Spread the love

ଆମ ଦେଶରେ ପୋଲିସ ର ଭୂମିକା ବିଷୟରେ ହୁଏତ ରାଜନୀତି ଦଳର ବଡ଼ ବଡ଼ ନେତୃବୃନ୍ଦ ଜାଣିଥିବେ କିନ୍ତୁ ସାଧାରଣ କର୍ମୀ ଟିଏ ବୁଝିପାରେନା. ଯେତେବେଳେ ବଡ଼ ନେତା ମାନଙ୍କ ଡାକରା ଆସେ ଏମାନେ ଏକଜୁଟ ହୁଅନ୍ତି ଧାରଣା ହରତାଳ ଦିଅନ୍ତି ଧୀରେ ଧୀରେ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ଟୀ ଉଗ୍ରରୂପ ଧାରଣକରେ. ଏପଟେ ସୁରକ୍ଷା ରେ ଥିବା ପୋଲିସ ବି ଦେଖୁଥାଏ ଘଟଣା କ୍ରମ କୁଆଡେ ଯାଉଛି ଯଦି ଆନ୍ଦୋଳନକାରି ହିଂସା କୁ ଆପଣେଇବା ଆରମ୍ବ କଲେ ପୋଲିସ ବାବୁ ମାନେ ସରକାର ସମ୍ପତି ଓ ଧନଜୀବନ ରକ୍ଷା କରିବାକୁ ଯାଇ ଆକ୍ରମଣ କାରୀଙ୍କୁ ଘଉଡ଼େଇବା କୁ ଯାଇ ଠେଙ୍ଗା ବାଡ଼ିର ବ୍ୟବହାର କରନ୍ତି..ଦୁଇ ପକ୍ଷରୁ ଆଘାତ ହେଇ ପରବର୍ତୀ ମୁହୂର୍ତ୍ତରେ ମେଡିକାଲ ରେ ପଡନ୍ତି ପୁଲିସ ପାଖରେ ବନ୍ଧୁକ ଥିଲେବି ଅର୍ଡର ନ ପାଇଲେ କାହାକୁ ମାରିପାରେନା ବରଂ ନିଜେ ମୁର୍ତ୍ତୁ ବରଣ କରେ.. ଏଠି ପ୍ରଶ୍ନ ଉଠେ ଗଣତନ୍ତ୍ର ରାଷ୍ଟ୍ରରେ ରାଜନୀତି ଦଳର ମୁଖିଆ ମାନଙ୍କ ପିଲାମାନେ ଏଥିରେ ସାମିଲ ହୁଅନ୍ତିନି ସେମାନେ ବିଦେଶ ରେ ରହି ଜୀବନକୁ ଉପଭୋଗ କରନ୍ତି ଯୋଉଦିନ ସବୁରାଜନୈତିକ ଦଳର ମୁଖିଆଙ୍କ ପିଲାମାନେ ଆସି ଆନ୍ଦୋଳନ ରେ ସାମିଲ ହେବେ ଆଉ ପୁଲିସ କୁ ଆକ୍ରମଣ କରବେ ଓ ଲାଠି ମାଡ଼ ଖାଇବେ ସେଇଦିନ ଶହେବର୍ଷ ତଳର ସ୍ୱାଧୀନତା ପାଇଁ ଲଢ଼ୁଥିବା ସଂଗ୍ରାମୀମାନଙ୍କ ଆତ୍ମା ଖୁସିହେବ କାରଣ ସେତେବେଳେ ସଂଗ୍ରାମୀ ମାନେ ସପରିବାରେ ଆନ୍ଦୋଳନ କରିବାକୁଯାଇ ସମୁହେଁ ଜୀବନ ଦେଉଥିଲେ.ଦୋଷ ପୁଲିସ ର ନାଁ ରାଜନୀତି ଦଳର..

Leave a Reply

Your email address will not be published. Required fields are marked *