ଇତିହାସ ରୁ ଆମେ ନିଶ୍ଚିତ କିଛି ଶିକ୍ଷା ଲାଭ କରୁ,,ଆଜିର କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ କିପରି ଜଣେ ଗରିବ ଘର ପିଲା ରୋଜଗାର ଅନୁସନ୍ଧାନ ରେ ବିଭିନ୍ନ ଜଗା ବୁଲି ବୁଲି ଏକ ଚାକିରୀ ପାଏ କିନ୍ତୁ ସେଠାରେ ବେଶୀ ଦିନ ରହିପାରେନା, କାରଣ ମାଲିକ ସବୁବେଳେ ଚିଡ଼ ଚିଡ଼ ହୁଏ,,, ପରଵର୍ତ୍ତୀ ସମୟରେ ସେ ଗରିବ ପିଲା ସେଇ କମ୍ପାନୀ କୁ କିଣି ଦିଏ,,, କାହାଣୀ ଟି( BATA) କମ୍ପାନୀ ର,, ସମସ୍ତେ ଆମେ ଭାବୁ ବାଟା କମ୍ପାନୀ ଭାରତର, କିନ୍ତୁ ନାଁ ସେ କମ୍ପାନୀ ର ମାଲିକ ବିଦେଶୀ,, ନାଁ (ଥୋମାସ ବାଟା ) ଘର (ଚେକସଲୋଭାକିଆ)1892 ମସିହାରେ ଥୋମାସ ବାଟା ଙ୍କ ବୟସ ହେଇଥିଲା 16ବର୍ଷ,, ଅତି ଗରିବ ଘରେ ଜନ୍ମ ନେଇଥିଲେ,, ଚାକିରୀ ଖୋଜୁ ଖୋଜୁ ଯାଇ ପଂହଁଚିଲେ ଏକ ଜୋତା ତିଆରି କମ୍ପାନୀ ରେ,, କର୍ମଚାରୀ ମାତ୍ର ଦଶ ଜଣ,, ରବର ଓ ଚମଡା ରେ ଶିଲାଇ ମେସିନ ରେ କାମ ଚାଲୁଥିଲା ଏକ ଘରେ,, ଥୋମାସ ଙ୍କ କାମ ଥିଲା ଚମଡା ଧୋଇବା ଓ ଶୁଖେଇ ତାକୁ ସାଇଜ କରି ରଖି ଅନ୍ୟ ସାଥି କର୍ମଚାରୀ ଙ୍କୁ ନେଇ ଦେବା,,, କାମ ଚାଲୁଥାଏ, ଦିନେ ମାଲିକ ବିରକ୍ତ ହେଇ କହିଲା କାଲିଠାରୁ ଆଉ ଆସିବା ଦରକାର ନାହିଁ,,, ଥୋମାସ ମନ ଦୁଃଖରେ କମ୍ପାନୀ ଛାଡିଲେ,, କିନ୍ତୁ ଯେତେବେଳେ କିଛି କାମ ଶିଖିଛନ୍ତି,, ନିଜେ ଭାବିଲେ ସେଇ ଜୋତା ତିଆରି କରି ବିକିବେ,, ଆରମ୍ବ କଲେ ନିଜ ତିଆରି ଜୋତା, ନିଜ ଛୋଟିଆ ଘରେ ନିଜେ ଶିଳାଇ କଲେ ନିଜ ହାତରେ ଜୋତା,, ଦିନକୁ କୋଡିଏ ଟି ଜୋତା ତିଆରି କରୁଥିଲେ,, ଓ ପରବାର ରେ ତାଙ୍କ ମା ତାଙ୍କୁ ସହଯୋଗ କରୁଥିଲେ,, ଜୋତା ନାଁ BATA ସୁଜ,, ବଜାର ବଜାର ବୁଲି ବିକିଲେ,, ତାଙ୍କ ଜୋତା ମଜଭୁତ ଥିଲା,, ଲୋକମାନେ ତାଙ୍କ ଦେଶରେ ପସନ୍ଦ କଲେ,, ଓ ଟିକେ ଅଧିକା ଦାମ ଦେଲେ କାରଣ ଥୋମାସ ବାଟା ଜାଣିଥିଲେ ଟିକେ ଡେରି ହେଇପାରେ କିନ୍ତୁ ଲୋକ ବୁଝିବେ ମଜଭୁତ ଜୋତାର ମୂଲ୍ୟ,, ଏକ ବର୍ଷ ପରେ 24ଅଗଷ୍ଟ 1894 ରେ ଦୁଇଟି ଛୋଟିଆ ରୁମ ଭଡା ସୂତ୍ରରେ ନେଇ ଆରମ୍ଭ କଲେ ନିଜ କମ୍ପାନୀ,, ତିନୋଟି କର୍ମଚାରୀ ରଖିଲେ,, ମାତ୍ର 320 ଡଲାର ଆଣିଥିଲେ ଜଣେ ବ୍ୟକ୍ତିଙ୍କ ଠାରୁ ଧାର ସୂତ୍ରରେ,, ଜୋତା ତିଆରି ହେଲା,, କିନ୍ତୁ ଅଧିକା ମୂଲ୍ୟ ଥିବାରୁ ବିକ୍ରି ଟିକେ ଡେରିରେ ହେଲା, ଏଣେ ଘର ଭଡା, କର୍ମଚାରୀ ଦରମା, ଓ ଧାର ଆଣିଥିବା ଟଙ୍କା ଦେବା କଷ୍ଟ ହେଇପଡ଼ିଲା,, ବିଜନେସ ଫେଲ ହେଇଗଲାଣି ଭାବି ହଟାତ ଫେରାର ହେଇଗଲେ,, ଘର ଭଡା ବାକି, ଦେଇ ହେଉନି,,, ଚାଲିଗଲେ ଇଂଲଣ୍ଡ, ନିଶା କିନ୍ତୁ ଜୋତା ବିଜନେସ ଉପରେ, ଯେହେତୁ ଜୋତା ତିଆରି ରେ ପାରଙ୍ଗମ ଥିଲେ ଇଂଲଣ୍ଡ ରେ ଏକ ବଡ଼ ଜୋତା ତିଆରି କାରଖାନା ରେ ଚାକିରୀ ମିଳିଲା, ସେଇଠି ଶିଖିଲେ ବିଭିନ୍ନ ଜୋତା ତିଆରି କୌଶଳ,, 1902 ମସିହାରେ ସେଠାରୁ ପୁଣି ଆସିଲେ ନିଜ ଦେଶ ଚେକସଲଭାକିଆ,କିଛି ଅର୍ଥ ସଞ୍ଚିତ କରିଥିବାରୁ, ନିଜ ଦେଶରେ ଆରମ୍ଭ କଲେ ପୁଣି BATA କମ୍ପାନୀ,, କିଂତୁ ଏଥର ତାଙ୍କ ପଲିସ ରହିଲା ଶସ୍ତା ମୂଲ୍ୟର ଭଲ ମଜଭୁତ ଜୋତା,,, ଯେତେବେଳେ ବଜାର ରେ ବାଟା ଜୋତା ଶସ୍ତା ମିଳିଲା, ଲୋକମାନେ କିଣିବା ଆରମ୍ଭ କଲେ,, ତାପରେ ତାଙ୍କ ପୂର୍ବ ମାଲିକ ର କର୍ମଚାରୀ ମାନକୁ ନେଇ ଆସିଲେ ଅଧିକା ଦରମା ଦେଇ,,, ସେ କମ୍ପାନୀ ବି ଦେବାଳିଆ ହେବାରୁ ତାହାର ସିଲେଇ ମେସିନ ଓ ଅସାବପାତ୍ର କିଣିନେଇ ଆସିଲେ ନିଜ ବାଟା କମ୍ପାନୀ କୁ,,, ଯେହେତୁ ଟିକେ ପ୍ରସିଦ୍ଧ ହେଲେ ତାଙ୍କ ସାଙ୍ଗରେ ଆହୁରି ଅନେକ ଧନୀ ଲୋକ ଯୋଡିହେଲେ, ଆରମ୍ଭ ହେଲା ବଡ଼ BATA କମ୍ପାନୀ,, ଶୁଣାଯାଉଛି ଯେ ଇଂଲଣ୍ଡ ର ଜଣେ କୋଟିପତି ଲୋକ ଥୋମାସ କୁ ପ୍ରଚୁର ଅର୍ଥ ଦେଇଥିଲେ କାରଖାନା କରିବାକୁ,600 କର୍ମଚାରୀ ରେ ତିଆରି ହେଲା ଶସ୍ତା ଓ ମହଙ୍ଗା ଜୋତା,, ଗ୍ରାହକ ଯାହା ପସନ୍ଦ କରିବେ,,,1912 ମସିହାରେ ବିଶ୍ୱ ଯୁଦ୍ଧ୍ୟ ଆରମ୍ଭ ହେଉଥିବା ବେଳେ ଟିକେ ମାନ୍ଦା ହେଇଥିଲା, କିନ୍ତୁ ତାଙ୍କ କୋଟିପତି ପାର୍ଟନର ତାଙ୍କୁ ଆହୁରି ଅର୍ଥ ଦେଇଥିଲେ,, ତିଆରି ହେଇଥିଲା ସନ୍ୟ ବାହିନୀ ର ଜୋତା ଇଂଲଣ୍ଡ ରେ ପ୍ରଥମେ ଧଳା ଓ ମାଟିଆ କ୍ୟାନଭାସ ଜୋତା ସପ୍ଲାୟ ହେଲା ସିପାହୀ ମାନଂକୁ,, ପୁଣି ଆଫ୍ରିକା ଗଲେ ଥୋମାସ ସେଠାରେ ଦେଖିଲେ 90% ଲୋକଙ୍କ ଜୋତା ନାହିଁ,, ସେଠାରେ କମ୍ପାନୀ ପ୍ରତିଷ୍ଠା କରି ଶସ୍ତା ଜୋତା ଦେଲେ ଆଫ୍ରିକା ଲୋକଙ୍କୁ,, କୁହାଯାଏ ସେଇଠି ତାଙ୍କର ନାଁ ପ୍ରସିଦ୍ଧ ହେଇଥିଲା ଓ ନିଜର ଏକ ଉଡ଼ାଜାହାଜ କିଣିଥିଲେ,,1930 ମସିହାରେ ଏକ ଉଡ଼ାଜାହାଜ ରେ ଆସୁଥିବା ବେଳେ ପ୍ଲେନ କ୍ରାସ ହେଇଥିଲା ଓ ଥମାସ ବାଟା ଙ୍କ ମୁର୍ତ୍ତୃ ହେଇଥିଲା, ସେତେବେଳେ କୁ ଆଠ ଟି ଦେଶରେ ବାଟା ଜୋତା ନାଁ କମେଇଥିଲା,,1932 ମସିହାରେ ପ୍ରଥମେ ଭାରତ ଆସିଥିଲା ବାଟା କମ୍ପାନୀ, ଓ ଆରମ୍ଭ କରିଥିଲେ କମ୍ପାନୀ କଲିକତା ର (କୋନାର) ଗାଁ ରେ ଏକ ବଡ଼ କମ୍ପାନୀ ଆରମ୍ଭ କରିଥିଲେ ତାଙ୍କ ପୁଅ,, ସେତେବେଳେ ଭାରତୀୟ ମାନେ ଜୋତା ବିଶେଷ କେହି ପିନ୍ଧୁନଥିଲେ,, ଯେତେବେଳେ ବାଟା ର ଶସ୍ତା ଜୋତା ଆସିଲା ଲୋକମାନେ କିଣିଲେ,, ଓ ସେ କମ୍ପାନୀ ରେ 5000 କର୍ମଚାରୀ ନିଯୁକ୍ତି ପାଇଲେ,,, ଧୀରେ ଧୀରେ ଭାରତରେ ଧଳା କ୍ୟାନଭାସ ଜୋତା ସ୍କୁଲ କଲେଜ ଓ ପୋଲିସ ସେନା ରେ ପ୍ରବଳ ମାତ୍ରାରେ ବ୍ୟବହାର ହେଲା, ଯାହାକୁ, (ଟେନିସ) ଜୋତା କୁହାଯାଇଥିଲେ, ସେତେବେଳେ ବାଟା କମ୍ପାନୀ ଏକ ସ୍ଲୋଗାନ ଆରମ୍ଭ କରିଥିଲା, First to Bata then go to school,,ଭାରତ ସରକାର ଏହା ଉପରେ ମୋହର ମାରିଥିଲେ,,, ଆଜି 120 ଦେଶରେ ବାଟା ର 30ହଜାର ସୋ ରୁମ ଅଛି ଓ ଏଜ ଲକ୍ଷ୍ୟ କର୍ମଚାରୀ ଅଛନ୍ତି,,