ଧକୁ ଯେବେ ଡରେ ,ସ୍ତ୍ରୀ ଯେବେ କପଟ କରି ସ୍ୱାମୀ କୁ ମାରେ ,ରାଜା ହୋଇ ପ୍ରଜାଙ୍କୁ ଯେବେ ପାଳନ ନକରେ ,ଧନ ଅର୍ଜନ କରି ଅଦାତା ପଣ ହେଲେ ,ଦେବତା ହୋଇ ନର୍କରେ ଲୋକଙ୍କୁ ଦୟା କଲେ ,ବାପା ହୋଇ ପୁତ୍ରକୁ ମାୟା କଲେ ,ସୁନ୍ଦରୀ ସ୍ତ୍ରୀ ହୋଇ ଯଦି ପରଭୋଗି ହୁଏ ,ଇନ୍ଦ୍ରିୟ କୁ ଯଦି ଯୋଗୀ ହୋଇ ସଂଯମ କରି ନପାରେ ,ଦାତା ହୋଇ ସାତ୍ତ୍ଵିକ ଯେବେ ନ ଦିଅଇ ଓ ଦେବ ଲୋକରେ କହି ହୁଏ ,ପଣ୍ଡିତ ହୋଇ ଯଦି ଜ୍ଞାନବନ୍ତ ନୁହେଁ ,ବ୍ରହ୍ମ କୁ ନ ଚିହ୍ନି ଜ୍ଞାନତତ୍ତ୍ୱ କୁହେ ସେ ପ୍ରାଣୀ ଆତ୍ମାସୂତ୍ରର ଭେଦ ଜାଣି ନ ପାରି କହେ ମୋ ଠାରୁ ଭଲ ସଂସାର ରେ କେହି ନାହିଁ ।

ଏ ରୂପେ ସଂସାରରେ ଯେତେ ଅସାର୍ଥକ ଲୋକ ଅଛନ୍ତି ସେମାନଙ୍କୁ ଏ ସଂସାର ଅବିବେକ ବୋଲି କୁହେ । ରେ ଅର୍ଜୁନ ତୁ ମହାବିଜ୍ଞ , କ୍ଷେତ୍ରୀକୁଳ ଚୂଡ଼ାମଣୀ ଅଟୁ ।ଅଯୋଗ୍ୟ ଙ୍କ ପରି ତୁ କଥା ଆଣି କହିଲୁ । ଆତ୍ମା ନାଶିବାକୁ କୁ ଲୋକ ବ୍ରହ୍ମାଣ୍ଡରେ ନାହାନ୍ତି । ଏହା ନ ଚିହ୍ନି ହୃଦୟରେ ବଡ଼ିମା ପଣ ବହୁଛନ୍ତି । ରେ ଅର୍ଜୁନ ତୁ ଏବେ କାହିଁକି ଧନୁ ନ ଧରି ବିବତ୍ସ ହେଉଛୁ ?। ଆତ୍ମାର ଜନ୍ମ ମୃତ୍ୟୁ ତଥ୍ୟ ମିଛ ଅଟେ । ଯାହାକୁ ଶସ୍ତ୍ର ରେ ହାଣିଲେ କେଭେ ସେ ନାଶ ହୁଏ ନାହିଁ ସେ କାହିଁକି ମରଣ ପାଇଁ ହୃଦୟରେ ଚିନ୍ତା କରିବ ?।ଶସ୍ତ୍ର ରେ ହାଣିଲେ ଶରୀର ନାଶ ହୁଏ ହେଲେ ଆତ୍ମାର କ୍ଷୟ ବୃଦ୍ଧି ହୁଏନାହିଁ ।ଏହି ନ୍ୟାୟରେ ତୁ କାହିଁକି ଚିନ୍ତା କରୁଛୁ ଅର୍ଜୁନ ।ଏବେ ଜାଣ ଯେ ତୋହର କ୍ଷୟ ବୃଦ୍ଧି କିଛି ନାହିଁ ।ପିଣ୍ଡକୁ ହାଣିଲେ ସେ ପିଣ୍ଡ ନାଶ ଯାଏ ।ଏହି ଉପଲକ୍ଷେ ଗୋଟିଏ କଥା କହୁଛି ଶୁଣ।

ଭଗବାନ ଶ୍ରୀକୃଷ୍ଣ କହିଲେ ହେ ଅର୍ଜୁନ !ଆତ୍ମାକୁ ଯେପରି ଦେହ ପ୍ରତିକଚ୍ଛ ।ପ୍ରାଣୀ ଚିରା ବାସନ ଖଣ୍ଡେ ଦେହରେ ପିନ୍ଧିଥାଏ ।ନୂଆ ବସ୍ତ୍ର ପାଇଲେ ଚିରା ବସନ କୁ ଫିଙ୍ଗି ଦିଏ ଓ ଆଉ ଚିରା ବସନ କୁ ଆଦର କରେ ନାହିଁ ସେଇପରି ଦେହ କୁ ଆତ୍ମା ଅଟେ । ଛିଣ୍ଡା ବସନ ପରି ଦେହ ର ପରି ଗୁଣ ଅଟେ । ଏ ଦେହ ଗଲେ ଆତ୍ମା ନୂତନ ଦେହ ଖୋଜେ ।ଆତ୍ମାକୁ ଶସ୍ତ୍ର ରେ ହାଣୀ ହୁଏନାହିଁ।ନିଆଁ ରେ ପୋଡିଲେ ପୋଡି ହୁଏ ନାହିଁ ,ପବନ ରେ ଉଡେଇଲେ ଉଡେ ନାହିଁ ଜଳ ରେ ବୁଡାଇଲେ ବୁଡ଼େ ନାହିଁ ,ଛେଦିଲେ ଛେଦି ହୁଏନି, ବଢ଼ାଇଲେ ସେ ବଢେନି ।ସେ ଅବ୍ୟକ୍ତ ଓ ଅନାମୟ ଅଟେ ।ଏକଥା କହିଲେ କେହି ପ୍ରତ୍ୟେ ଯିବେ ନାହିଁ ପ୍ରାର୍ଥ । ଯେପରି ଅଜ୍ଞାନୀ ଜନ ମୂଢ ପଣରେ ଥାଆନ୍ତି ଏ କଥା ସତ୍ୟ ବୋଲି ଚିହ୍ନେ ନାହିଁ ।

ଯାହାର ଆତ୍ମା ସବୁବେଳେ ସିଦ୍ଧ ଥାଏ ସଂସାର ଆତ୍ମା କୁ କେହି ବଧ କରି ପାରେନି । ଏ ଶରୀର ମାତ୍ର ମୃତ୍ୟୁ ଲଭେ ଅନୁବ୍ରତେ ।ରେ ପାର୍ଥ ତୁ ଏହି କଥା କୁ କେତେ ଚିନ୍ତା କରୁଛୁ ?। କ୍ଷେତ୍ରୀୟ ମାନଙ୍କର ଯୁଦ୍ଧ ଏକା ମୂଳ ଅଟେ ।ହୀନ କ୍ଷେତ୍ରୀକୁଳ ଯୁଦ୍ଧ କୁ ଡରନ୍ତି ।ଛାର ମୃତ୍ୟୁ କୁ ଡରି କୁରୁକ୍ଷେତ୍ର ରେ ବସିଛୁ । ଆଖିରୁ ଲୋତକ ଢାଳି ଭୟ କରୁଛୁ ?.। ଯେଉଁ କ୍ଷତ୍ରିୟ ଯୁଦ୍ଧ କୁ ଡରେ ସେ ସ୍ତ୍ରୀ ଜାତି ସଂଗେ ସମାନ । ଯୁଦ୍ଧ କୁ ଦେଖି ଯିଏ ଡରି ପଳାନ୍ତି ସେ କ୍ଷେତ୍ରୀୟ କୁଳର ନିରୀମାକ୍ଷୀ ଅଟେ ।ଯୁଦ୍ଧରେ ଯିଏ ମରେ ସେ ଗଙ୍ଗା ସ୍ନାନ କରି ବୈକୁଣ୍ଠ ପ୍ରାପ୍ତି ହୁଏ ।ସେହି ପ୍ରାଣୀ ମୋକ୍ଷ ହୋଇ ବିଷ୍ଣୁ ଅଙ୍ଗରେ ମିଶେ ।

ଘର ଲୋକ ଥାଉଥାଉ ଯିଏ ପର ଲୋକକୁ ବିଶ୍ବାସ କରେ,ଜାଣି ନିଅ ସେ ଘର ଭାଙ୍ଗିବା ସମୟ ଆସିଗଲା।

ସେ ଅସ୍ତ୍ରର କିଛି ମୂଲ୍ଯ ହିଁ ନଥାଏ, ଯଦି ମନରେ ସାହାସ ନଥାଏ।

ମଣିଷ ଯଦି ନିଜ ଭୁଲକୁ ନିଜେ ବୁଝି ପାରନ୍ତା ତେବେ ନୀତିବାଣୀ ପଢିବା ଆବଶ୍ୟକ ପଡ଼ି ନ ଥାନ୍ତା।

ଶରୀର ଲଙ୍ଗଳାରୁ ଉତ୍ପତ୍ତି ଆଉ ଲଙ୍ଗଳାରେ ସମାପ୍ତି ତଥାପି ମଝିରେ ରହୁଛି ମୋ ସମ୍ପତ୍ତି।

ଅହଙ୍କାର ଦେଖାଇ କୈାଣସି ସମ୍ପର୍କ ଭାଙ୍ଗିବା ଅପେକ୍ଷା କ୍ଷମା ଦେଖାଇ ସମ୍ପର୍କ ଯୋଡ଼ି ଦେବା ଉଚିତ୍।

    

Leave a Reply

Your email address will not be published. Required fields are marked *