ରାଗକୁ ମନରେ ଯାଗା ଦେଲେ ସମ୍ପର୍କ ନଷ୍ଟ ହୁଏ,ଅଭିମାନକୁ ମନରେ ପୋଷି ରଖିଲେ ଦୂରତା ସ୍ରୁଷ୍ଟି ହୁଏ,କିନ୍ତୁ ସବୁକିଛି ଭୁଲି କ୍ଷମା କରିଦେଲେ ସମ୍ପର୍କ ସ୍ଥାୟୀ ହୋଇଥାଏ।
ସୁନ୍ଦର ଚେହେରା ଖୋଜ ନାହିଁ,ଏହା ଦିନେ ପୁରୁଣା ହୋଇଯିବ।କିନ୍ତୁ ଏକ ବିଶ୍ବସ୍ତ ହ୍ରୁଦୟ ଖୋଜ ଯାହାକି ତୁମକୁ ପ୍ରତିଦିନ ମନେ ପକାଇବ ଏବଂ ତୁମକୁ ସବୁଦିନ ପାଇଁ ଭଲପାଇବ।*
ବର୍ଷା ର ଛୋଟ ଛୋଟ ବୁନ୍ଦା ଲଗାତାର ବରଷିବା ଫଳରେ ଯେପରି ନଦୀ ହୋଇ ବହି ଯାଇଥାଏ .ଠିକ୍ ସେହିପରି ମଣିଷର ଛୋଟ ଛୋଟ ପ୍ରୟାସ ମଧ୍ଯ ଜୀବନରେ ବଡ଼ ପରିବର୍ତ୍ତନ ଆଣିଦେଇପାରେ।ଆମ ଜୀବନର ନିୟମ ବି ଠିକ୍ କବାଡି ଖେଳ ଭଳି ହୋଇଥାଏ,ସଫଳତାର ଗାର ଛୁଇଁବା ସମୟରେ ହିଁ ଲୋକମାନେ ଆପଣଙ୍କ ଗୋଡ଼ ଟାଣିବା ଆରମ୍ଭ କରିଦିଅନ୍ତି।*
ସମ୍ପଦ କାଳେ ବହୁ ସଖା
ବିପଦେ ନ ଦିଅନ୍ତି ଦେଖା
ବିପଦେ ମିଳେ ଯା’ର ଦେଖା
ସେ ଏକା ବନ୍ଧୁ ଭାବେ ଲେଖା*
*ତା’ସାଥେ ଭାବ ରଖ ପକ୍କା
ଜୀବନେ ନ ଖାଇବ ଧୋକା ।ନ ଭଲ ଥିଲେ ସବୁକିଛି ଭଲ ଲାଗେ,ମନ ଖରାପ୍ ଥିଲେ ଭଲଟା ବି ଖରାପ ଲାଗେ…..
ଏଇ ଟା ବୋଧହୁଏ ପ୍ରକୃତିର ନିୟମ ।
ନିଜକୁ କେବେ କମଜୋର୍ ଭାବନ୍ତୁ ନାହିଁ, ଏତେ ବଡ଼ ଦୁନିଆଁରେ ମୁଁ କ’ଣ କରି ପାରିବି ବୋଲି ଭାବୁଥିବା ଲୋକ ଥରେ ମୁଣ୍ଡ ଉପରକୁ କରି ଚାହାଁନ୍ତୁ ଦେଖିବେ କେବଳ ସୂର୍ଯ୍ୟ ହିଁ ଏକା ବିଶ୍ବକୁ ଆଲୋକିତ କରିପାରୁଛି ।
Advice କେବଳ କାନ ଦେଇ ନୁହେଁ ମନ ଦେଇ ଶୁଣିବାକୁ ହୁଏ, Relation କେବଳ ଅର୍ଥ ଆଉ ସୌନ୍ଦର୍ଯ୍ୟ ଦେଖି ନୁହେଁ Behaviour ଆଉ Character ଦେଖି କରିବାକୁ ହୁଏ, Respect କେବଳ ବୟସ ଦେଖି ନୁହେଁ ଆଚରଣ ଦେଖି କରିବାକୁ ହୁଏ ।