Spread the love

(1) ସେ ଏମିତି ଚାଲାକିରେ ମିଛ କହୁଥିଲେ ଯେ, ମୁଁ ବିଶ୍ବାସ କରିବା ଛଡା ଆଉ କିଛି ବାଟ ନଥିଲା। ମିଛ କହି କହି ସେ ବହୁତ ବଡ ହୋଇଗଲେ କିନ୍ତୁ ସତ କହି କହି ମୁଁ ସେଇଠି ରହିଗଲି।
( ପ୍ରସିଦ୍ଧ ଉର୍ଦ୍ଦୁ କବି ୱସୀମ ବରେଲ୍ଭୀ- ଜନ୍ମଦିନ-18.04.1940-
ମୂଳନାମ- ଜହିଦ ହୁସେନ )

(“वो झूट बोल रहा था बड़े सलीक़े से, मैं ए’तिबार न करता तो और क्या करता…।”
झूठ वाले कहीं से कहीं बढ़ गये, और मैं था कि सच बोलता रह गया…।”
“वसीम बरेलवी महफ़िल-ए-शायरी”)
–×–
ଆଜିର ଲେଖାଟି ପାଇଁ “ତୁଷାରକାନ୍ତର ମୁଣି”ରୁ ଏପରି
ଲେଖାଥିବା କାଗଜଟିଏ ବାହାରି ଆସିଲା ଯାହାକୁ ସେ ତାଙ୍କ ଜନ୍ମ ପୂର୍ବର ତଥା ଲେଖିଲାବେଳର ଅଭିଜ୍ଞତା ଉପରେ ଆଧାର କରି ଲେଖିଥିଲେ ।

ଏବେ କିନ୍ତୁ ସେ ଚଉରାଅଶୀ ବର୍ଷ ବୟସ୍କ ହୋଇଯାଇଥିବାରୁ ଆଉ ବୋଧେ ଲେଖାଲେଖି କରି ପାରୁନାହାନ୍ତି ଓ ସେଇଥିପାଇଁ “ମୋଦିଜୀ ଓ ନବୀନଜୀଙ୍କ ତରଫରୁ ସେମାନଙ୍କର ଖାଣ୍ଟି ସତ୍ୟ ଉପଲବ୍ଧି ଉପରେ ଆଧାରିତ ଟିଭି, ଖବରକାଗଜ, ସାମାଜିକ ଗଣମାଧ୍ୟମ ଇତ୍ୟାଦିରେ ଦିଆଯାଉଥିବା ବିଜ୍ଞାପନ ଭାଷଣରେ କୁହାଯାଉଥିବା
କଥା” ଉପରେ ନିଜର ପୂର୍ବ ଅନୁଭୂତିରୁ ହଟିଯାଇ ” ସେମାନେ ଏତେ ସତ କହୁଛନ୍ତି ଯେ ମୋର ବିଶ୍ୱାସ ହେଉନାହିଁ, ସେମାନେ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରୁଥିବାରୁ ଜନତାଙ୍କ ଅବସ୍ଥା ଦୃତ ଗତିରେ ଆଗେଇ ଚାଲିଛି”ବୋଲି ଲେଖୁନାହାନ୍ତି।

ନିଛକ ସତ ଉପରେ ଆଧାରିତ ଉପଲବ୍ଧି ବାବଦରେ ଦୈନିକ ଭିନ୍ନ ଭିନ୍ନ ରଙ୍ଗୀନ ବିଜ୍ଞାପନସମୂହରୁ ମୋଦିଜୀଙ୍କର ଓ ନବୀନଜୀଙ୍କର
ଗୋଟିଏ ଗୋଟିଏ ବିଜ୍ଞାପନ ତଳେ ସ୍ଥାନିତ ଅଛି।

ପ୍ରଥମଟିରେ ମୋଦିଜୀଙ୍କ ଫଟୋ ସହିତ ଲେଖା ଅଛି;

“Modi Sarkar Ki Guarantee: Garib Kalyan Anna Yojana: Free food grains every month to 80 cr citizens: Hamara Sankalp:- VIKASHIT BHARAT-
ବିକଶିତ ଭାରତପାଇଁ ଆମର ସଂକଳ୍ପ: ମୋଦି ସରକାରଙ୍କ ଗ୍ୟାରେଣ୍ଟି: ଗରିବ କଲ୍ୟାଣ ଅନ୍ନ ଯୋଜନା:
ପ୍ରତ୍ୟେକ ମାସରେ ଅଶି କୋଟି
ଲୋକଙ୍କ ପାଞ୍ଚ କିଲୋ ମାଗଣା ଖାଦ୍ୟଦାନା”।
(ଏପରି ଦେଶର ପ୍ରତ୍ୟେକ ଅଞ୍ଚଳରେ, ସେଠାରେ ପ୍ରଚଳିତ
ଭାଷାରେ ବିଜ୍ଞପିତ ହେଉଛି ଦୈନିକ ଅଲଗା ଅଲଗା ଉପଲବ୍ଧି(Achievements ଉପରେ। )

ଦ୍ୱିତୀୟଟିରେ ନବୀନଜୀଙ୍କ ଫଟୋସହ ଲେଖାଅଛି ;
” କାଳିଆ ହିତାଧିକାରୀ ପରିବାରର ପିଲାମାନଙ୍କ ପାଇଁ ମାନ୍ୟବର
ମୂଖ୍ୟମନ୍ତ୍ରୀଙ୍କର ନୁଆବର୍ଷ ଭେଟି ପରିବର୍ଦ୍ଧିତ -କାଳିଆ ଛାତ୍ରବୃତ୍ତି”,
ଯାହାତଳେ ରକମ ( Amount ) ଇତ୍ୟାଦି ଅଛି। ବିଭିନ୍ନ ଉପଲବ୍ଧି
ଉପରେ ଦୈନିକ ଏକାଧିକ ବିଜ୍ଞାପନ ଦେଖିବାକୁ ମିଳୁଛି। ଉଭୟଙ୍କ ତରଫରୁ ଏହା ଅନବରତ ଚାଲିଛି।

କାହାକୁ ଜଣାଥିଲେ ଦୟାକରି ଜଣାଇବେ,
“ନିର୍ବାଚନ ପାଖେଇ ଆସିଲାଣି କି?”।

ନୁଆ ସାୟରୀଟିଏ ଲେଖିବାକୁ ଅନୁରୋଧ କରିବାପାଇଁ,
ମୁଁ ଜନାବ ବରେଲ୍ଭିଙ୍କ ସହିତ ଯୋଗାଯୋଗ ଚେଷ୍ଟାରେ ଅଛି।
ଆପଣଙ୍କ ଭିତରୁ କାହାର ତାଙ୍କ ସହିତ ଯୋଗାଯୋଗ ଥିଲେ ଦୟାକରି ମୋତେ ଜଣାଇବେ।

ବିଶେଷ ଦ୍ରଷ୍ଟବ୍ୟ:- ମୁଁ ନିଶ୍ଚିତ ଯେ ଏପର୍ଯ୍ୟନ୍ତ ରହିଥିବା କିଛି ଆଙ୍ଗୁଠିଗଣତି ମୋଦିଜୀ+ନବୀନଜୀଙ୍କ ବିରୋଧୀ
ନିନ୍ଦୁକ ମୋଦିଜୀଙ୍କ କର୍ତ୍ତୁକ ତଳେ ସ୍ଥାନିତ ଭାଷଣକୁ ଦୋହରାଇ, “ପ୍ରଥମ ପ୍ରଧାନମନ୍ତ୍ରୀ କାଳର ଷାଠିଏମାସ ପରେ ପୁଣି ‘ମାଗଣାଦାନା ଓ ଅନ୍ୟାନ୍ୟ ମାଗଣା ଅନୁଦାନ’ କାହିଁକି? ” ଭଳି ପ୍ରଶ୍ନ ଉଠାଇବେ।

ସମ୍ଭାବିତ ପ୍ରଶ୍ନ ନିମ୍ନରେ:-

“ମୋଦିଜୀ ପ୍ରଥମଥର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ, ବିଜେପି ତରଫରୁ
ସେଥିପାଇଁ ମନୋନୀତ ହୋଇ ତା25.10.2013ରିଖର The Economics Times Onlineରେ ପ୍ରକାଶିତ ଏକ ସମ୍ବାଦ ଅନୁଯାୟୀ, ଉତ୍ତର ପ୍ରଦେଶର ଝାନସୀର ଏକ ନିର୍ବାଚନୀ ସଭାରେ କହିଥିଲେ ‘ଆପଣମାନେ କଂଗ୍ରେସ ଦଳକୁ 60 ବର୍ଷ କ୍ଷମତା ଦେଇଛନ୍ତି, ବିଜେପିକୁ 60 ମାସର ସୁଯୋଗ ଦିଅନ୍ତୁ, ଆମେ ଦେଶର ଭାଗ୍ୟ ବଦଳାଇ ଦେବୁ ଏବଂ ସେଇ 60 ମାସରେ ସଂପୂର୍ଣ୍ଣ ପ୍ରଗତି ଆଣିବୁ।ମୋତେ ପ୍ରଧାନମନ୍ତ୍ରୀ ଋପେ ନୁହେଁ, ଜଗୁଆଳୀ ଋପେ ବାଛନ୍ତୁ, ମୁଁ କାହାରିକୁ ଭାରତର ଅର୍ଥ ଚୋରି କରିବାକୁ ଦେବି ନାହିଁ’ ଓ ଲୋକେ ସମସ୍ୱରରେ କହିଥିଲେ ‘ବାଛିବୁ, ବାଛିବୁ, ବାଛିବୁ’।
ଲୋକେ 120 ମାସ ସମୟ ଦେଇ ସାରିଲେଣି ଓ ଏବେ ତାହା
ତା 15.08.2047ଯାଏ ବର୍ଦ୍ଧିତ ହେଉଛି କାହିଁକି?”

ମୋର ଉତ୍ତର:- 1947 ଅଗଷ୍ଟ 15 ର ଭିକମଗା ସ୍ୱାଧୀନତାଟି, ତା26.05 . 2014ରିଖରେ ପ୍ରକୃତ ସ୍ୱାଧୀନତାକୁ ଋପାନ୍ତରିତ
ହେବା ପରେ 22.01 .2024ରେ ସେଥିରେ ଆତ୍ମା ପଶିଲା ଅର୍ଥାତ ଏହାର ଶିଶୁସୁଲଭ ଚପଳତା କଟିଲା। ତା15.08.2047ରିଖରେ ମାଗିଆଣିଥିବା ସ୍ୱାଧୀନତା ହେଉପଛେ,
ତାହାକୁ ତାହାର ଶତବାର୍ଷିକୀକୁ ବିକଶିତ ଭାରତ କରିବାକୁ, ମୋଦିଜୀ ଦିନରାତି ଅଖିଆଅପିଆ ପରିଶ୍ରମ କରୁଛନ୍ତି ଯେଉଁଥିରେ ନବୀନଜୀ ଗୁଣ୍ଡୁଚିମୂଷାର ଅବଦାନ ରଖୁଛନ୍ତି।

ଷାଠିଏ ବର୍ଷରେ ଦେଶ ଅତିମାତ୍ରାରେ ତଳିତଳାନ୍ତ ହୋଇଯାଇଥିବା
କଥା ସେ ହୁଏତ ଜାଣିନପାରି ଝାନସୀଠାରେ ଷାଠିଏ ମାସର ପ୍ରତିଶୃତି ଦେଇଥିଲେ କିନ୍ତୁ ଏବର ପ୍ରତିଶୃତି ପାଳିତ ହେବ ହେବ ହେବ। ତାଙ୍କର ମାଗଣାଦାନା ଯୋଗାଣ ଭଳି ଶହ ଶହ ଯୋଜନା ଓ ନବୀନଜୀଙ୍କର ହରିଶ୍ଚନ୍ଦ୍ର ଅନୁଦାନ ଭଳି ବହୁ ଯୋଜନା ଗୋଟିଏ ଗୋଟିଏ ଇଟା ସଦୃଶ୍ୟ, ଯେଉଁଥିରେ ବିକଶିତ ଭାରତ ଗଢାହେଉଛି, ଓଡିଶା ଭଳି ସବୁ ରାଜ୍ୟର ବିକାଶ ଜରିଆରେ ।

            ନମସ୍କାର

Leave a Reply

Your email address will not be published. Required fields are marked *