Spread the love

 

ସମସ୍ତେ କୁହନ୍ତି ବ୍ୟସ୍ତ ହୁଅନାହିଁ ସମୟ ଆସିଲେ ସବୁ ଠିକ୍ ହେଇଯିବ।କିନ୍ତୁ ଆମେ ବୁଝିବା ଦରକାର କି ସମୟ ଆସିଲେ ନୁହେଁ ବରଂ ସମୟ ଆସିବା ପୂର୍ବରୁ ଆମେ ନିଜକୁ ଠିକ୍ କରିନେବା ଉଚିତ୍।

ଶୀତଦିନେ ଯେଉଁ ସୂର୍ଯ୍ୟ କିରଣକୁ ମଣିଷ ଭଲପାଏ ,ଖରାଦିନେ ସେହି ସୂର୍ଯ୍ୟ କିରଣକୁ ମଣିଷ ତିରସ୍କାର କରେ।ସୁତରାଂ ଲୋକଙ୍କ ପାଖରେ ତୁମର ମୂଲ୍ଯ ସେତେଦିନ ରହିବ…ଯେତେଦିନ ତୁମକୁ ତାର ପ୍ରୟୋଜନ ଥିବ।

ବର୍ଷା ର ଛୋଟ ଛୋଟ ବୁନ୍ଦା ଲଗାତାର ବରଷିବା ଫଳରେ ଯେପରି ନଦୀ ହୋଇ ବହି ଯାଇଥାଏ .ଠିକ୍ ସେହିପରି ମଣିଷର ଛୋଟ ଛୋଟ ପ୍ରୟାସ ମଧ୍ଯ ଜୀବନରେ ବଡ଼ ପରିବର୍ତ୍ତନ ଆଣିଦେଇପାରେ।

ଆମ ଜୀବନର ନିୟମ ବି ଠିକ୍ କବାଡି ଖେଳ ଭଳି ହୋଇଥାଏ,ସଫଳତାର ଗାର ଛୁଇଁବା ସମୟରେ ହିଁ ଲୋକମାନେ ଆପଣଙ୍କ ଗୋଡ଼ ଟାଣିବା ଆରମ୍ଭ କରିଦିଅନ୍ତି।

ବିଶ୍ୱାସ ଉପରେ ଅଛି ଯା ଦୃଢତା
କେବେ ସେ ହାରି ନ ଯିବ,
ସଂଦେହ,ଆଶଙ୍କା ଜମିରହିଥିଲେ
ଜିତିବା ବାଧକ ହେବ।

ସଫଳତା ମୂଳ ଆଧାର କେବଳ
ସ୍ଥିର ବିଶ୍ୱାସେ ସମ୍ଭବ ।

ସମାଜରେ ୧%ପୁଅ ଧର୍ଷକ ବାକି ୯୯% ରକ୍ଷକ, କେବେ ବାପାଙ୍କ ରୂପରେ କେବେ ବଡ଼ ଭାଇ ରୂପରେ, କେବେ ସ୍ବାମୀ ରୂପରେ ଆଉ କେବେ ସୀମାନ୍ତ ରକ୍ଷା କ୍ଷେତ୍ରରେ ।

କ୍ରୋଧକୁ ଆୟତ୍ତ କରିବାର ଏକମାତ୍ର ଉପାୟ କ୍ରୋଧର ଶେଷ ପରିଣତି କଥା ଚିନ୍ତା କରନ୍ତୁ ।

Dairy ଏମିତି ଏକ ସନ୍ତକ ଯାହା ପ୍ରତ୍ୟେକ ମଣିଷଙ୍କ ସୁଖ, ଦୁଃଖ, ଭାବ ଓ ଆବେଗର କାହାଣୀ Including ହୋଇ ରହିଥାଏ ଏଥିପାଇଁ ସେ ନିଜ ଯନ୍ତ୍ରଣାର କୋହକୁ Dairy ର ପ୍ରତିଟି Page ରେ ସାଇତି ରଖିଥାଏ ।

Leave a Reply

Your email address will not be published. Required fields are marked *