ଦେଶରେ ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ଥିବା କହିଲେ ପ୍ରଧାନମନ୍ତ୍ରୀ
କଂଗ୍ରେସ ଏବଂ ମୁଦ୍ରାସ୍ପିତି ଅଙ୍ଗାଙ୍ଗି ଭାବେ ଜଡ଼ିତ- ପ୍ରଧାନମନ୍ତ୍ରୀ
କଂଗ୍ରେସ ଆସିଲେ ଦରଦାମ ବୃଦ୍ଧି ବେଲଗାମ ହୋଇପଡ଼େ
ଦରଦାମ ବୃଦ୍ଧି ଉପରେ ଆମେ ସଫଳତାର ସହ ନିୟନ୍ତ୍ରଣ ଆଣିଛୁ!.
କୋଭିଡ଼ ମହାମାରୀ ସତ୍ତ୍ବେ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରାଯାଇଛି
ଦୁଇଟି ବଡ଼ ଯୁଦ୍ଧ ହୋଇବି ଆମର ଦରଦାମ ବୃଦ୍ଧି ଘଟିନାହିଁ
୩୦ ଲକ୍ଷ କୋଟିରୁ ଅଧିକ ଟଙ୍କା ଲୋକଙ୍କ ଖାତାକୁ ଦିଆଯାଇଛି
କଂଗ୍ରେସ ଥିଲେ ଅତିବେଶିରେ ୧୫% ଟଙ୍କା ଲୋକ ପାଇଥାନ୍ତେ!.
ଯିଏ ଯେତେ ସମାଲୋଚନା କରୁ, ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନ ଚାଲିବ
ଯିଏ ଖାଇଛି , ଲୁଟିଛି , ତାକୁ ଗୋଟି ଗୋଟି ଫେରାଇବାକୁ ପଡ଼ିବ-
ଦେଶ ବଦଳୁଛି:
ପୂର୍ବ ସରକାର ଓ ବର୍ତ୍ତମାନ ସରକାରର ତୁଳନାତ୍ମକ ଚିତ୍ର ଦେଲେ
ପୂର୍ବ ସରକାରରେ ନାରୀମାନଙ୍କ ଉନ୍ନତିକୁ ଅଣଦେଖା କରାଯାଇଥିଲା
ସମୟ ବଦଳିଛି , ନାରୀମାନଙ୍କ ଅଗ୍ରାଧିକାରକୁ ପ୍ରାଥମିକତା ଦିଆଯାଇଛି
ଆଗାମୀ ଦିନରେ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବ!.
ପୂର୍ବରୁ ଝିଅ ହେଲେ ନାକ ଟେକୁଥିଲେ , ଏବେ ଗର୍ବ କରୁଛନ୍ତି
ଝିଅ ଜନ୍ମହେଲେ ଏବେ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲୁଛନ୍ତି
ସେବେ ଝିଅ ଜନ୍ମ ହେଲେ ବାହାଘର ନେଇ ଚିନ୍ତା କରୁଥିଲେ ପରିବାର!.
ଏବେ ଝିଅ ନିଜ ଗୋଡ଼ରେ ଛିଡ଼ା ହୋଇ ଅନ୍ୟକୁ ସାହାରା ଦେଉଛି
ଶିଳ୍ପ ଠାରୁ ଆରମ୍ଭ କରି ସେନା ପର୍ଯ୍ୟନ୍ତ ସବୁଠି ଝିଅ ପାରଦର୍ଶିତା ଦେଖାଉଛି
ଡିଜିଟାଲ ଇକୋନୋମିରେ ଭାରତ ଏବେ ବିଶ୍ୱରେ ଅଗ୍ରଣୀ!.
ଶସ୍ତାରେ ମୋବାଇଲ ଓ ଶସ୍ତାରେ ଡାଟା ଯୁବବର୍ଗଙ୍କୁ ରୋଜଗାରକ୍ଷମ କରିଛି
ରୋଜଗାରର ନୂଆ ନୂଆ କ୍ଷେତ୍ର ଖୋଲି ଚାଲିଛି-
ମୋ ସେନା ଉପରେ ମୋ ଭରସା: ମୋଦି
ଆତଙ୍କବାଦ , ନକ୍ସଲବାଦ ସରି ସରି ଆସୁଛି କହିଲେ
ଆଉ ମାତ୍ର ଅଳ୍ପ କିଛି ଅଞ୍ଚଳରେ ଆତଙ୍କବାଦ , ନକ୍ସଲବାଦ ରହିଛି
ମୋ ସେନାର ମନୋବଳ ଭାଙ୍ଗିବାକୁ ବ୍ୟର୍ଥ ପ୍ରୟାସ କରନି!.