Spread the love

୪ ଶଙ୍କରାଚାର୍ଯ୍ୟଙ୍କ ବୟାନ: ମୋଦୀ ବିରୋଧ ନୁହେଁ, ରୀତିନୀତି କାରଣରୁ ଅନୁପସ୍ଥିତ ରହିବେ

ଅଯୋଧ୍ୟା ରାମ ମନ୍ଦିରରେ ବହୁ ପ୍ରତୀକ୍ଷିତ ପ୍ରାଣ ପ୍ରତିଷ୍ଠା ସମାରୋହ ଆଗାମୀ ୨୨ ତାରିଖ ଦିନ ଅନୁଷ୍ଠିତ ହେବ। ଏଥିରେ ସନାତନ ଧର୍ମର ଚାରି ଶଙ୍କରାଚାର୍ଯ୍ୟ ସାମିଲ ହେବେନାହିଁ। ସେମାନଙ୍କ ମଧ୍ୟରୁ ୩ ଜଣ ଏହି କାର୍ଯ୍ୟକ୍ରମକୁ ସମର୍ଥନ କରିଥିଲେ ମଧ୍ୟ ରୀତିନୀତି କାରଣରୁ ସାମିଲ ହେଉନଥିବା କହିଛନ୍ତି। ‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେ ବିରୋଧ କରୁନାହୁଁ, କେବଳ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ମନ୍ଦିର ନିର୍ମାଣ ସଂପୂର୍ଣ୍ଣ ହେବା ପୂର୍ବରୁ ହେଉଥିବା ଏବଂ ସନାତନ ଧର୍ମର କେତେକ ରୀତିନୀତି ପାଳନ ହେଉନଥିବାରୁ ଏଥିରୁ ଦୂରେଇ ରହିବୁ ବୋଲି ସେମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *