Spread the love

*ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ କେନ୍ଦ୍ର ସରକାରଙ୍କ ଘୋଷଣା । ଜାନୁଆରୀ ୨୨ରେ ଅଧା ଦିନ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର ।*

*ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଜାନୁଆରୀ ୨୨ ତାରିଖରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅପରାହ୍ନ ୨ଟା ୩୦ ଯାଏଁ ଛୁଟି ଘୋଷଣା କରିଛନ୍ତି ସରକାର । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ସମସ୍ତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଂସ୍ଥା ଓ କେନ୍ଦ୍ର ଅଧିନସ୍ଥ ଶିଳ୍ପାନୁଷ୍ଠାନ ଗୁଡିକ ଅପରାହ୍ନ ୨ଟା ୩୦ ଯାଏଁ ଛୁଟି ରହିବ । ଏହା ଏଥିପାଇଁ କରାଯାଉଛି ଯେପରି ସରକାରୀ କର୍ମଚାରୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧାପ୍ରସାରଣ ଦେଖିପାରିବେ ।*

*କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାନାମାରେ କୁହାଯାଇଛି ଯେ, କର୍ମଚାରୀଙ୍କ ଭାବନା ଓ ଅନୁରୋଧକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅଧାଦିନ ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିଭଳି ରାମମନ୍ଦିରର ଉଦଘାଟନ ପାଇଁ କଣ ପ୍ରସ୍ତୁତି ରହିଛି ସେନେଇ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଫିଡବ୍ୟାକ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାକୁ ଦୀପାବଳି ଭଳି ପାଳନ କରିବାକୁ କୁହାଯାଇଛି । ୨୨ ଜାନୁଆରୀରେ ପ୍ରତ୍ୟେକ ଘରେ ଦୀପ ପ୍ରଜ୍ୱଳନ କରିବା ସହ ଗରିବଙ୍କୁ ଖାଇବାକୁ ଦେବାକୁ କୁହାଯାଇଛି । ସେହିଭଳି ୨୨ ଜାନୁଆରୀ ପରେ ନିଜ ସଂସଦୀୟ କ୍ଷେତ୍ରର ଲୋକଙ୍କୁ ଅଯୋଧ୍ୟା ଆଣିବାକୁ ମଧ୍ୟ କୁହାଯାଇଛି ।*

Leave a Reply

Your email address will not be published. Required fields are marked *