Spread the love

ମନେ ହୁଏ ସତେ ତୁମ ଚକା ଆଖି
ମୋତେ କି ରହିଛି ଚାହିଁ
ଶୟନେ ସପନେ ଅବା ଜାଗରଣେ
ଦେଖେ ମୁଁ ଜଗତ ସାଇଁ
ଯେତେ ଦେଖିଲେବି ସେ ରୂପ ମାଧୁରୀ
ମନ ବୋଧ ହେଉ ନାହିଁ ରତ୍ନସିଂହାସନେ ନୀରବରେ ବସି
ସବୁ ତୁମେ ଦେଖୁଅଛ,
ଭୁଲ୍ ଠିକ୍ କିଏ କରୁଛି କର୍ମରେ
ସବୁ ତୁମେ ପରଖୁଛ ।
ଜୟ ଜଗନ୍ନାଥ  ପୁରୀକୁ ବିଶ୍ଵ ଐତିହ୍ୟ ନଗରୀରେ ପରିଣତ କରିବାର ଅଦମ୍ୟ ପ୍ରୟାସ ଆଜି ବାସ୍ତବ ରୂପ ନେଇଛି…….
ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ.ତାଙ୍କ ସ୍ବପ୍ନ ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଜି ଝଲସି ଉଠାଇଛି ଶ୍ରୀକ୍ଷେତ୍ରକୁ. ଶ୍ରୀମନ୍ଦିର ଚତୁଃପାର୍ଶ୍ଵଠାରୁ ମେଘନାଦ ପାଚେରୀ, ବଡ଼ଦାଣ୍ଡ ଏବଂ ପରିକ୍ରମା ପଥ ହୋଇଉଠିଛି ଜୀବନ୍ତ. ”ଜୟ ଜଗନ୍ନାଥ”*

କୋଟି କୋଟି ଉତ୍କଳୀୟଙ୍କ ଭାବାବେଗ ଶଙ୍ଖକ୍ଷେତ୍ରର ଶ୍ରୀବୃଦ୍ଧିର ସ୍ବର୍ଣ୍ଣିମ ମୁହୂର୍ତ୍ତରେ ଓଡ଼ିଆ ଜାତିକୁ ଆନ୍ତରିକ ଅଭିନନ୍ଦନ।

ଶ୍ରୀଜଗନ୍ନାଥ ସଂସ୍କୃତି ପାଇଁ ସର୍ବଶ୍ରେଷ୍ଠ ସ୍ମରଣୀୟ ଦିବସ….
ଗର୍ବରେ କୁହନ୍ତୁ ଜୟ ଜଗନ୍ନାଥ
ମହାପ୍ରଭୁ ! ପରିକ୍ରମା ପ୍ରକଳ୍ପର ସୂତ୍ରଧର । ସିଏ ହିଁ ଚିତ୍ରକର, ସିଏ ହିଁ ନିର୍ଦ୍ଦେଶକ ଏ ଐତିହାସିକ ନାଟକର… ଜୟ ଜଗନ୍ନାଥ
ଶ୍ରୀକ୍ଷେତ୍ର ଐତିହ୍ୟରେ ନୂଆଫର୍ଦ୍ଦ । ସବୁଠି ଶଙ୍ଖ ହୁଳହୁଳି ନାଦ । ପ୍ରଭୁଙ୍କ ଇଚ୍ଛାରେ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ । ଜୟ ଜୟ ମହାପ୍ରଭୁଙ୍କ କୃପାରୁ ହୋଇଛି ନବକଳେବର l କରୁଣାମୟଙ୍କ କରୁଣାରୁ  ଝଲସିଛି ଶ୍ରୀକ୍ଷେତ୍ର l ସେହି ଐତିହାସିକ କ୍ଷଣକୁ ଅପେକ୍ଷା କରିଥିଲା ସାରା ବିଶ୍ୱ l ଜୟ ଜଗନ୍ନାଥ  ଆଜି ଭବ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ହେଇଛି । ଏହି ପ୍ରକଳ୍ପଟି ଶ୍ରୀମନ୍ଦିର ଚାରିପାର୍ଶ୍ୱରେ ପବିତ୍ର ପରିସରକୁ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି। ଏହି ପ୍ରକଳ୍ପର ଉଦ୍ଘାଟନ ଭକ୍ତି, ସଂସ୍କୃତି ଓ ଐତିହ୍ୟ ସଂରକ୍ଷଣର ସମ୍ମିଶ୍ରଣରେ ଏକ ଐତିହାସିକ ମୁହୂର୍ତ ଅଟେ। ଆଜିର ଏହି ଦିନଟି ସମସ୍ତ ଓଡିଆଙ୍କ ପାଇଁ ଐତିହାସିକ ଅଟେ, ଯାହା ବିଶ୍ୱର ପ୍ରତିକୋଣରୁ ଓଡିଆଙ୍କୁ ଗୌରବାନ୍ବିତ କରେ।

ଜୟ ଜଗନ୍ନାଥ 🙏🏻

Leave a Reply

Your email address will not be published. Required fields are marked *