Spread the love

ତୁନପୁର ଗ୍ରାମରେ ବାର୍ଷିକ ଅଷ୍ଟପ୍ରହରୀ ନାମଯଜ୍ଞ ଉଦଯାପିତ
କଟକ, କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ତୁନପୁର ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ବୟସ୍କ ମୂରବୀ, ଯୁବଗୋଷ୍ଠୀ ଓ ଜନସାଧାରଣଙ୍କ ସମ୍ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବାସୁଦେବ ସଙ୍କୀର୍ତ୍ତନ ମଣ୍ଡଳୀର ସଦସ୍ୟମାନେ ଏହି ନାମ ସଙ୍କୀର୍ତ୍ତନ ପରିଚାଳନା କରିଥିଲେ। ଆଖପାଖର ସଙ୍କୀର୍ତ୍ତନ ମଣ୍ଡଳୀ ମଧ୍ୟ ଏହି ଅଷ୍ଟପ୍ରହର ନାମଯଜ୍ଞରେ ଯୋଗଦାନ କରିଥିଲେ। ଅହୋରାତ୍ର ନାମ ଯଜ୍ଞରେ ସାରା ଗ୍ରାମକୁ ଉତ୍ସବମୁଖର କରିଥିଲେ। ଗ୍ରାମର କୁନିକୁନି ପିଲାମାନେ ରାଧାକୃଷ୍ଣ ବେଶରେ ନଗର କୀର୍ତ୍ତନରେ ସାମିଲ ହୋଇଥିଲେ। ନଗର ସଙ୍କୀର୍ତ୍ତନ ପରିକ୍ରମାରେ ସଙ୍କୀର୍ତ୍ତନ ମଣ୍ଡଳୀ ସହ ଗ୍ରାମର ଅଧିବାସୀ ମାନଙ୍କ ସହିତ ଆଖପାଖ ଅଞ୍ଚଳର ଜନସାଧାରଣ ଯୋଗଦାନ କରିଥିଲେ। ଦିର୍ଘ ୩ଦିନ ଧରି ଗ୍ରାମ ଓ ଆଖପାଖ ଗ୍ରାମରେ ହରିରାମ ଧ୍ବନି ପ୍ରକମ୍ପିତ ହୋଇଥିଲା। ଲୋକମାନେ ହରିନାମ ଭକ୍ତିପ୍ରେମରେ ବିମୋହିତ ହୋଇ ଉଠିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମର ଅଧିବାସୀ ଓ ଆଖପାଖ ଗ୍ରାମର ଜନସାଧାରଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *