Mr, Y, C, power IPS had a glorious carrier in the police service & his biggest achievement was the wiping out of mafia don verdharajan murlidharas gang which operated out of matunga in mumbai,,, lastly the dreaded gangstar had to escape back to his nativeplace in Tamilnadu, ୟେ ଲେଖାଟି 1986 ମସିହାରେ ବମ୍ବେ ରେ ଥିବା BMC କମିଶନର G, R, khemirwal ଙ୍କ ଆତ୍ମକଥା ର ପୁସ୍ତକ ର ଏକ ପୃଷ୍ଠା, ସମସ୍ତେ ଜାଣନ୍ତି ବମ୍ବେ ଥିଲା ଭାରତବର୍ଷ ର ଏକ ଶିଳ୍ପପତି,ବ୍ୟବସାୟୀ, ସିନେମା,ଜଗତର ମୁଖ୍ୟ କେନ୍ଦ୍ରବିନ୍ଦୁ, ଅପରାଧ ଓ ଅପରାଧୀ ବି କିଛି କମ ନଥିଲେ ସେଠାରେ,, ପୋଲିସ ଚାହିଁଲେ ବି କିଛି କରିପାରୁନଥିଲେ,1982 ମସିହାରେ ଜଣେ IPS ଅଫିସର ନୂଆକରି ଆସିଲେ ନାଁ Y, C, power,, ପୂର୍ବରୁ ରେଳବାଇ ବିଭାଗ ରେ ଉଚ୍ଚ ପଦବୀରେ ଥିଲେ, ତାଙ୍କ ଅପରାଧୀ ଦମନ ଦକ୍ଷତା ଥିବାରୁ ତାଙ୍କୁ ଅଣାଗଲା ବମ୍ବେ ର ଜଏଣ୍ଟ କମିଶନର ଭାବେ, କାର୍ଯ୍ୟସ୍ଥଳୀ ଥିଲା ଅପରାଧୀ ମାନଙ୍କ ମୁଖ୍ୟ ଅଡ୍ଡା ଭାବେ କୁହାଯାଉଥିବା ମାଟୁଙ୍ଗା, ସାୟନ, ଏରିଆରେ, ସେତେବେଳେ ସେ ଏରିଆରେ ଜଣେ ପ୍ରସିଦ୍ଧ ଗ୍ୟାଙ୍ଗଷ୍ଟର ଥିଲା ଭର୍ଧରାଜନ ମୁରଲୀଧରନ, ନିଜ ଗାଁ ତାମିଲନାଡୁ, କିନ୍ତୁ 1972 ମସିହାରୁ ବମ୍ବେ ଆସି ପ୍ରଥମେ ଇଟଲୀ ଦୋସା ଦୋକାନ କରି ଧୀରେ ଧୀରେ ଗଂଜେଇ ଅଫିମ ଚରସ, ବେପାର କଲା,, ଗ୍ୟାଙ୍ଗ ବି ବାନେଇଲା,, ପ୍ରଚୁର ଅର୍ଥ କମେଇ ସମସ୍ତଙ୍କୁ ପକେଟ ରେ ପୁରେଇଲା,, ଯେତେବେଳେ ବଡ଼ ବଡ଼ ଶିଳ୍ପପତି ମାନଂକଠାରୁ ଅସୁଲି ଆରମ୍ଭ କଲା, ତା ବିରୁଦ୍ଧରେ ରାଜନୀତି ହେବା ଆରମ୍ବ ହେଲା,, ପୋଲିସ ଷ୍ଟେସନ ରେ ଯୋଉ କେଶ ହେଉଥିଲା କିଛି ଫରକ ପଡୁନଥିଲା କାରଣ ପୋଲିସ ବି ଓଲଟା ଡନ ସାଙ୍ଗରେ ରହି ଅଭିଯୋଗ କରୁଥିବା ଲୋକଙ୍କ ନ୍ୟାୟ ଦେଇପାରୁନଥିଲା,, ଯଦି କିଛି ଗୁରୁତର ହେଉଥିଲା ଡନ ର କିଛି ଲୋକ ଗରିବ ଯୁବକ ମାନଂକୁ ଫସେଇ ଅର୍ଥ ଦେଇ କେଶ ଲଗେଇ ଜେଲରେ ପୁରାଉଥିଲା,, ଅର୍ଥାତ ଭଡାଟିଆ କେଶ ନେବା ଲୋକ, ଯେତେବେଳେ ପାୱାର ଶାହବ ଆସିଲେ ସେ ପ୍ରଥମେ ପୁରା ଯାଞ୍ଚ କରିବା ଆରମ୍ଭ କଲେ, ତାଙ୍କ ଜଏନ ଜୁନ 82 ମସିହାରେ ହେଇଥିଲା କିନ୍ତୁ ସେ ମାସେ ପରେ ଅଫିସକୁ ଆସିଲେ, ସେଇ ମାସେ ସେ ଗୁପ୍ତଭାବେ କରୁଥିଲେ ଅନୁସନ୍ଧାନ, ମୁରଲୀ ସାଙ୍ଗରେ କିଏ କିଏ ଅଛନ୍ତି, ଯାହା କେହି ଜାଣିପାରୁନଥିଲେ, ଯେହେତୁ ସେ ସେଇ ଏରିଆ ରେ ରହି ତାଙ୍କ ଛାତ୍ର ଜୀବନ ଆରମ୍ଭ କରିଥିଲେ ତାଙ୍କୁ ସମସ୍ତ ରାସ୍ତା ଜଣାଥିଲା, ସେ ମତୁଙ୍ଗା ରେ ରହି LLB କରୁଥିଲେ,, ଆକ୍ସନ ଆରମ୍ଭ କଲେ ଜୟନ କରିବାର ଠିକ ମାସେ ପରେ,, ବହୁତ ଅପରାଧୀ ଧରାପଡ଼ିଲେ,, ଯୋଉ ନିରୀହ ଲୋକଙ୍କୁ ଅଣାଯାଉଥିଲା ନକଲି ଅପରାଧୀ ଭାବେ ସେ ନିଜେ ସେଇ ପୋଲିସ ଷ୍ଟେସନ ଅଧିକାରୀ ଙ୍କ ବିରୁଧରେ ଆକ୍ସନ ନେଉଥିଲେ, ସେଥିପାଇଁ ତାଙ୍କୁ ପୋଲିସ ଡିପାର୍ଟମେଣ୍ଟ ର ଅନେକ କର୍ମଚାରୀ ଙ୍କ ଶତ୍ରୁ ହେଉଥିଲେ,,, ଏମିତି ବି ହେଉଥିଲା, ପୋଲିସ ବି ଅପରାଧୀ ସାଙ୍ଗରେ ମିଶିକି ପାୱାର ଙ୍କୁ ରାସ୍ତାରୁ ହଟେଇବାକୁ ଚାଁହୁଥିଲେ,, ଏହା କିଛି ଦିନ ତଳେ ନିଜେ ପାୱାର ଶାହବ ଏକ ଇଣ୍ଟରଭିଉ ରେ କହିଥିଲେ, ତାଙ୍କ ବିରୁଧରେ ଅନେକ ମିଛ କେଶ ବି ହେଇଥିଲା,, ଅପରାଧୀ ମାନଙ୍କପାଇଁ କେଶ ଲଢୁଥିଲେ ପ୍ରସିଦ୍ଧ ଓକିଲ ରାମ ଯେଠମାଳିନୀ,,, ସେତେବେଳେ ଦିଲ୍ଲୀ ରେ ଏକ ଜରୁରୀ ମିଟିଙ୍ଗ ହେଇଥିଲା, ପୋଲିସ କମିଶନର ମାନଙ୍କ ସହିତ,, ତାଙ୍କୁ ବଦଳି ବି କରାଯାଇଥିଲା କିନ୍ତୁ ତାଙ୍କ ବଦଳି କୁ ଷ୍ଟେ ଅର୍ଡର ମିଳିଥିଲା କୋର୍ଟରୁ କାରଣ ସରକାରୀ ଓକିଲ କହିଥିଲେ କେଶ ଯେହେତୁ ପାୱାର ଶାହବ ଙ୍କ ବିରୁଧରେ ଅଛି କେଶ ମନିଟରିଙ୍ଗ କରିବାକୁ ପଡିବ, ଏହା ଏକ ସୁ ଚିନ୍ତିତ ଯୋଜନା ଥିଲା ପୋଲିସ ଡିପାର୍ଟମେଣ୍ଟ ତରଫରୁ,, ତାଙ୍କୁ ଅନେକ ସମର୍ଥନ ବି ଥିଲା ବିଭିନ୍ନ ବୁଦ୍ଧିଜୀବୀ ଓ ସଂଗଠନ ମାନଙ୍କ ତରଫରୁ,, ତାଙ୍କର ଅପରାଧୀ ମାନଙ୍କ ଦମନ ଶୈଳୀ ଥିଲା ନିଆରା,, କାହାକୁ ଏନକାଉଣ୍ଟର ନକରି ବିଭିନ୍ନ ଦଫା ଲଗାଯାଇ ବେଶୀ ଦିନ ଜେଲରେ ରଖିବା ଥିଲା ମୂଳ ଲକ୍ଷ୍ୟ,, ସେତେବେଳେ କିଛି ବଡ଼ ବଡ଼ ଅପରାଧୀ ମାନଙ୍କ ବାପା ମାନେ ଗୁହାରି କରିଥିଲେ ନିଜ ନିଜ ପୁଅ କୁ ସୁଧାରିବାକୁ,,, ତାହାବି ହେଇଥିଲା ଶେଷରେ ମୁରଲୀଧରନ 1986 ମସିହାରେ ଏରିଆ ଛାଡି ଫେରାର ହେଇ ନିଜ ରାଜ୍ୟ ତାମିଲନାଡୁ ପଳେଇଲା,,,ଜଣେ ସଚୋଟ ପୋଲିସ ଅଫିସର ଭାବେ ପାୱାର ଶାହବ ଙ୍କ ନାଁ ଅନେକ ଥିଲା କାହାଠାରୁ କିଛି ଗ୍ରହଣ କରୁନଥିଲେ,