Spread the love

ନିଜର ସ୍ୱାର୍ଥରେ ପ୍ରେରିତ ହୋଇ ଆମେ ଯାହାକିଛି କରେ, ତଦ୍ୱାରା ଆମେ କର୍ମ ସୃଷ୍ଟି କରିଥାଏ ଯାହା ପରିଶେଷରେ କର୍ମଫଳ ପ୍ରଦାନ କରେ । ମାଠର ଶୃତି ଅନୁଯାୟୀ:-

ପୁଣ୍ୟେନ ପୁଣ୍ୟ ଲୋକଂ ନୟତି ପାପେନ ପାପମୁଭାଭ୍ୟାମେବ ମନୁଷ୍ୟଲୋକମ୍।

ତୁମେ ଯଦି ଉତ୍ତମ କର୍ମ କରିବ, ସ୍ୱର୍ଗ ଲୋକକୁ ଗମନ କରିବ । ତୁମେ ଯଦି ମନ୍ଦ କର୍ମ କରିବ, ନର୍କ ପ୍ରାପ୍ତ କରିବ । ତୁମେ ଯଦି ଉଭୟ ପ୍ରକାର ମିଶ୍ରିତ କର୍ମ କରିବ, ପୃଥିବୀ ଲୋକରେ ରହିବ । ଯାହା କଲେ ବି ଆମେ ଆମ କର୍ମର ଫଳରେ ବାjiନ୍ଧି ହୋଇଯାଉ । ତେଣୁ ସଂସାରିକ କ୍ଷେତ୍ରରେ ଭଲ କର୍ମ ମଧ୍ୟ ବନ୍ଧନ କାରକ ଅଟେ । ସେହି କର୍ମଗୁଡ଼ିକ ଭୌତିକ ଲାଭ ପ୍ରଦାନ କରନ୍ତି, ଯାହା ଆମର ସଞ୍ôଚତ କର୍ମରେ ଯୋଗ ହୁଏ ଏବଂ ସଂସାରରେ ସୁଖ ଅଛି, ଏହି ଭ୍ରମକୁ ଦୃଢ଼ୀଭୂତ କରାଏ।

କିନ୍ତୁ ଆମେ ଯଦି ଆମର ସ୍ୱାର୍ଥପର ମନୋଭବ ତ୍ୟାଗ କରୁ, ତେବେ ଆମର କର୍ମ ସବୁ କର୍ମଫଳ ସୃଷ୍ଟି କରିବ ନାହିଁ । ଉଦାହରଣ ସ୍ୱରୂପ ହତ୍ୟା କରିବା ପାପ ଅଟେ ଏବଂ ପ୍ରତ୍ୟେକ ଦେଶର ଆଇନ ଅନୁସାରେ ଏହା ଏକ ଦଣ୍ଡନୀୟ ଅପରାଧ ଅଟେ । କିନ୍ତୁ ଜଣେ ପୋଲିସ କର୍ମଚାରୀ ତାଙ୍କର କର୍ତ୍ତବ୍ୟ କରୁଥିବା ସମୟରେ ଯଦି ଏକ ଡକାୟତ ଦଳର ମୁଖ୍ୟକୁ ହତ୍ୟା କରନ୍ତି, ସେଥିପାଇଁ ସେ ଦଣ୍ଡିତ ହୁଅନ୍ତି ନାହିଁ । ଯଦି ଜଣେ ସୈନିକ ଯୁଦ୍ଧରେ ଶତ୍ରୁପକ୍ଷର ଜଣେ ସୈନିକକୁ ହତ୍ୟା କରନ୍ତି, ତା’ ପାଇଁ ସେ ଦଣ୍ଡିତ ହୁଅନ୍ତି ନାହିଁ, ବରଂ ସେ ହୁଏତ ତାଙ୍କର ସାହସିକତା ପାଇଁ ପଦକ ଦ୍ୱାରା ସମ୍ମାନିତ ହୋଇପାରନ୍ତି । ଦଣ୍ଡିତ ନ ହେବାର ମୁଖ୍ୟ କାରଣ ଏହ ଯେ ଏହି ସବୁ କର୍ମର ପୃଷ୍ଠଦେଶରେ କୌଣସି ମନ୍ଦ ଉଦ୍ଦେଶ୍ୟ ବା ନିଜସ୍ୱ ସ୍ୱାର୍ଥ ନ ଥାଏ । ଭଗବାନଙ୍କ ନିୟମ ମଧ୍ୟ ସେହିପରି ଅଟେ । ଯଦି ଜଣେ ନିଜର ସମସ୍ତ ସ୍ୱାର୍ଥପର ଉଦ୍ଦେଶ୍ୟ ତ୍ୟାଗ କରି କେବଳ ପରମାତ୍ମାଙ୍କ ଉଦ୍ଦେଶ୍ୟରେ କର୍ତ୍ତବ୍ୟ କରନ୍ତି, ତା’ହେଲେ ସେପରି କର୍ମ କୌଣସି କର୍ମଫଳ ସୃଷ୍ଟି କରେ ନାହିଁ,

ରାତି ଦହି ଖିଆ ଜରକୁ
ହିଡ ପାଖ ଧାନ ଗୋରୁକୁ
ଗୋଟିକିଆ ଘର ଚୋରକୁ
ଦକ୍ଷିଣା ପବନ ସାରୁକୁ
ବୁଢ଼ା କାଳେ ବାହା ପରକୁ
ଶ୍ରାବଣ ମାସରେ ଧାନ ବୁଣି ଥିଲେ
ନିଅଣ୍ଟିଆ ସେ ରାଜା କରକୁ ।

ଭିକ୍ଷୁକକୁ କେବେ ବି ଖାଲି ହାତରେ ଫେରାଇ ଦେବେ ନାହିଁ କାରଣ ଏହା ଆପଣଙ୍କ ଉପରେ ଭଗବାନଙ୍କ ଆଶିର୍ବାଦ ଯେ, ସେ ତାଙ୍କ ସୃଷ୍ଟିକୁ ତୁମ ଦୁଆରକୁ ପଠେଇଛନ୍ତି ।

ସଅଳ ଶୋଇ ସଅଳ ଉଠିବା ଜଣେ ମଣିଷକୁ ସୁସ୍ଥ, ଧନୀ ଏବଂ ଜ୍ଞାନୀ କରିଦିଏ ।

ସମ୍ପର୍କର ହାତ ଛାଡ଼ିବା ପୂର୍ବରୁ ଥରେ ଭାବି ଦେଖନ୍ତୁ, କେତେ ଠୋକର୍ ଖାଇ Strong ହେଇଛି ଏ ସମ୍ପର୍କ…..।

ଅତୀତକୁ କେବେ ବି ବର୍ତ୍ତମାନକୁ ଆଣିବାକୁ ଦେବେ ନାହିଁ….

କାରଣ

ଏଇ ଅତୀତ ଯେତେବେଳେ ବର୍ତ୍ତମାନକୁ ଆସିଯାଏ ସେ ବର୍ତ୍ତମାନ ସହିତ ଭବିଷ୍ୟତକୁ ବି ନଷ୍ଟ କରିଦେଇଥାଏ….

ସର୍ବେ ଭବନ୍ତୁ ସୁଖିନଃ।
*ସର୍ବେ ସନ୍ତୁ ନିରାମୟାଃ*
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
*ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥*

ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ

*ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ🌹*

✿ଓ❣️ *ଶ୍ରୀ ଜଗନ୍ନାଥ ଶରଣଂ*❣️ଆ✿

*ଆମର ସ୍ବାଭିମାନ: ସତ୍ୟ ସନାତନ ଧର୍ମ*

Leave a Reply

Your email address will not be published. Required fields are marked *