ମାୟା ର ତିନି ଗୁଣ ଦ୍ବାରା ସମସ୍ତ କାର୍ଯ୍ୟ ସମାପନ ହୋଇଥାଏ। କିନ୍ତୁ ଅଜ୍ଞାନ ରେ ଆତ୍ମା ଭ୍ରମରେ ଶରୀର ସହିତ ବିଭ୍ରାନ୍ତ ହୋଇ ନିଜ କୁ କର୍ତ୍ତା ବୋଲି ମନେ କରେ।
ଯେ ବନେ ପ୍ରଭୁ ଶୂଳଧାରୀ। ସଙ୍ଗତେ ଘେନି ନିଜ ନାରୀ। ନିରତେ ପୀଡ଼ିତ ମଦନେ। ଗଉରୀ ସଙ୍ଗତେ ନିର୍ଜନେ।
ନିତ୍ୟେ ରମନ୍ତି ସୁଖମନେ। ଆନନ୍ଦେ ପୁଷ୍ପିତ କାନନେ। ସେ ବନେ ପଶି ମନୁବଳା। ଅନେକ ମୃଗ ବଧ କଲା।
ମୃଗଙ୍କୁ ମାରି ଅବହେଳେ। ଗ୍ରାମକୁ ଆସିବାର ବେଳେ। ଅଶ୍ଵ ସହିତେ ସର୍ବଜନେ। ତକ୍ଷଣେ ସୁକୁମାର ବନେ।
ସର୍ବେ ହୋଇଲେ ସ୍ତିରୀଗଣ। ଅଶ୍ଵ ସହିତେ କୁଘଟଣ। ଚାହାଁନ୍ତି ଅନ୍ୟେ ଅନ୍ୟ ମୁଖେ। ସର୍ବେ ରହିଲେ ମନଦୁଃଖେ।
ସ୍ତିରୀ ସ୍ୱଭାବେ କଲେ ଭ୍ରାନ୍ତି। ସଲ୍ଲଜେ ଚଳି ନ ପାରନ୍ତି।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ନବମ ସ୍କନ୍ଧ , ପ୍ରଥମ ଅଧ୍ୟାୟ)
ପ୍ରସଙ୍ଗ – ସୁଦ୍ୟୁମ୍ନଙ୍କ କଥା
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ମେରୁ ପର୍ବତ ନିକଟସ୍ଥ ଯେଉଁ ସୁରମ୍ୟ ସୁକୁମାର ବନରେ ରାଜା ସୁଦ୍ୟୁମ୍ନ ମୃଗ ଅନ୍ଵେଷଣରେ ତାଙ୍କ ସୈନ୍ୟସାମନ୍ତଙ୍କ ସହ ପହଞ୍ଚିଲେ ସେହି ନିର୍ଜନ ପୁଷ୍ପିତ କାନନରେ ଭଗବାନ ଶିବ ନିଜର ପତ୍ନୀ ପାର୍ବତୀଙ୍କ ସହିତ ନିରନ୍ତର ଏକାନ୍ତରେ ବିହାର କରନ୍ତି। ସେହି ସୁକୁମାର ବନରେ ରାଜା ସୁଦ୍ୟୁମ୍ନ ଅନେକ ମୃଗ ଶିକାର କରି ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଦେଖିଲେ ଯେ ତାଙ୍କର ସୈନ୍ୟସାମନ୍ତଙ୍କ ସହ ସେ ନିଜେ ସ୍ତ୍ରୀ ହୋଇ ଯାଇଛନ୍ତି। ସେମାନଙ୍କ ସହିତ ତାଙ୍କ ଅଶ୍ଵଟି ମଧ୍ୟ ଘୋଡ଼ୀ ହୋଇଯାଇଛି। ସେମାନେ ସମସ୍ତେ ଏଭଳି ଅଭାବନୀୟ ଘଟଣା ଦେଖି ଅତ୍ୟନ୍ତ ଦୁଃଖିତ ହେବା ସହିତ ଜଣେ ଅନ୍ୟ ଜଣଙ୍କର ମୁହଁକୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ। ନାରୀ ହୋଇଯାଇଥିବାରୁ କିଛି ବୁଝି ନପାରି ସେମାନେ ସମସ୍ତେ ଭ୍ରମରେ ପଡ଼ିଗଲେ ଓ ଲଜ୍ଜାରେ କଣ କରିବେ ବୋଲି ଜାଣି ନପାରି ସ୍ତମ୍ଭୀଭୂତ ହୋଇଗଲେ।
ଭାବାର୍ଥ – ମେରୁ ପର୍ବତ ନିକଟସ୍ଥ ସୁକୁମାର ବନରେ ରାଜା ସୁଦ୍ୟୁମ୍ନ ତାଙ୍କ ସୈନ୍ୟସାମନ୍ତଙ୍କ ସହ ସ୍ତ୍ରୀ ପାଲଟିଗଲେ।
ସମ୍ପର୍କ ଭିତରେ ଯେତେବେଳେ ଜିଦ ଆସିଯାଏ ସେତେବେଳେ ଜିତି ଯାନ୍ତି ଦୁଇ ଜଣ।କେବଳ ହାରି ଯାଏ “ସମ୍ପର୍କଟା”।
ପଥର ଥରଟିଏ ମନ୍ଦିର ଗଲା ଆଉ ସେ ଭଗବାନ ହେଇଗଲା।ଆଉ ମଣିଷ ପ୍ରତିଦିନ ମନ୍ଦିର ଯାଏ କିନ୍ତୁ ମଣିଷ ହେଇ ପାରିଲା ନାହିଁ।
ନିଜର ଭୁଲ୍ ଗୁଡ଼ିକୁ ଭୁଲି ନ ଯାଇଁ ସୁଧାରିବାକୁ ଚେଷ୍ଟା କରନ୍ତୁ, ଆପଣଙ୍କ ଜୀବନ ବି ଆପେ ଆପେ ସଜାଡି ହୋଇ ଯିବ।
ଜୀବନରେ ଖୁସିରେ ରହିବା ପାଇଁ ଦୁଇଟି ଜିନିଷ ନିତ୍ୟାନ୍ତ ଦରକାର । ଗୋଟିଏ ହେଉଛି ସହିବା ଶକ୍ତି ଏବଂ ଅନ୍ୟଟି ହେଉଛି ବୁଝିବା ଶକ୍ତି ।