Spread the love

ଶିକ୍ଷିତା ସ୍ତ୍ରୀ ଜାଣିଶୁଣି ରୋଜଗାର ନ କଲେ ଛାଡପତ୍ର ଭରଣପୋଷଣ ଦେବେନି ସ୍ବାମୀ: ହାଇକୋର୍ଟ…

ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯଦି ସ୍ତ୍ରୀ ଶିକ୍ଷିତା ମାତ୍ର ସେ ଜାଣିଶୁଶି ରୋଜଗାର କରିବା ଲାଗି କୌଣସି ଚାକିରି କରୁ ନାହାନ୍ତି ତେବେ ଛାଡପତ୍ର ମାମଲାରେ ସ୍ବାମୀ ତାଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ ନୁହନ୍ତି। ସ୍ତ୍ରୀ ଜାଣିଶୁଣି ବେକାର ରହିବାକୁ ପସନ୍ଦ କରୁଥିଲେ ତାଙ୍କୁ ରକ୍ଷଣାବେକ୍ଷଣ ଆକାରରେ ଖର୍ଚ୍ଚ ଦେବାକୁ ସ୍ବାମୀଙ୍କୁ କୁହାଯାଇ ପାରିବ ନାହିଁ।

ଜଷ୍ଟିସ ଭି କାମେଶ୍ୱରା ରାଓ ଏବଂ ଅନୁପ କୁମାର ମେନ୍ଦିରତାଙ୍କ ଏକ ଡିଭିଜନ ବେଞ୍ଚ ଛାଡପତ୍ର ମାମଲାରେ ସ୍ବାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଛାଡପତ୍ର ପ୍ରକ୍ରିୟାରେ ସ୍ତ୍ରୀଙ୍କୁ ପ୍ରଦାନ କରାଯାଉଥିବା ରକ୍ଷଣାବେକ୍ଷଣ ଟଙ୍କା ପରିମାଣ ହ୍ରାସ କରିଛନ୍ତି।

ବେଞ୍ଚ କହିଛନ୍ତି, ଯେଉଁ ସ୍ତ୍ରୀଙ୍କର ରୋଜଗାର କ୍ଷମତା ଅଛି କିନ୍ତୁ ସେ ବେକାର ଏବଂ ନିଷ୍କ୍ରିୟ ରହିବାକୁ ପସନ୍ଦ କରନ୍ତି ସେଭଳି କ୍ଷେତ୍ରରେ ଭରଣପୋଷଣର ସମସ୍ତ ଖର୍ଚ୍ଚ ବହନ କରିବାକୂ ଅନ୍ୟ ପକ୍ଷକୁ ଅର୍ଥାତ୍‌ ସ୍ବାମୀଙ୍କୁ କୁହାଯାଇ ପାରିବ ନାହିଁ। ଏପରି କରିବା ପାଇଁ ଏକପାଖିଆ ବିଚାର ହୋଇପାରେବ। ଅଦାଲତ କହିଛନ୍ତ ରକ୍ଷଣାବେକ୍ଷଣର ପରିମାଣକୁ ଗାଣିତିକ ସଠିକତା ସହିତ ହିସାବ କରାଯିବା ଉଚିତ ନୁହେଁ ବରଂ ଏହାର ଉଦ୍ଦେଶ୍ୟ ହେଉଛି ସେହି ଖର୍ଚ୍ଚ ବହନ କରିବା ଅସମର୍ଥ କ୍ଷେତ୍ରରେ ସ୍ବାମୀଙ୍କୁ ଏହା ଦେବାକୁ ହୋଇଥାଏ।
ବେଞ୍ଚ ଏହା ମଧ୍ୟ କହିଛି ଯେ ହିନ୍ଦୁ ବିବାହ ଆଇନ (ଏଚଏମଏ) ଅନୁଯାୟୀ ପ୍ରକ୍ରିୟାର ରକ୍ଷଣାବେକ୍ଷଣ ବ୍ୟବସ୍ଥା ଲିଙ୍ଗ ନିରପେକ୍ଷ ଅଟେ। ଏଚଏମଏର ଧାରା ୨୪ ଏବଂ ୨୫ର ବ୍ୟବସ୍ଥା, ଏଚଏମଏ ଅଧୀନରେ ଥିବା ପକ୍ଷମାନଙ୍କ ମଧ୍ୟରେ ବିବାହରୁ ସୃଷ୍ଟି ହେଉଥିବା ଅଧିକାର, ଦାୟିତ୍ୱବୋଧ ବହନ କରିବାକୁ ହୋଇଥାଏ।

Leave a Reply

Your email address will not be published. Required fields are marked *