ଜୀବନ, କଣ ଏଇଆ ସୁଖର ଆଞ୍ଜୁଳାଏ ସ୍ବପ୍ନ ପୁଣି ଲୁହର ଅବୁଝା କାହାଣୀ, ତାପରେ!! ସେସବୁ ଅନୁଭୂତିର ଖଟା ମିଠା ବିତୁଥିବା ସମୟ,, ଏହା ଥିଲା ଜଣେ 67 ବର୍ଷୀୟ ଚାକିରୀ ରୁ ଅବସର ନେଇଥିବା ବ୍ୟାଙ୍କ ମ୍ୟାନେଜର ଶ୍ରୀ ଅଜୟ କୁମାର ଙ୍କର ଫେସବୁକ ଲେଖା ଏକ 19 ବର୍ଷୀୟ ସୁନ୍ଦରୀ ଯୁବତୀ ଙ୍କୁ,ସେପଟୁ ଯୁବତୀ ଚାନ୍ଦିନୀ ଲେଖିଲେ,, ହଁ, କିଛି ପାଇବାର ଯନ୍ତ୍ରଣା ଭିତରେ ମୁଠାଏ ମିଠା ମିଠା ଆଶା, ଓ ପାଇଗଲା ପରେ ଏକ ଅକୁହା ଶୂନ୍ୟତା, ସାତ ଦରିଆ ପାରିରୁ ସମୟ ବୁଣି ଯାଏ ମୋ ଭିଜା ପଲକର ତୁମ ସ୍ନେହ ଭରା ରଙ୍ଗକଳା,,ପୁଣି ଅଜୟ ଲେଖନ୍ତି ତୁମେ ଯେ ପ୍ରତିଜ୍ଞାବଧ ଜାଣେ ମୁଁ ତଥାପି ପ୍ରତୀକ୍ଷା ର ଅନ୍ତ ଦିନେ ଆଣିବ ଆଶାର ପୁଲକ,, ସେପଟୁ ଫେସବୁକ ଲାଇନ କଟିଯାଏ, ହୁଏତ ଚାନ୍ଦିନୀ ର ଇଣ୍ଟରନେଟ ରେ କିଛି ପ୍ରୋବ୍ଲେମ ଅଛି, ଅପେକ୍ଷା କରିବାକୁ ପଡେ 15 ଘଣ୍ଟା,,,, ଅଜୟ ବାବୁ ଚିନ୍ତାରେ କଣ ହେଲା ଚାନ୍ଦିନୀର,,, ଏହା ଏକ କାହାଣୀ ନୁହେଁ ଆଜିର ଗୋଲାପ ଦିନରେ ଗୋଲାପୀ କଥା, ଅଜୟ ବାବୁ ବ୍ୟାଙ୍କ ମ୍ୟାନେଜର ଚାକିରୀ ରୁ ରିଟାୟର୍ଡ ହେଲେଣି 2016 ମସିହାରୁ, ପୁଅ ସୌରଭ MTECH, ବୋହୁ ବି MTECH, ସଫ୍ଟୱାର ଇଞ୍ଜିନିଅର ମୁମ୍ବାଇ ରେ ରହି ଚାକିରୀ କରୁଛନ୍ତି,, ଏକୁଟିଆ ବିରାଟ ପ୍ରସାଦ ରେ ରହୁଛନ୍ତି ଅଜୟ ବାବୁ, ଉତ୍ତରାଖଣ୍ଡ ର ଡେରାଡୁନ ସହରରେ, ଏକୁଟିଆ ନିଃସଙ୍ଗ ଜୀବନ ସବୁଦିନ ପୁଅ ବୋହୁ ସାଙ୍ଗରେ କଥାବାର୍ତା ବି ଚାଲୁଛି,ହାଲ ଚାଲ ପୁଅ ବୁଝେ, କେତେଥର ବାପାଙ୍କୁ କହିଛି ଘର ଭଡା ଦେଇଦିଅ କମ୍ବା ବିକି ଦେଇ ଏଠାକୁ ଆସିଯାଅ, ବାପା ଅଜୟ ବାବୁ କିନ୍ତୁ ରାଜନୁହନ୍ତି ନିଜେ ତିଆରି କରିଥିବା ଘରକୁ ଛାଡି କୁଆଡେ ଯିବାକୁ, ସାଙ୍ଗ ସାଥି ସମ୍ପର୍କୀୟ ମାନେ ଏଇଠି ଅଛନ୍ତି,, ବାପାଙ୍କ ନିଃସଙ୍ଗ ଜୀବନ କୁ ଟିଜେ ଖୁସି ଦେବାକୁ ପୁଅ ସୌରଭ ଆସି ଦେଇଥିଲେ ଲକ୍ଷେ ଟଙ୍କିଆ ସ୍ମାର୍ଟ ମୋବାଇଲ, ଆଉ ଦେଖଇ ଦେଇଯାଇଥିଲେ କିପରି ଫେସବୁକ, ଇଂସ୍ଟଗ୍ରାମ, ଚାଲେ,, ଅଜୟ ବାବୁଙ୍କ ସମୟ ଏପରି ବିତିଲା ଯେ ମୋବାଇଲ ରେ ଦିନ କଟିଲା, ଆଉ ଚିନ୍ତା ନାହିଁ,, ଥରେ ଏକ ଫ୍ରେଣ୍ଡ ରିକୁଏଷ୍ଟ ଆସିଥିଲା ଜାଣେ ସୁନ୍ଦରୀ ଯୁବତୀଙ୍କର, ନାଁ ( ଚାନ୍ଦିନୀ) ଅଜୟ ବାବୁ ପ୍ରଥମେ ଚିପିଲେ ବୋତାମ, ଆସିଲା ସମସ୍ତ ତଥ୍ୟ, ଚାନ୍ଦିନୀ ଲଣ୍ଡନ,, ଚାଲିଲା କଥାବାର୍ତା, ଚାନ୍ଦିନୀ କହିଥିଲା ସେମାନେ ଦିଲ୍ଲୀ ଲୋକ କିନ୍ତୁ ଲଣ୍ଡନ ରେ ରହୁଛନ୍ତି ବାପା ଙ୍କ ଦେହାନ୍ତ ହେଲାଣି 2008 ରୁ, ଏଠି ଲଣ୍ଡନ ରେ ଦାଦା ଖୁଡି ଓ ନିଜେ ମା ଙ୍କ ସାଙ୍ଗରେ ରୁହନ୍ତି,, ଚାନ୍ଦିନୀ ବି ଅଜୟ ବାବୁ ଙ୍କୁ ପଚାରନ୍ତି ତାଙ୍କ ବିଷୟରେ, ଅଜୟ ବାବୁ କୁହନ୍ତି ପତ୍ନୀ ଚାଲିଗଲା ପରେ ଯୁବାଯନ୍ତ୍ରଣା ରେ ଦିନ ବିତାଉଛନ୍ତି ସାତ ବର୍ଷ ହେବ,, ଏହିପରି ଦୁଇ ମାସ ମୋବାଇଲ ରେ ଚାଲେ ସମସ୍ତ ଭୟସ କଲ ଓ ଲେଖା ଲେଖି, ଅଜୟ ବାବୁ ଭାବିଲେ ଯାହାହେଉ କେହିତ ଜଣେ ଖବର ବୁଝୁଛି, ଦିନେ ଚାନ୍ଦିନୀ ଲେଖିଲେ ସେ ଇଣ୍ଡିଆ ଆସିବେ ତାଙ୍କର ପୈତୃକ ସମ୍ପତି ଅଛି ଦିଲ୍ଲୀରେ ତାକୁ ଦେଖାଶୁଣା କରି ପୁଣି ଫେରିଆସିବେ ଲଣ୍ଡନ, ଦିନ ଧାର୍ଯ୍ୟ ହେଲା ଇନ୍ଦିରାଗାନ୍ଧୀ ଏୟାରପୋର୍ଟ ରେ ପ୍ଲେନ ଆସି ପଂହଁଚିବ, ଅଜୟ ବାବୁ ସମ୍ପୂର୍ଣ ଫ୍ରେସ ହେଇ ନିଜେ ନିଜ କାରରେ ଚାଲିଲେ ଦିଲ୍ଲୀ ଏଆରପୋର୍ଟ,, ଲଣ୍ଡନ ଫ୍ଲାଇଟ ଆସି ପଂହଁଚି ଗଲାଣି କିନ୍ତୁ ଚାନ୍ଦିନୀ ଫୋନ ବନ୍ଦ,, ଅଜୟ ବାବୁ ଏକ ଘଣ୍ଟା ଅପେକ୍ଷା କରି ଆସିଲେ ହୋଟେଲ ରୁମକୁ, ପୂର୍ବ ଦିନ ଆସି ବୁକ କରିଥିଲେ ହୋଟେଲ ରୁମ,, ଠିକ ଦୁଇଘଣ୍ଟା ପରେ ଫୋନ ଆସିଲା ଚାନ୍ଦିନୀ ର,, ବଡ଼ ଦୁଃଖରେ କହିଲା ସେ ଏୟାର ପୋର୍ଟ ରେ ଅଛି କିନ୍ତୁ କଷ୍ଟମ ଵାଲା ଅଟକେଇଛନ୍ତି, କାରଣ ସେ ଏକ ମୋଟା ସୁନା ଚେନ ଆଣିଥିଲି ଆପଣଙ୍କ ପାଇଁ, କଷ୍ଟମ ଵାଲା କହୁଛନ୍ତି ଫାଇନ ଲାଗିବ ପାଞ୍ଚ ଲକ୍ଷ୍ୟ,, ଅଜୟ ବାବୁ କହିଲେ ଦିଅ ଫୋନ ସେ କଷ୍ଟମ ଅଫିସର ଙ୍କୁ, ଚାନ୍ଦିନୀ ଦେଲେ ସେପଟୁ କଷ୍ଟମ ଅଫିସର ବାବୁ କହିଲେ ଷ୍ଟାମ୍ପ ଡିଉଟି ପାଞ୍ଚ ଲକ୍ଷ୍ୟ ପଡିବ ଓ ରସିଦ ଦିଆଯିବ,, ତୁରନ୍ତ ଟଙ୍କା ଟ୍ରାନ୍ସଫର କଲେ,, ପୁଣି ଏକ ଘଣ୍ଟା ପରେ ଆଉଜଣେ ବାବୁଙ୍କ ଫୋନ ଆସିଲା, କି ଚାନ୍ଦିନୀ ଙ୍କ ଉପରେ ଅନୁସନ୍ଧାନ ଚାଲୁଚି ସେ ମନିଲ୍ୟାଣ୍ଡରୀଙ୍ଗ କେଶ ରେ ଆରେଷ୍ଟ ହେଇପାରନ୍ତି କାରଣ ତାଙ୍କୁ ଆଜି କିଏ ପାଞ୍ଚଲକ୍ଷ୍ୟ ଟଙ୍କା ପଠେଇଛନ୍ତି, ଅଜୟ ବାବୁ କହିଲେ ଟଙ୍କା ମୁଁ ପଠେଇଚି, ଅସୁବିଧା କଣ ଜଣେ ଅନାଥ ବିଦେଶୀ ପିଲାଙ୍କୁ ଜାଣିଶୁଣି ହଇରାଣ କରୁଚ,, ଫଇସଲା ହେଲା ଫୋନରେ ଆଉ କୋଡିଏ ଲକ୍ଷ୍ୟ ପଠେଇଲେ,,, ଅଜୟବାବୁ,, ଏହିପରି ତାଙ୍କୁ ବ୍ଲାକମେଲିଙ୍ଗ କରି ନେଇଗଲେ ଏକ କୋଟି ପାଖାପାଖି,, ପୁଣି ଅର୍ଥ ଆବଶ୍ୟକ ପଡିଲା ପୁଅ ସୌରଭ କୁ ମାଗିଲେ ପାଞ୍ଚ ଲକ୍ଷ୍ୟ,, ପୁଅ ର ସନ୍ଦେହ ହେଲା ବାପାଙ୍କ ପାଖରେ ତ ଅନେକ ଟଙ୍କା ତାଙ୍କ ବ୍ୟାଙ୍କରେ ଥିଲା, ପଇସା କଣ ହେଲା ବାପାଙ୍କ କଥା ମାନି ପାଞ୍ଚ ଲକ୍ଷ୍ୟ ପଠେଇଲା,, ଓ ତୁରନ୍ତ ଫ୍ଲାଇଟ ଧରି ଆସି ପଂହଁଚିଲା ଦିଲ୍ଲୀ,, ବାପା ଦୁଃଖରେ ସବୁ କାହାଣୀ କହିଲେ, ପୁଅ ଦେଇଥିବା ସ୍ମାର୍ଟ ଫୋନ କୁ ରାଗିକରୀ ଫୋପାଡ଼ି ଦେଲା ବାପଙ୍କ ଆଗରେ,, ନିଜେ ବ୍ୟାଙ୍କ ମ୍ୟାନେଜର ରହିବି ଜାଣିପାରିଲନାହିଁ ଠକ ମାନେ ଠକୁଛନ୍ତି, ସ୍ଥାନୀୟ ନଏଡା ପୋଲିସ ବିଭାଗରେ ସୌରଭ ର ଜଣେ ସାଙ୍ଗ ଥିଲେ, ତାଙ୍କୁ ସବୁ କହିଲେ ସୌରଭ, ଚାରିମାସ ଲାଗିଲା ପୁରା ଅପରାଧୀ ଗ୍ୟାଙ୍ଗ ଧରାପଡ଼ିଲେ, ସାତୋଟି ବ୍ୟାଙ୍କ ଆକାଉଣ୍ଟରେ ସେମାନଙ୍କର ଥିଲା ଦେଢ଼ କୋଟି ଟଙ୍କା,, ସବୁଠୁ ଆଶ୍ଚର୍ଯ୍ୟ କଥା ଚାନ୍ଦିନୀ ବୋଲି କେହି ନଥିଲେ, ଚାରିଜଣ ସମ୍ରାନ୍ତ ଯୁବକ ମୋବାଇଲ ର ଭୟସ ଚେଞ୍ଜ କରି କଥାହେଉଥିଲେ,, ଅଜୟ ବାବୁ ଲେଡ଼ିଜ ଫୋନ ଭାବି ଫେସବୁକ ଚାଟିଙ୍ଗ କରୁଥିଲେ, ଦିଲ୍ଲୀ ସାଇବରସେଲ ର ଏକ୍ସପୋର୍ଟ ମାନଙ୍କ ସହିତ ସୌରଭ ନିଜେ ସାହାଯ୍ୟ କରୁଥିଲେ କାରଣ ସେ ସେଇ ଚାକିରୀ କରୁଥିଲେ ମୁମ୍ବାଇ ରେ,,, ତେଣୁ ପ୍ରେମ ଅନ୍ଧ କେତେବେଳେ କାହାକୁ କୁଆଡେ ନେବ କେହି କହିପାରିବେନି, ଶେଷରେ ସୌରଭ ତାଙ୍କ ସାଙ୍ଗକୁ କହିଥିଲେ ମୁଁ ଜାଣିଥିଲି ମୋବାପା ଏକା ରହୁଥିଭାରୁ ୟେ ଘଟଣା ଘଟିଲା,, ପାଞ୍ଚ ବର୍ଷ ତଳୁ ମୁଁ ଜାଣିପାରିଥିଲି ବାପାଙ୍କ ପାଇଁ ଆମେ ଯଦି ଆଉ ଏକ ମା ଯୋଗାଡ଼ କରିପାରିଥାନ୍ତୁ ଆଜି ୟେ ପରିସ୍ଥିତି ହେଇ ନଥାନ୍ତା,, ସେ ବି ବାକି ଜୀବନ ଆରାମରେ କଟେଇଥାନ୍ତେ ଓ ଆମେ ମାନେ ଶାନ୍ତିରେ ରହିଥାନ୍ତୁ,,, ଯେତେ ମୁଁ IT ଏକ୍ସପୋର୍ଟ ହେଲେ କଣ ହେବ ମୁଁ ଫେଲହେଲି,,,