Spread the love

ଭକ୍ତିଯୋଗ ଜୀବନରେ ଲାଭ କରିବା ନିମିତ୍ତ ଭକ୍ତର ଯୋଗ୍ୟତା ହେଉଛି, ସମସ୍ତ ପ୍ରକାର ଭୌତିକ ଦୋଷ ଓ କାମନାରୁ ମୁକ୍ତ ହେବା। ଏହାକୁ ବୈରାଗ୍ୟ କୁହାଯାଏ ଅର୍ଥାତ୍ ସମସ୍ତ ଭୌତିକ କାମନା –ତ୍ୟାଗ ବୋଲି କୁହାଯାଏ। ଯେଉଁ ବ୍ୟକ୍ତି ଭଗବାନଙ୍କର ପ୍ରେମମୟୀ ସେବାରେ ନିଯୁକ୍ତ ହୋଇଯାନ୍ତି ବା ସାଧନ ବିଧି ପାଳନ କରି ଭକ୍ତିଯୋଗ ଆଚରଣ କରନ୍ତି, ସେ ସ୍ବତଃ ସମସ୍ତ ଭୌତିକ କାମନାରୁ ମୁକ୍ତ ହୋଇଯା’ନ୍ତି ଏବଂ ସେ ପ୍ରକାର ଶୁଦ୍ଧାବସ୍ଥାରେ ବା ଶୁଦ୍ଧ ମାନସିକ ସ୍ଥିତିରେ ସେ ଭଗବଦ୍ ଅନୁଭୂତି ଲାଭ କରିପାରନ୍ତି ବା ଭଗବାନଙ୍କୁ ଜାଣିପାରନ୍ତି । ଭଗବାନ୍ ସମସ୍ତଙ୍କ ହୃଦୟରେ ବିଦ୍ୟମାନ ଥିବା ହେତୁ ଭକ୍ତଙ୍କୁ ଶୁଦ୍ଧ ଭକ୍ତି ବିଷୟରେ ଉପଦେଶ ଗୁ ପ୍ରଦାନ କରନ୍ତି ; ଯାହା ଫଳରେ ସେ ଅନ୍ତିମେ ଭଗବାନଙ୍କର ସଙ୍ଗଲାଭ କରିପାରିବେ।*l

ଜୀବନର ପ୍ରତିଟି ସମସ୍ୟା ଟ୍ରାଫିକ୍ ଲାଇଟ୍ ଭଳିଆ, ଟିକେ ଶାନ୍ତି ଆଉ ଧୈର୍ଯ୍ୟର ସହ ଅପେକ୍ଷା କରିଦେଲେ ଆପେ ଆପେ ସବୁଜ ହୋଇଯିବ….

ଭଡା ଘରକୁ ଯେତେ ସଜେଇଲେ ତାହା କେବେ ନିଜର ହୁଏନାହିଁ, ଠିକ୍ ସେମିତି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯାହାକୁ ଯେତେ ବେଶି ଭଲ ପାଇଲେ ବି ସେ କେବେ ନିଜର ହୁଅନ୍ତି ନାହିଁ।

ଅଭିମାନ ସେଇଠି କରନ୍ତୁ ଯେଉଁଠି ଆପଣଙ୍କ ପାଇଁ ଭଲପାଇବା ଅଛି,ସ୍ନେହ ଆଦର ସମ୍ମାନ ଅଛି।ଯେଉଁଠି ଏସବୁ ନାହିଁ…ସେଠି ଉପସ୍ଥିତ ରହିବା ବି କିଛି ଆବଶ୍ଯକ ନାହିଁ।କାରଣ ଏହା ଆପଣଙ୍କ ସ୍ବାଭିମାନର ପ୍ରଶ୍ନ।

ଜୀବନରେ କାହାକୁ କନ୍ଦେଇ ହଜାର ଦାନ ଧର୍ମ କଲେ କିଛି ଲାଭ ନାହିଁ।ଯଦି ଜଣେ ଦୁଃଖି ମଣିଷର ମୁହଁରେ ଟିକେ ହସ ଫୁଟେଇ ପାରିଲ ତେବେ ତୁମକୁ କୌଣସି ମନ୍ଦିର ଯିବା ଦରକାର ପଡିବନି।

ସମୟ ଏପରି ସ୍ଥିତି ରେ ଅଛି ଯେ, ହଠାତ କିଛି ବି ଘଟି ପାରେ | ତେଣୁ ଯଦି ନିଜ ଭାଗ୍ୟ ଉଜ୍ଜଳ କରିବାଜୁ ଚାହୁଁଛନ୍ତି, ତେବେ ପରମେଶ୍ୱର ଙ୍କ ସହ ନିରନ୍ତର ସଂଯୋଗ ରଖନ୍ତୁ।

 

Leave a Reply

Your email address will not be published. Required fields are marked *