ଗୁମ୍ମା ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ
ପାରଳାଖେମୁଣ୍ଡି, 18/11(ତାରିଣୀ ପ୍ରସାଦ ପଣ୍ଡା):ଦର୍ଶନ ସମୀକ୍ଷା
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୁଲ୍ୟରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଗୁମ୍ମା ପଞ୍ଚାୟତ ସମିତି ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଆଜିର ମେଳାରେ ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଅନ୍ୟାନ୍ୟ ବିଭାଗର ପ୍ରଦର୍ଶନୀ ସହିତ ଚାଷୀ ବିଶେଷଜ୍ଞ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। ସଫଳ ମତ୍ସ୍ୟ ଚାଷୀ ମାନଙ୍କୁ ସରକାରଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୂଲେରାମ ମାରାଣ୍ଡି ସଭାପତି ଭାବରେ ଦାୟିତ୍ଵ ତୁଲାଇଥଲେ।ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଏସ ସେଶଗିରୀ, ବ୍ଲକ୍ ଅଧ୍ୟକ୍ଷା ସୁନେମି ମଣ୍ଡଳ, ଜିଲ୍ଲା ପରିଷଦ ସଦସ୍ୟା ରେଣୁକା ପାତ୍ର, ସନ୍ଧ୍ୟା ଶବର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡଃ ତୁଷାରେନ୍ଦୁ ନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ନିରୋଦ ଚନ୍ଦ୍ର ନାୟକ, ତହସିଲଦାର ଶରତ ଶବର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡଃ ପାର୍ଥ ପ୍ରତୀମ ପଣ୍ଡା,ଏଲଏସଡିଏ ଅଧିକାରୀ ଆକାଶ କୁମାର ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ।

ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲର ୧୮ତମ ବାର୍ଷିକ ଉତ୍ସବ ସଂକଳ୍ପ ଅନୁଷ୍ଠିତ ପାରଳାଖେମୁଣ୍ଡି, 18/11(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ସ୍ଥିତ ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲ ୧୭ତମ ବାର୍ଷିକ ଉତ୍ସବ ସଂକଳ୍ପକୁ ନିଜ ସ୍କୁଲ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି. ସମ୍ମାନିତ ଅତିଥୁ, ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆଦୃତ ଏହି କାର୍ଯ୍ୟକ୍ରମରେ କୁନିକୁନି ଓ ଯୁବ ଶିକ୍ଷାର୍ଥୀମାନଙ୍କର ମନୋରମ ପ୍ରତିଭାକୁ ଅତି ସୁନ୍ଦର ପ୍ରଦର୍ଶନ ମାଧ୍ଯମରେ ପ୍ରଦର୍ଶନ କରାଯାଇଥିଲା।
ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ଉପସଭାପତି ପ୍ରଫେସର୍ ଡି.ଏନ. ରାଓ ମୁଖ୍ୟ ଅତିଥି ଭାବେ ନିଜ ସହଧର୍ମିଣୀ ଡି. ପଦ୍ମା ମାଡ଼ାମଙ୍କ ସହ ଯୋଗ ଦେଇଥିଲେ । ପାରଳାଖେମୁଣ୍ଡି ଗଜପତି କଲେଜର ପ୍ରିନ୍ସିପାଲ୍ ରାଧାକାନ୍ତ ଭୂୟାଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ଡ଼କ୍ଟର, ଦୁର୍ଗା ପ୍ରସାଦ ପାଢୀ ନିର୍ଦ୍ଦେଶକ ଆଡମିନିଷ୍ଟ୍ରେସନ, ଡକ୍ଟର ଏସ୍. ପି ନନ୍ଦ ତିନ ଆଡମିନିଷ୍ଟ୍ରେସନ, ପ୍ରଜ୍ଞା ପାଣି ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ସିୟୁଟିଏମ ସହ ନିର୍ଦ୍ଦେଶକ ଏବଂ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ମଧ୍ୟ ଯୋଗ ଦେଇଥିଲେ। ପ୍ରଥମେ ଜାତୀୟ ସଙ୍ଗୀତ ଗାନ କରି ଆମନ୍ତ୍ରିତ ଅତିଥୁମାନଙ୍କ ଦ୍ବାରା ପାରମ୍ପାରିକ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ କରାଯାଇ ସଭାକାର୍ଯ୍ୟର ଆରମ୍ଭ କରାଯାଇଥିଲା ।
। ସ୍କୁଲର ପ୍ରିନ୍ସିପାଲ୍ ଶ୍ରୀମତୀ ସୁନୀତା ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିଲେ । ସେ ବିଦ୍ୟାଳୟର ଏହି ବର୍ଷର ଏକାଡେମୀକ ଫଳ, ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ଉପଲବ୍ଧି ବିଷୟରେ କହିଥିଲେ। ସେ ଶିକ୍ଷକମାନଙ୍କ ପ୍ରୟାସ ଓ ଅଭିଭାବକମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। ପ୍ରିନ୍ସିପାଲ ମହୋଦୟା ବିଦ୍ୟାଳୟର ଆଗାମୀ ଦିନର ଉନ୍ନତି ପାଇଁ ସମସ୍ତଙ୍କ ଆଶୀର୍ବାଦ ଓ ସମର୍ଥନ ଆଶା କରିଥିଲେ। ସ୍କୁଲର ଶିକ୍ଷକ ଏବଂ ସହକର୍ମୀ ମାନଙ୍କୁ ବିଦ୍ୟାଳୟରେ ଦୀର୍ଘ ଏବଂ ସମ୍ମାନଜନକ ସେବା ନିମନ୍ତେ ଏହି ଉତ୍ସବରେ ସମ୍ମାନିତ କରାଯାଇଥିଲା । ଏହା ସହିତ, ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଶିକ୍ଷାଗତ ଏବଂ ସହପାଠ୍ୟକ୍ରମ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା। ବର୍ଷସାରା ସେମାନଙ୍କର ନିଷ୍ଠା ଏବଂ କଠିନ ପରିଶ୍ରମକୁ ସାକାର କରିବା ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଉତ୍ସବର ଅଂଶଭାବରେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ପାରମ୍ପରିକ ଓ ଆଧୁନିକ ନୃତ୍ୟ, ସଙ୍ଗୀତ ପ୍ରଦର୍ଶନ ଓ ସୃଜନଶୀଳ ପ୍ରସ୍ତୁତି ଟାଇକୱାଣ୍ଡ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା । ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ସାମର୍ଥ୍ୟ, ଦକ୍ଷତା ଓ ବୁଦ୍ଧିମତାର ଏକ ନୂତନ ପ୍ରମାଣ ପ୍ରଦାନ କରିଥିଲେ। ବସୁଧୈବ କୁଟୁମ୍ବକମ୍, ଓଡ଼ିଶା ଏକତ୍ରିକରଣ, ବିଭିନ୍ନ ରାଜ୍ୟର ନୃତ୍ୟ, ଭାରତୀୟ ସଂସ୍କୃତି ପରି ବିଷୟବସ୍ତୁକୁ ନେଇ ପିଲାମାନେ କରିଥିବା ନୃତ୍ୟ ଏବ ରାମ୍ପ ୱାକ କୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ ।












Leave a Reply