ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀ ତରଫରୁ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ କର୍ମୀ ସମ୍ମିଳନୀ ତଥା ବନ୍ଧୁ ମିଳନ ସଭା ଆୟୋଜିତ ହୋଇଯାଇଛି..। ଉକ୍ତ ସଭାରେ ମାନ୍ୟବର ବିଧାୟକଙ୍କ ପ୍ରଚେଷ୍ଟା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ, ନିର୍ମଳ ଶାସନ,ଶୃଙ୍ଖଳିତ ଜୀବନଯାପନ ଓ ମାନ୍ୟବର ୫ ଟି ତଥା ଆମ ଓଡ଼ିଶା,ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନ ମହୋଦୟଙ୍କ ଉତ୍ସର୍ଗୀକୃତ ସେବା ତଥା ସୁପରିଚାଳନାରେ ପ୍ରଭାବିତ ହୋଇ କେଲୁଆପଲ୍ଲୀ ପଞ୍ଚାୟତର ବହୁ ବରିଷ୍ଟ ବିଜେପି କର୍ମୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା, ସଦସ୍ୟ, ସଦସ୍ୟା, ବ୍ଲକ୍ ଅଧ୍ୟକ୍ଷା, ସରପଞ୍ଚ, ଏନ ଏ ସି ଅଧ୍ୟକ୍ଷା, କାଉନସିଲର ଗଣ, ସମିତି ସଭ୍ୟ, ସଭ୍ୟା, ବହୁ ମହାନଗର ନିଗମ କର୍ପୋରେଟର, ସର୍ବବର୍ଗୀୟ ବିଜେଡ଼ି ନେତୃବୃନ୍ଦ, ପଦାଧିକାରୀ ତଥା ନିର୍ବାଚନ ମଣ୍ଡଳୀର ହଜାର ହଜାର କର୍ମୀ ମାନଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେଡ଼ିରେ ଯୋଗଦେଇ ଥିଲେ ଏବଂ ବିଜେଡ଼ିର ସମସ୍ତ ନେତୃବୃନ୍ଦ ନୂତନ ସଦସ୍ୟ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପୂର୍ବକ ଉପଢୌକନ ଦେଇ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ସାଧାରଣ ନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ପୁଣି ମୁଖ୍ୟମନ୍ତ୍ରୀ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲେ..।🙏
