"ଗୁରୁଙ୍କର କୃପା ନ ହେଲେ ମୁକ୍ତିପଥରେ ଅଗ୍ରସର ହେବାର ଅନ୍ୟ ଉପାୟ ନାହିଁ ଗୁରୁ ଶିଷ୍ୟଠାରେ ଆଧ୍ୟାତ୍ମିକ ଶକ୍ତି ସଂଚାର ନ କଲେ କେହି ଆଧ୍ୟାତ୍ମ ଜ୍ଞାନ ଲାଭ କରି କୃତାର୍ଥ ହୋଇପାରିବେ ନାହିଁ ସୁତରାଂ ଗୁରୁକରଣର ଆବଶ୍ୟକତା ବିଶେଷ ଭାବରେ ଉପଲବ୍ଧି କରିବା ବିଧେୟ, ସେହିପରି ଗୁରୁ କାହାକୁ କରିବେ, ଶିଷ୍ୟର ଜାଣିବା ନିହାତି ଜରୁରୀ,,,
ଜନ୍ମର ପୁଣ୍ୟ କର୍ମ ଆଧାରରେ ମନୋନୀତ ଜୀବାତ୍ମା ନିର୍ଦ୍ଧାରିତ କାଳ ପାଇଁ ଏହି ସବୁ ପଦବୀରେ ରହି ବିଶ୍ୱ ବ୍ୟାପାରର ପରିଚାଳନା କରିଥାଆନ୍ତି।
ଦେବତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବେଦରେ ଅନେକ ରୀତି ଏବଂ ପ୍ରଥାର ବର୍ଣନା କରାଯାଇଛି, ଯାହାର ଫଳ ସ୍ୱରୂପ ଦେବତାମାନେ ଭୌତିକ ସମୃଦ୍ଧି ପ୍ରଦାନ କରିଥାଆନ୍ତି କିନ୍ତୁ ବୃକ୍ଷର ମୂଳରେ ପାଣି ଢାଳିଲେ ଯେପରି ତାହା ବୃକ୍ଷର ଫୁଲ,ଫଳ,ପତ୍ର,ଶାଖା,ଉପଶାଖା ଆଦିକୁ ପୋଷଣ ଯୋଗାଇ ଥାଏ।
ଯଜ୍ଞ ସ୍ୱାଭାବିକ ଭାବରେ ସବୁ ଦେବଦେବୀଙ୍କୁ ତୃପ୍ତ କରିଥାଉ, ଯେଉଁମାନେ କି ପ୍ରକୃତିର ସମସ୍ତ ଉପାଦାନକୁ ପ୍ରାଣୀ ସମୁଦାୟର ଅନୁକୂଳ କରି ସମସ୍ତଙ୍କ ପାଇଁ ସମୃଦ୍ଧି ଆଣି ଦେଇଥାଆନ୍ତି।
ଏ ସୁନ୍ଦର ସୃଷ୍ଟିରେ ସବୁଠାରୁ ବେଶୀ ବୁଦ୍ଧିଆ ହେଉଛି ମଣିଷ, ଆଉ ବଡ଼ ମୁର୍ଖ ବି….
ସିଏ ଜାଣୁଛି ଏଠି କେହି କାହାର ନୁହେଁ… ତଥାପି ଲୋଭ, ମୋହ, ମାୟା, ଅହଙ୍କାରରେ ସିଏ ସର୍ବଦା ବୁଡି ରହୁଛି….