Spread the love

January 2,1935 ମସିହା ଦିନ 1,30 ଟା ବେଳେ ଆମେରିକା ର କ୍ୟାନସେସ ସହର ର ହୋଟେଲ ପ୍ରେସିଡେଣ୍ଟ ରେ ଜଣେ 25/30 ବର୍ଷୀୟ ଯୁବକ ଆସିଲେ ରୁମ ନେବାକୁ, ମ୍ୟାନେଜର ଦେଖିଲେ ଯୁବକ ର କିଛି ଲଗେଜ ନାହିଁ, ସୁନ୍ଦର ଚେହେରା ଦାମୀ କୋର୍ଟ ପ୍ୟାଣ୍ଟ ପିନ୍ଧିଛି, ତେଣୁ ପ୍ରଶ୍ନ କଲେ, ଆପଣଙ୍କ ଲଗେଜ ନାହିଁ କି?? ଯୁବକ କହିଲେ ଗାଡ଼ିରେ ପରେ ଆସୁଛି,, ଯେହେତୁ ଏକା ରହିବେ କହିଲେ,, ରୁମ ବୁକ ହେଇଗଲା,10 ମ ତାଲା ରେ, (ରୁମ ନଂ 1046) ଯୁବକ ରେଜିଷ୍ଟର ରେ ନାଁ ଲେଖିଲେ (Ronald, T, Ovan) ଘର ଠିକଣା ଦେଲେ ଲସ ଅଞ୍ଜଜେଲସ, ରୁମ ବୟ ରୋନାଲଡ ଙ୍କୁ ନେଇ ଗଲେ ରୁମ କୁ ଦଶ ତାଲା,, ରୁମ ରେ ପଂହଁଚି ବୟ ଜଣକ ଦେଖିଲେ, ଅତିଥି କୋର୍ଟ ପ୍ୟାକେଟ ରେ ଆଣିଥିଲେ ଏକ ପାନିଆ ଓ ଏକ ଟୁଥବ୍ରସ, ଆଉ କିଛି ନାହିଁ,, ରୁମରେ ଛାଡି ଆସିଲେ ତଳକୁ,, କିଛି ସମୟ ପରେ ଫୋନ ଆସିଲା 1046 ରୁମରୁ, ବୟ ଗଲେ, ରୋନାଲଡ ଅର୍ଡର ଦେଲେ କିଛି ଖାଦ୍ୟ,, ଗୋଟିଏ ଦିନ ରହିବାକୁ କହିଥିଲେ,
କିନ୍ତୁ ରହିଲେ 4 ଦିନ,, କିନ୍ତୁ ଏଇ ଚାରିଦିନ ଯାହା ଘଟଣା ମାନ ଘଟିଥିଲା ଲିପିବଦ୍ଧ ହେଲା ପୋଲିସ ରେକର୍ଡରେ, କାରଣ ପଞ୍ଚମ ଦିନ ତାଙ୍କର ମୁର୍ତ୍ତୃ ହେଇଥିଲା, ପ୍ରଥମ ଦିନ କିଛି ବ୍ୟସ୍ତ ହେଉଥିଲା ପରି ଜଣାପଡିଥିଲା,, କାହାକୁ ଫୋନରେ ଧମକେଇବା ରୁମ ସଫା କରୁଥିବା ମହିଳା ମ୍ୟାରୀ କହିଥିଲେ,ଦ୍ୱତୀୟ ଦିନ ରୁମ ବୟ ତଉଲିଆ ବେଡ଼ସିଟ ବଦଳେଇବା ପାଇଁ ଆସିଥିଲା ବେଳେ ଖଟ ଉପରେ ଏକ ଚିଠି ଥୁଆହୋଇଥିଲା ଯେଉଁଥିରେ ଲେଖଥିଲା, Don i will back just after 15 minits, ତୃତୀୟ ଦିନ ରୁମ ଭିତରେ କିଛି ପାଟି ଶୁଭିଥିଲା ଜଣେ ମହିଳା ଓ ରୋନାଲଡ ଙ୍କର,, ରୁମ ବୟ କଲିଂ ବେଲ ମାରିଥିଲା କିନ୍ତୁ ଭିତରୁ ରୋନାଲଡ କହିଥିଲେ, କିଛି ଦରକାର ନାହିଁ ପରେ ଆସିବେ,ଚତୁର୍ଥ ଦିନ ରୁମ ବୟ ଶୁଣିଥିଲେ ରୋନାଲଡ କାହା ସାଙ୍ଗରେ କଥା ହେଉଥିଲେ No don iam not hungry,,, ଓ ସେଇଦିନ ରୁମ ଭିତରେ କିଛି ଯୁବକ ଓ ଯୁବତୀଙ୍କ ଯୁକ୍ତି ତର୍କ ଶୁଣିଥିଲେ ହୋଟେଲ ରୁମ କ୍ଲିନ ଷ୍ଟାଫ ମ୍ୟାରୀ,, ପଞ୍ଚମ ଦିନ ହୋଟେଲ ରୁମରେ ମିଳିଲେ ରୋନାଲଡ ମୃତ ଚାରିଆଡେ ରକ୍ତ ଛିଟା ପୁରା ବେଡ଼ସିଟ ରେ ରକ୍ତ ଲାଗିଛି ଓ ରୋନାଲଡ ଙ୍କ ଶରୀରରେ ବହୁତ ଜାଗାରେ ଛୁରୀ ସାହାଯ୍ୟରେ ଆଘାତ ହେଇଚି,,, ପୋଲିସ ଙ୍କୁ ଖବର ପରେ ପୋଲିସ ଆସି ସମସ୍ତ ରିପୋଟ ଷ୍ଟାଫ ଓ 1046 ରୁମ ର ପାଖ ରୁମ ଗେଷ୍ଟ ମାନଙ୍କର ବୟାନ ନେଇ କଲେ ଅନୁସନ୍ଧାନ,, ପ୍ରଥମେ ରୋନାଲଡ ଟି ଓଭାନ ନାଁ ରେ କେହି ଲୋକ ନାହାନ୍ତି ଲସ ଆଞ୍ଜେଲସ ଠିକଣା ରେ,,ଯାହା ରୋନାଲଡ ଲେଖିଥିଲେ ହୋଟେଲ ପ୍ରେସିଡେଣ୍ଟ ର ରେଜିଷ୍ଟର ରେ,,, ତିନିମାସ ଡେଡ ବଡି ରଖାଗଲା, କାଳେ କିଏ କ୍ଳେମ କରିବାକୁ ଆସିବେ,,ଯୋଉଦିନ ଡେଡ଼ବଡି ଯିବ କବର ଦେବାକୁ, ସେଇଦିନ ଏକ ଚିଠି ଓ,25 ଡଲାର କ୍ରିୟାକର୍ମ ପାଇଁ ଓ 5ଡଲାର 13 ଟି ରୋଜ ଫୁଲ ପାଇଁ ଫାଦର ଙ୍କ ପାଖରେ, ଚିଠିରେ ଲେଖଥିଲା perhaps it is enough to expenditure,,,ପୋଲିସ ମାନେ ଉପସ୍ଥିତ,, ରୋନାଲଡ ଙ୍କ କବର ଦିଆଗଲା,, ତାପରେ ଚାଲିଲା ଅନୁସନ୍ଧାନ,, ଯାହା ସୁନା ଯାଉଥିଲା ସେତେବେଳେ ଆମେରିକା ରେ ଝଡ଼ ସୃଷ୍ଟି ହେଇଥିଲା ଏଇ ଘଟଣା ପାଇଁ,, ଲସଞ୍ଜେଲସ ଟାଇମସ ପତ୍ରିକାରେ ପ୍ରକାଶିତ ହେଇଥିଲା ଖବର, ପୋଲିସ ଏନଭେସ୍ଟିଗେଶନ ଜୋର ସୋର ରେ ଚାଲିଛି, ଏକ ଫୋଟ ଖବର କାଗଜ ରେ ଦିଆଯାଇଥିଲା,, ଆମେରିକା ରେ ଯଦି କେହି ଏମିତିକା ଲୋକଙ୍କ ପରିଚୟ ଦିଅନ୍ତି ତାହେଲେ ପ୍ରେସ କିମ୍ବା ପୋଲିସ କୁ ଦିଅନ୍ତୁ,,, କିଛି ମିଳିଲାନି,, ମଝିରେ ମଝିରେ ଯଦି କେହି ଉଠାନ୍ତି ୟେ ଖବର ବିଷୟରେ ସେଇ କ୍ୟାନସେସ ଥାନା ଅଧିକାରୀ କୁହନ୍ତି ଅଧା ଖବର ମିଳିଛି ଯେହେତୁ ତଦନ୍ତ ଚାଲିଛି ସେଥିପାଇଁ ଗୁପ୍ତ ରଖାଯାଇଛି,,,ଖୁବ କମ ଦିନରେ ପର୍ଦାଫାଶ ହେବ,,, ରୋନାଲଡ କୁ ହତ୍ୟା ହେବାର ତିନି ମାସ ଭିତରେ ର ପୋଲିସ ତଦନ୍ତ ଯାହା ହେଇଥିଲା,, ରୋନାଲଡ ପ୍ରେସିଡେଣ୍ଟ ହୋଟେଲ ରେ ରହିବା ପୂର୍ବରୁ ଆଉ କିଛି ହୋଟେଲ ରେ ରହିଥିବାର ଖବର ଅଛି,, ଓ ସେ ଏକ ଅପରାଧୀ ଗ୍ୟାଙ୍ଗ ପାଇଁ କାମ କରୁଥିଲେ ବୋଲି କେହି କେହି କୁହନ୍ତି,, ଓ ହୋଟେଲ ପ୍ରେସିଡେଣ୍ଟ ର ମାଲିକ ବି ଆମେରିକା ର ଜଣେ ଜଣାଶୁଣା ଶିଳ୍ପପତି,, ବର୍ତମାନ ସେ ଖବର ଉପରେ କିଛି ଅନୁସନ୍ଧାନ ମୂଳକ କାର୍ଯ୍ୟାନୁଷ୍ଠାନ ହେଇପାରେ ବୋଲି କୁହାଯାଉଛି,,

Leave a Reply

Your email address will not be published. Required fields are marked *

You Missed