Spread the love

ଆଜିର କାହାଣୀ ବି ମନୁଷ୍ୟ ର ଅତୀତ ର ପୁନରାବୃତ୍ତି, ଯଦି ଆମେ ପୃଥିବୀ ର ଭୂଗୋଳ କୁ ସମୀକ୍ଷା କରିବା ତେବେ ଯାହା ପୁସ୍ତକ ମାନଙ୍କର ଯାହା ମିଳେ ତାକୁ ବିଶ୍ୱାସ କରିବାକୁ ବାଧ୍ୟ,, ଯଦି ଆମେ ମାନବ ସଭ୍ୟତା ଓ ଏହାର ଇତିହାସ କୁ ଯିବା ପୃଥିବୀରେ ଆଜିପଯ୍ୟନ୍ତ ସଠିକ କେହି କହି ପାରିବେନି,, ହୁଏତ ଆମେ କେବଳ ହଜାରେ ଦୁଇହଜାର ବର୍ଷ ତଳର ଇତିହାସ ବିଷୟରେ ଆଂଶିକ ଜ୍ଞାନ ଆସିପାରେ, ତାହା ବି ବେଳେ ବେଳେ ପ୍ରଶ୍ନବାଚୀ??, ଘଟଣା ଦୁର୍ଘଟଣା ବିଷୟରେ ଅନେକ ଲୋକଙ୍କ ଇଛା ଥାଏ ଜାଣିବାକୁ ଅନେକ ଲୋକଙ୍କ ଇଛାନଥାଏ,, ସେହିପରି ଆଜିର କାହାଣୀ ର ଇତିହାସ ଉପରେ କେତେ ବିଶ୍ୱାସ ତାହା କିଛି ପାଠକଙ୍କ ସମୀକ୍ଷାର କେନ୍ଦ୍ରବିନ୍ଦୁ ହେଇପାରେ,,ସମ୍ପୂର୍ଣ ବିଷୟ ଟି ଆଜି ଯାହା ଜାଣିବେ ନକ୍ସଲ ବିଷୟରେ, ଆମେ ଯାହା ଶୁଣୁଛେ ଏଇ ମାତ୍ର 70 ବର୍ଷ ହେବ, ନକ୍ସଲପନ୍ଥୀ, ନକ୍ସାଲବାଦୀ, ଅଥବା ବର୍ତମାନ ର ମାଓବାଦୀ,,, ୟେ ନାଁଟି କୋଉଠୁ ଆସିଲା କେମିତି ଆସିଲା ଆଜି ଜାଣିବେ ଏକ ଜଘନ୍ୟ ସତ୍ୟ କାହାଣୀ,, ପଶ୍ଚିମବଙ୍ଗ ର ନିକଟବର୍ତ୍ତୀ ଓ ନେପାଳ ସୀମା ପାଖ ଏକ ପାହାଡି ଗାଁ ଅଛି ଯାହାକୁ କୁହାଯାଏ (ନକ୍ସଲବାଡି) ଯୋଉଠିକି ପଂହଁଚିବା ବଡ଼ କଷ୍ଟ, କାରଣ ମଟର ଗାଡିରେ ଯିବାକୁ ହେଲେ ଅନେକ ଚା ବାଗନ ଭିତରେ ଯିବାକୁ ପଡେ,, ଅବଡ ଖବଡ଼ ରାସ୍ତା,,, ସେଇ ଗାଁ ରେ ଜଣେ ଗରିବ ମୁଲିଆ ଶ୍ରେଣୀ ର ଲୋକ ରହୁଥିଲେ 1940 ମସିହାରେ,ନାଁ (କୃଷ୍ଣ ସନ୍ଥଲ) ଦେଶ ସ୍ୱାଧୀନ ହେଇନି, ଜମିଦାର ର ଜୁଲମ, ଗାଁ ମୁଖିଆ ବେଳେ ବେଳେ ଜମିଦାର ଙ୍କ ଠାରୁ ନିର୍ଦେଶ ଆଣି କିଛି ମୂଳିଆଙ୍କୁ ନେଇ ବିଲରେ କାମ କରାନ୍ତି, ସେଇପରି ସନ୍ଥଲ ର ପୁଅ 15 ବର୍ଷ ବି ବାପା ସାଙ୍ଗରେ ଯାଏ, ଥରେ କୌଣସି କାରଣରୁ ଜମିଦାର ଙ୍କ ଗୁମାସ୍ତା ସାଙ୍ଗରେ କୃଷ୍ଣ ସନ୍ଥଲ ର ମୁଲ ମଜୁରୀ ଏଗାର ଟଙ୍କା ପାଇଁ ଯୁକ୍ତି ହେଲା,ଗୁମାସ୍ତା କହିଲା କୋଦାଳ ରଖିକି ଯା, ଆଉ କାମ ପାଇବୁନି,, ପଇସା ମିଳିବନି, ଦଶ ଦିନର ମଜୁରୀ ନମିଳିବାରୁ ବାପା ପୁଅ ଫେରିଲେ ନିରାଶରେ, ବାପା ସିନା ଜିଦି ପୁଅ କିନ୍ତୁ ଟିକେ ମୁଣ୍ଡରେ ପୁରେଇଲା ସମସ୍ତ ଦୂର୍ଷ୍ୟ,, ମନର ଭିତରେ ପ୍ରତିଶୋଧ ର ନିଆଁ ରଖିଥିଲା ପୁଅ (ଜଙ୍ଗଲ ସନ୍ଥଲ) ଜନ୍ମ 1925ଦେଶ ସ୍ୱାଧୀନ ହେଲା 1947 ମସିହାରେ ପୁଅର ବୟସ କୋଡିଏ ପାଖା ପାଖି,, ଆଖପାଖ ଶିକ୍ଷିତ ଲୋକଙ୍କ ଠାରୁ ସବୁ ବୁଝୁଥାଏ ଆମେ ଚାଷ କରୁଥିବା ଜମି ଆମର ହେବ, ଜମିଦାରୀ ଉଠିଯିବ, ବ୍ରିଟିଶ କହିଦେଇଗଲେ, ଗରିବ ଗୁରୁବାଙ୍କୁ ସବୁ ଦେଇଦିଅ,, ସରକାର ଆମର ନିଶ୍ଚିତ ଆମ କଥା ବୁଝିବେ,, ସାଥି ପିଲାଙ୍କୁ ଧରି ଦୌଡ଼ିଲା ସଦର ମହକୁମା,, କଚେରୀ ଅଫିସ,, କିନ୍ତୁ ହେଉନି କିଛି,, ଗୋଟିଏ ପରେ ଗୋଟିଏ ହାକିମ ଆସୁଛନ୍ତି,, କ୍ୟାମ୍ପ ହେଉଛି,, ଫଳ କିଛି ହେଉନି,, ଏହିପରି 1967 ମସିହା ହେଲା ସେତେବେଳେ କୁ ନକ୍ସାଳବାଡ଼ ଗାଁ ରେ ଶହେ ଲୋକ ଯୋଡି ହେଲେଣି ଜଙ୍ଗଲ ସନ୍ଥଲ ସାଙ୍ଗରେ,, ସାନିଆଲ, ମଜୁମଦାର, ଭଳି ଅନେକ ନେତା ତିଆରି ହେଲେଣି, ଆମ ଜମି ଆମକୁ ଦିଅ,, ରେକର୍ଡ ରେ କଣ ସେଇ ଜମିଦାର ଙ୍କ ନାଁ ରେ ରହୁଛି,, ଆମର ମାତ୍ର ଆଠ ଗୁଣ୍ଠ,, ମୁଖ୍ୟମନ୍ତ୍ରୀ ଜୋତି ବସୁ ଙ୍କୁ ଭେଟିଲା ନିଜେ ଇଲେକ୍ସନ ରେ ଛିଡା ହେଲା ଜଙ୍ଗଲ ସନ୍ଥଲ,, ଅଳ୍ପ ଭୋଟରେ ହାରିଲା,, କିନ୍ତୁ ଆନ୍ଦୋଳନ ହରତାଳ ଚାଲୁଥାଏ,, କିଏ କହୁଛି କେନ୍ଦ୍ର କରିବ କିଏ କହୁଛି ରାଜ୍ୟ ସମ୍ପୂର୍ଣ ତଥ୍ୟ ଦେଉନି,,18ମେ 1967 ରେ ସନ୍ଥଲ ଓ ସାଙ୍ଗରେ ଶହେ ଲୋକଙ୍କ ସହିତ ବୈଠକ ହେଲା, ଚିଠା ତିଆରି ହେଇ କାଉନସିଲ ତିଆରି ହେଲା,,, ନିଷ୍ପତି ହେଲା ଆଉ ଜମି ଆମେ ଛାଡ଼ିବୁନାହିଁ,, ଜମିଦାର ରହୁଛନ୍ତି କଲିକତା ରେ ରାଗ ରହିଛି ମୁନସୀ ଉପରେ ଓ ତାଙ୍କ ଅନୁଗତ ମାନଙ୍କ ଉପରେ ଯୋଉମାନେ ଜମିଦାର ଙ୍କ ଆଞ୍ଚଳିକ ପ୍ରଭାବଶାଳୀ ଲୋକଥିଲେ, ସେମାନେ ଦେଖିଲେ ଆଉ କିଛି କରିହେବନି,, ଫସଲ ଏମାନେ ଆଉ ଦେବେନି,, ଅଭିଯୋଗ କଲେ ପୋଲିସ ରେ,, ପ୍ରଥମ ପୋଲିସ ପଂହଁଚିଲେ 23 ମେ 1967 ରେ, ସଂଗଠନ ହେବା ପାଞ୍ଚ ଦିନ ପରେ, ଇନିସ୍ପେକ୍ଟର (ସୋନମ ବଂଗେଡି) ଓ କୋଡିଏ ଜଣ ପୋଲିସ ଥିଲେ ଫୋର୍ସ ରେ,, ପୁରା ପଂଚାୟତ ରେ ଚାଲିଲା ଯୁକ୍ତି,, ପୋଲିସ ମାନଂକୁ ଦେଖି ପୁରା ଏରିଆର ଶ୍ରମିକ ଶ୍ରେଣୀର ଲୋକ ଚା ବଗିଚା କାମ ଛାଡି ମାଡିଆସିଲେ,, ଚାଲିଲା ଯୁକ୍ତିତର୍କ,, ଘଟଣା ଏମିତି ରୁପନେବ ବୋଲି ପୋଲିସ ଇନିସ୍ପେକ୍ଟର ସୋନମ ଜାଣିନଥିଲେ, କିପରି ଜାଣିବେ ଯାହା ଉପରିସ୍ଥ ଅଧିକାରୀ କହିଥିଲେ ସେଇଆ କରିବାକୁ ପଡିବ,, ସଂଗଠନ ର ନେତାଙ୍କୁ ଆଣିବାକୁ ପଡିବ ଯେହେତୁ ଜୋର ଜବରଦସ୍ତ ଜମି ଉପରେ ବେଆଇନି ଜବରଦଖଲ, ଅଇନି କହୁଛି ଜମି ଯାହା ନାଁ ରେ ସିଏ ମାଲିକ,,, ଯେତେ ବୁଝେଇଲେ କେହି ବୁଝିଲେନି,, ଓଲଟା ପୋଲିସ ଉପରେ ଆକ୍ରମଣ ହେଲା, ପୋଲିସ ବି ଗୁଡ଼ାଏ ଲୋକଙ୍କୁ ବାଡେଇବା ଆରମ୍ଭ ହେବାରୁ ଇନିସ୍ପେକ୍ଟର ସୋନମ ଙ୍କ ମୁଣ୍ଡରେ ଆଘାତ ହେବାରୁ ରକ୍ତ ଜୁଡୁବୁଡୁ ହେଇ ସେ ସେଇଠି ଟଳି ପଡିଲେ,, ପୋଲିସ ଙ୍କ ପାଖରେ ବନ୍ଧୁକ ଥିଲା ହେଲେ ଲୋକମାନେ ଛଡେଇନେଇଥିଲେ, ସନ୍ଥଲ ଓ ସହଯୋଗୀ ମାନେ ଲୋକଙ୍କୁ ଶାନ୍ତ କରେଇ ପୋଲିସ ଇନିସ୍ପେକ୍ଟର ଙ୍କୁ ତୁରନ୍ତ ଆଣିଲେ ମେଡିକାଲ,, ତା ପରଦିନ ପୋଲିସ ବନ୍ଧୁକ ଆଣି ଫେରେଇଲେ ଥାନାରେ, ମିଟିଙ୍ଗ ବି ହେଲା ସମାଧାନ ହେବ ଦିନ ଧର୍ଯ୍ୟ ହେବ,, କିନ୍ତୁ 25 ମେ 1967 ଦିନ ଦୁଇଟା ବେଳେ ହଟାତ ଦୁଇସହ ଫୋର୍ସ ଆସି ପଂହଁଚିଲେ,, ପୁରା ଗାଁ ରେ ଯେତେ ଯୁବକ ଥିଲେ ଗିରଫ କରି ଗାଡ଼ିରେ ବସେଇଲେ,, ପୁଣି ଏହି ଖବର ବିଜୁଳି ବେଗରେ ପ୍ରଚାର ହେବାରୁ ହଜାର ହାଜର ଲୋକ ଆସି ଗାଡି ଆଗରେ ଛିଡା ହେଲେ,, ପୋଲିସ ସିଧା ଗୁଳି ଚଳେଇଲେ,,11 ଜଣ ସେଇଠି ମୂର୍ତ୍ତ ହେଲେ, 50 ଜଣକ ରୁ ଅଧିକା ଲୋକ ମେଡିକାଲ ରେ ରହିଲେ,, ଜଙ୍ଗଲ ସନ୍ଥଲ, ମଜୁମଦାର, ଓ ସାନିଆଲ ଗିରଫ ହେଲେ, ଯାହା ଖବର ଅଛି ସନ୍ଥଲ ସେଇ ଥାନାରେ ମୂର୍ତ୍ତ ହେଇଥିଲା, ପରବର୍ତୀ ମୁହୂର୍ତ୍ତରେ ୟେ ଘଟଣା ପୁରା ବେଙ୍ଗଲ ଓଡିଶା ବିହାର ଛତିଶଗଡ ମଧ୍ୟପ୍ରଦେଶ ରେ ବ୍ୟାପିବା ଆରମ୍ଭ ହେଲା ଯାହାକୁ (ନକ୍ସାଲବାଡି) ଆନ୍ଦୋଳନ ଭାବେ ସାରା ଭାରତବର୍ଷ ରେ ପ୍ରସାରିତ ହେଲା,, ଦୋଷ କାହାର ଦୋଷୀ କିଏ ସମାଧାନ ଆଜି ପର୍ଯ୍ୟନ୍ତ ହେଇ ପାରୁନି,,,1972 ରେ ରାଷ୍ଟପତି ଶାସନ ହେଲା ବେଙ୍ଗଲ ରେ, ପୁଣି ଭୋଟ ହେଲା କଂଗ୍ରେସ ସରକାର କଲା ଯାହାର ମୁଖ୍ୟମନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାଏ ହେଲେ, ଆନ୍ଦୋଳନ ଆହୁରି ବ୍ୟପି ଅନ୍ଦ୍ରାପ୍ରଦେଶ ମହାରାଷ୍ଟ୍ର କୁ ବ୍ୟପିଲା,, ଜଙ୍ଗଲ ସନ୍ଥଲ ଆରମ୍ଭ କରିଥିବା ଆନ୍ଦୋଳନ ଆଜି ଅଧା ଭାରତବର୍ଷ ର ଜଙ୍ଗଲ ମାନଙ୍କ ଅଡ୍ଡାସ୍ଥଳୀ ନକ୍ସଲ ମାଓବାଦୀ ଙ୍କର,, ଯଦି ସମୀକ୍ଷା କରିବା ଏଇ ଆନ୍ଦୋଳନ ବା ହିଂସା ରେ ଯାହା ହୋମମିନିଷ୍ଟ୍ରି ଡାଟା କହୁଛି 2016 ପର୍ଯ୍ୟନ୍ତ 12 ହଜାର ସାଧାରଣ ଲୋକଙ୍କ ନକ୍ସଲ ମାନଙ୍କ ଦ୍ୱାରା ମୃତ ହେଇଥିବା ବେଳେ,2700 ପୋଲିସ ଓ CRPF ଯବାନ ମାନେ ସେମାନଙ୍କ କର୍ତ୍ୟବ ପାଳନ କରି ସହିଦ ହେଲେଣି,ଯୋଉଥିରେ 6/10/2010 ଦିନ ଦାନ୍ତେୱାଡା ରେ 76 ଯବାନ, ଛତିଶଗଡ ର ଶୁକମା ରେ 31 ଯବାନ ନିଜ କର୍ତ୍ୟବ ପାଳନ କରି ନକ୍ସଲ ମାନଙ୍କ ଦ୍ୱାରା ସହିଦ ହେଇଥିଲେ,,, ଯାହା ରେକର୍ଡ କହୁଛି ଦେଶ ସୁରକ୍ଷାରେ ଥିବା ଯବାନ ମାନଙ୍କ ଦେଶ ପାଇଁ ବଳିଦାନ ଦେଇଥିବା ସିପାହୀ ମାନଙ୍କ ଠାରୁ ନକ୍ସଲ ବା ମାଓବାଦୀ ଦ୍ୱାରା ସହିଦ ହେଇଥବା ସଂଖ୍ୟା ଅଧିକା,,, ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ସରକାର ଆସୁଛନ୍ତି ଯାଉଛନ୍ତି କିନ୍ତୁ ପ୍ରକୁର୍ତ୍ତ ମୂଳ ବିଷୟ କେହି ସମାଧାନ କରିପାରୁନାହାନ୍ତି,, ହଜାର ହଜାର କୋଟି ଟଙ୍କା ଅନୁଦାନ ମିଳୁଛି ଜଙ୍ଗଲ ଆଦିବାସୀ ମାନଙ୍କ ଉର୍ନ୍ନତି ପାଇଁ କିନ୍ତୁ ପଂହଁଚି ପାରୁନି ଠିକ ଜାଗାରେ,,, ସବୁ ସରକାର ଚାଁହୁଛନ୍ତି ହେଲେ ପୂର୍ଣ୍ଣାଙ୍ଗ ହେଉନି,,

Leave a Reply

Your email address will not be published. Required fields are marked *