Spread the love

ବିଜୁ ବାବୁଙ୍କୁ ଭାରତ ରତ୍ନ ଦେଇ-କେନ୍ଦ୍ର ଫିଟାଇବ ମେଣ୍ଟର ବାଟ..

ବିଜୁ ବାବୁଙ୍କୁ ଭାରତ ରତ୍ନ ଦେଇ କେନ୍ଦ୍ର ଫିଟାଇବ ମେଣ୍ଟର ବାଟ, କେନ୍ଦ୍ର ଓ ରାଜ୍ୟର ଅଦୃଶ୍ୟ ମେଣ୍ଟ ହେବ ଦୃଶ୍ୟମାନ ।

କେନ୍ଦ୍ର କରିପାରେ କିଛି ଯୋଜନା ବିଜେଡି ସାଙ୍ଗରେ , ଆଉ ରହିବନି କୌଣସି ବିକଳ୍ପ,ରାଜ୍ୟ ଦେଖିବା ପୁନର୍ବାର ବିଜେଡି-ବିଜେପି ଯୋଡି ।
ଏହା କୌଣସି କାଳ୍ପନିକ କଥା ନୁହେଁ । ଏନେଇ ଆଜି ଦିଲ୍ଲୀରେ ହୋଇଛି ବୈଠକ ।

ଏହି ବୈଠକରେ ଯୋଗଦେଇଛନ୍ତି ରାଜ୍ୟ ବିଜେପି ର ସଭାପତି । ଅମିତ ଶାହା ଙ୍କ ନିର୍ଦ୍ଦେଶ ରେ ଏହି ବୈଠକ ଅନୁଷ୍ଠିତ ହେଇଥିବା ଚର୍ଚ୍ଚା ହେଉଛି । ଅନେକ ଦିନରୁ ବିଜୁ ବାବୁ ଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ନେଇ ଦାବି କରିଆସୁଛନ୍ତି ରାଜ୍ୟ ସରକାର । ମାତ୍ର ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହାକୁ କର୍ଣ୍ଣପାତ କରୁନଥିଲେ । ଆସନ୍ତା ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ତେଣୁ ଏହା ପୂର୍ବରୁ ଅର୍ଥାତ ମାର୍ଚ୍ଚ୪ ତାରିଖ ପୂର୍ବରୁ କେନ୍ଦ୍ର ସରକାର ବିଜୁ ପଟ୍ଟନାୟକଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରିବା ନେଇ ଘୋଷଣା କରିବା ନେଇ ଚର୍ଚ୍ଚା ଜୋର ଧରିଲାଣି । ଏହା ଦ୍ୱାରା ବିଜେଡି ଏନଡିଏକୁ ଯିବା ପାଇଁ ରାସ୍ତା ଫିଟିଯିବ । ଫଳରେ ଭାରତ ରତ୍ନ ଯୋଜନାରେ ବିଜେଡି ବି ଖୁସିହେବ ଓ ରହିବ କେନ୍ଦ୍ର ସରକାର ସାଙ୍ଗରେ । ଅପରପକ୍ଷରେ ୪୦୦ ଲୋକସଭା ଆସନ ପାଇବା ଟାର୍ଗେଟ ମଧ୍ୟ ପୁରା କରିପାରିବ କେନ୍ଦ୍ର ସରକାର ।

ରାଜ୍ୟରେ ବିଜେଡି ର କ୍ରେଜ କମୁ ନଥିବାବେଳେ ପ୍ରାୟ ସମସ୍ତ ସର୍ଭେ ରିପୋର୍ଟରେ ଦର୍ଶାଯିବା ପରେ ବିଜେଡି ନିଶ୍ଚିତ ଆଗାମୀ ଦିନରେ ମଜଭୁତ ହେବାକୁ ଯାଉଛି । ଏପରିକି ଦୀର୍ଘ ବର୍ଷ ର ଶତ୍ରୁ ନଳିନୀ ମହାନ୍ତି ଙ୍କ ପୁଅ କୁ ନବୀନ କୋଳାଇ ନେବା ସହ ବିଜୟ ଙ୍କ ପୁଅକୁ ମଧ୍ୟ ବିଜେଡି ରେ ମିଶାଇବା ନେଇ ଚର୍ଚ୍ଚା ଜୋର ଧରିଛି । ମାତ୍ର ଏତିକିରେ ସବୁକିଛି ଠିକ ହେବ ନାହିଁ ବୋଲି ଥାର୍ଡ ଫ୍ଲୋର ଜାଣିସାରିଲାଣି । କାରଣ ବୟସାଧିକ ପାଇଁ ନବୀନ ଆଉ ପୂର୍ବପରି ଲୋକଙ୍କ ପାଖକୁ ଯାଇ ପାରୁନାହାଁନ୍ତି । ଦଳରେ ନେତା ମନ୍ତ୍ରୀ ଙ୍କର କୌଣସି ଦବଦବା ନାହିଁ । ରାଜ୍ୟରେ ଚାଲିଛି ଅଫିସର ରାଜ । ବର୍ତ୍ତମାନ ପରିସ୍ଥିତି ରେ ନବୀନ ପଟ୍ଟନାୟକ ବିଜେପି ସହଯୋଗରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବା ସହ ପଶ୍ଚିମବଙ୍ଗର ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ପାରିବେ। ଯାହା ତାଙ୍କର ଏକମାତ୍ର ଇଚ୍ଛା ରହିଛି ବୋଲି ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର କହିସାରିଛନ୍ତି। ହେଲେ ଏହା ଦ୍ୱାରା ନିର୍ବାଚନ ସମୟରେ ଏବଂ ପରବର୍ତ୍ତୀ କାଳରେ ତୃଣମୂଳ କର୍ମୀଙ୍କ ଉପରେ ଏହାର ପ୍ରଭାବ ପଡିବ।ଯୋଉ ହେଭି ନେତା ମାନେ ବିଜେଡି ଛାଡି ବିଜେପି ରେ ଯୋଗଦାନ କରୁଛନ୍ତି ସେମାନଙ୍କ ଅକଲ ଗୁଡ଼ୁମ ହେବା ସହିତ ନବୀନ ବାବୁଙ୍କ ଦବଦବା ବଳବତ୍ତର ରହିବ,
ତେଣୁ କେନ୍ଦ୍ରସରକାର ଙ୍କ ପକ୍ଷରୁ ବିଜୁ ବାବୁ ଙ୍କୁ ଭାତର ରତ୍ନ ପ୍ରଦାନ କରାଯିବା ଘୋଷଣା କରିବା ପରେ ମେଣ୍ଟ ଘୋଷଣା କରାଯିବ । ଫଳରେ କେନ୍ଦ୍ର ସରକାରଙ୍କ ପଲ୍ଲା ବିଜେଡି ଉପରେ ଭାରି ରହିବା ସହ କର୍ମୀ ଓ ସାଧାରଣ ଜନତା ଙ୍କ ସମର୍ଥନ ପାଇବାରେ ବିଜେପି ସମର୍ଥ ହେବ । ନିକଟରେ ଚୌଧୁରୀ ଚରଣ ସିଂ, କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରାଗଲା। ଏହାର ଗୋଟିଏ ଦିନ ପରେ ଜୟନ୍ତ ଚୌଧୁରୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ମେଣ୍ଟ ଛାଡି ବିଜେପି କୁ ଆସିଥିଲେ। ଏହି ଭାରତ ରତ୍ନ ସେମାନଙ୍କ ପାଇଁ ଏକ ବାହାନା ସାଜିଥିଲା। ବିଜେଡି ସହିତ ମଧ୍ୟ ସମାନ ସ୍ଥିତି ହେବାକୁ ଯାଉଅଛି ।

ଅପରପକ୍ଷରେ ରାଜ୍ୟବାସୀଙ୍କୁ ବିଜେଡ଼ି ସଫେଇ ଦେଇ କହିବ ବିଜୁବାବୁ ଙ୍କୁ ଭାରତ ରତ୍ନ ଦେବାପାଇଁ ଯେଉଁ ଦୀର୍ଘ ଦିନ ର ଦାବି କୁ ଆଜି କେନ୍ଦ୍ର ସରକାର ପୁରା କରି ବିଜୁବାବୁ ଙ୍କ ସହ ବିଜେଡି କୁ ସମ୍ମାନ ପ୍ରଦାନ କରିଛନ୍ତି । ତେଣୁ ରାଜ୍ୟର ସ୍ୱାର୍ଥ ପାଇଁ ମେଣ୍ଟ ପ୍ରସ୍ତାବ କୁ ଆମେ ସ୍ୱୀକାର କରୁଛୁ । ଫଳରେ ସାପ ମରିଯିବ ଆଉ ବାଡ଼ି ଭାଙ୍ଗିବନୀ । ଅର୍ଥାତ ମେଣ୍ଟ ବି ହେଇଯିବ କର୍ମୀ ମଧ୍ୟ ଚୁପ ରହିବେ ।

Leave a Reply

Your email address will not be published. Required fields are marked *