Spread the love

ସିବିଏସଇ ପାଠ୍ୟକ୍ରମର ୯ମ ଶ୍ରେଣୀରେ ପଢ଼ା ହେଉଛି କେମିିତି ହୁଏ ପ୍ରେମ, ଧୋକା ଖାଇଲେ କ’ଣ କରିବେ? ସେ ନେଇ ରହିଛି ପାଠ…

ଏଣିକି ସ୍କୁଲ ବହିରେ ବି ପ୍ରେମକୁ ନେଇ ପଢ଼ା ଯିବ ପାଠ। ପ୍ରେମକୁ ବହିରେ ପଢ଼ି ସିଖିବେ ଛାତ୍ରଛାତ୍ରୀ । ବୟସ ନହୋଇ ପ୍ରେମ କରୁଥିବା ପିଲାଙ୍କ ପାଇଁ ରହିଛି ଏହି ପୁରା ବିଷୟ । କେମିତି ପ୍ରେମ ହୁଏ କେମିତି ଧୋକ ଖାଆନ୍ତି । ଏବଂ ଧୋକ ଖାଇଲା ପରେ କଣ କରିବେ ସେ ନେଇ ରହିଛି ପୁରା ବହିରେ । ହଁ ଆଜ୍ଞା ପ୍ରେମ କୌଣସି ବୟସରେ ବି ହୋଇଯାଇପାରେ ।

ପ୍ରେମକୁ ନିଭେଇବା ପ୍ରତିଟି ମଣିଷ ପାଇଁ ଅତ୍ୟନ୍ତ କଷ୍ଟ । ହେଲେ ଏହି କଷ୍ଟ ଅଧିକ ରହିଥାଏ ଗୋଟିଏ କିଶୋର ଅବସ୍ଥାର ପିଲା ପାଇଁ । ସେ ସେହି ସମୟରେ କିଛି ବି ବୁଝି ପାରେ ନାହିଁ ସେ କଣ କରୁଛି । କିଶୋର ଅବସ୍ଥାରେ ପ୍ରେମ ପାଇଁ ନେଇଥିବା ପ୍ରତିଟି ନିଷ୍ପତ୍ତି ଭୁଲ ପ୍ରମାଣତ ହୋଇଥାଏ । ଯାହା ପରେ ପିଲାଟି ଏମିତି କିଛି ନିଷ୍ପତ୍ତି ନେଇଯାଏ ଯାହା ପାଇଁ ପୁରା ପରିବାର ଖରାପ ପରିସ୍ଥିତିର ସାମ୍ନା କରନ୍ତି । ଆଉ ସେହି ସବୁ ପରିସ୍ଥିତିକୁ ଏଡ଼ାଇବା ପାଇଁ ଏବେ ସିବିଏସ୍‌ଇର ୯ମ ଶ୍ରେଣୀର ବହିରେ ରହିଛି ପ୍ରେମକୁ ନେଇ ପାଠ ।

୯ମ ଶ୍ରେଣୀରେ ପଢ଼ା ହେଉଥିବା ବିଷୟର ନାମ ରହିଛି ଡେଟିଂ ଆଣ୍ଡ ରିଲେସନସିପ୍ । ପୁରା ସ୍ପଷ୍ଟ ଭାବରେ ଗୋଟିଏ ଗୋଟିଏ ପଏଣ୍ଟ କରି ଅତି ସୁନ୍ଦର ଭାବରେ ବୁଝା ଯାଇଛି । ଯାହାକୁ ପଢ଼ିଲା ପରେ ଗୋଟିଏ କିଶୋର ଅବସ୍ଥାରେ ଥିବା ପିଲା ପ୍ରକୃତ ଏବଂ ସୁସ୍ଥ ସମ୍ପର୍କକୁ ବୁଝି ପାରିବ ଏବଂ ଖରାପ ନିଷ୍ପତ୍ତି ଠାରୁ ଦୁରେଇ ରହିବ । ଟିକେ ଏହି ବିଷୟକୁ ଦେଖନ୍ତୁ ସେଥିରେ କଣ ସବୁ ଲେଖା ରହିଛି । କେମିତି ବୁଝା ଯାଇଛି ଟିକେ ଦେଖନ୍ତୁ । ୯ମ ଶ୍ରେଣୀର ଏହି ବିଷୟଟି ପୁରା ଡେଟିଂ ଏବଂ ରିଲେସନସିପ ଉପରେ ବ୍ୟାଖ୍ୟା କରାଯାଇଛି । ଡେଟିଂରେ ବ୍ୟବହାର କରାଯାଉଥିବା ଲୋକପ୍ରିୟ ଶବ୍ଦ ଘୋଷ୍ଟିଂ, କ୍ୟାଟଫିସିଂ ଏବଂ ସାଇବରବୁଲିଙ୍ଗକୁ ବର୍ଣ୍ଣନା କରାଯାଇଛି । କ୍ରସ ବା ସ୍ୱତନ୍ତ୍ର ବନ୍ଧୁତା ଭଳି ଶବ୍ଦକୁ ସରଳ କାହାଣୀ ଏବଂ ଉଦାହରଣ ମାଧ୍ୟମରେ ବ୍ୟାଖ୍ୟା କରାଯାଇଛି ।

ତେବେ କିଶୋର ଅବସ୍ଥାରେ ପ୍ରେମ କାଳ ପାଲଟିଥାଏ । ପ୍ରେମରେ ପଡ଼ି ଏମିତି ସବୁ ନିଷ୍ପତ୍ତି ନେଇଯାଆନ୍ତି ଯାହା ପୁରା ଜୀବନକୁ ଖରାପ କରିଦିଏ । ଯଦି ଦେଖିବା ପ୍ରେମରେ ଧୋଖା ଖାଇଲା ପରେ କି ପ୍ରେମରେ ପଡ଼ିଲା ପରେ ନିଜ ପିତାମାତାଙ୍କ ସହ ଏ ନେଇ ଖୋଲାଖୋଲି କଥା ହୋଇ ପାରନ୍ତି ନାହିଁ । ଇଣ୍ଟର ନେଟର କିମ୍ବା ସାଙ୍ଗ ମାନଙ୍କର ସାହାରା ନେଇଥାନ୍ତି । ଯାହା ସବୁବେଳେ ବିଶ୍ୱାସଯୋଗ୍ୟ ହୋଇନଥାଏ । ଯେଉଁଥିପାଇଁ ଏ କ୍ଷେତ୍ରରେ ପରିବାର ଏବଂ ବିଦ୍ୟାଳୟକୁ ଆଗକୁ ଆସିବା ଉଚିତ । କିଶୋର ମାନଙ୍କୁ ସୁସ୍ଥ ସମ୍ପର୍କର ଅର୍ଥ କଣ ଏବଂ ଖରାପ ସମ୍ପର୍କକୁ କିପରି ଚିହ୍ନଟ କରିବେ ସେ ନେଇ ଶିକ୍ଷା ଦେବା ଉଚିତ । ସେପଟେ ଏହି ପରି ବିଷୟକୁ ନେଇ ସୋସିଆଲ ମିଡିଆରେ ଖୁବ ପ୍ରସଂଶା କରାଯାଉଛି । ଆଜି ସମୟକୁ ନେଇ ଏମିତି ପାଠ ପଢ଼ା ହେବା ଉଚିତ ବୋଲି ସମସ୍ତେ ମତ ଦେଉଛନ୍ତି । ବ୍ରେକଅପ୍ ନେଭିଗେଟର ଉପରେ ଗୋଟିଏ ଅଧ୍ୟାୟ ହେବା ଉଚିତ ବୋଲି କେତେକ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

You Missed