Spread the love

ଓଡିଶା ରେ ପ୍ରାୟ ଦୀର୍ଘ ୧୫ ବର୍ଷ,୩୦ ଟି ଜିଲ୍ଲା ରେ ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟ ରେ ଗୁଣାତ୍ମକ ଶିକ୍ଷା ର ବିଶେଷ ଉନ୍ନତି ପାଇଁ ନିଜର ଉଛର୍ଗୀ କୃତ ସେବା ପ୍ରଦାନ କରିବା,NAAC ଦ୍ଵାରା ଏହି ସମସ୍ତ ବିଶ୍ଵବିଦ୍ୟାଳୟ ଏବଂ ମହାବିଦ୍ୟାଳୟ କୁ ମୂଲ୍ୟାଙ୍କନ ରେ ସହଯୋଗ କରିବା ପରେ ସୁଦୂର ଝାଡ଼ଖଣ୍ଡ, ବିହାର ଏବଂ ଆସାମ ଭଳି ରାଜ୍ୟରେ ମଧ୍ଯ ମୁଁ ଏହି ସେବା ପାଇଁ ନିଜକୁ ସୌଭାଗ୍ୟବାନ୍ ମନେ କରୁଅଛି।

ପୁରୀ,ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦେଉଳକରଣ ସେବାୟତ ହୋଇ ମଧ୍ଯ, ପ୍ରଭୁ ଶିକ୍ଷା ମନ୍ଦିର ର ଏହି ସେବା ପାଇଁ ମୋତେ ଅନେକ ଅନେକ ଶକ୍ତି ପ୍ରଦାନ କରୁଅଛନ୍ତି।

ଦୀର୍ଘ ୧୫ ବର୍ଷ ମଧ୍ୟରେ ମୁଁ ପ୍ରାୟ ୧୫୨ ଗୋଟି ବିଶ୍ଵବିଦ୍ୟାଳୟ ଏବଂ ମହାବିଦ୍ୟାଳୟ କୁ NAAC ର ମାନ୍ୟତା ପ୍ରଦାନ ରେ ସଫଳତା ର ସହ ସହଯୋଗ କରି ସାରିଲିଣି ।

ଆଜି ଡିସେମ୍ବର ୧୫ ଏଵଂ ୧୬ ତାରିଖ ରେ ଟାଟା ରେ ଥିବା ସ୍ୱାମୀ ବିବେକାନନ୍ଦ ବିଏଡ୍ କଲେଜ୍ ର ନିମନ୍ତ୍ରଣ ପାଇ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନଙ୍କୁ ଟ୍ରେନିଂ ପ୍ରଦାନ ପାଇଁ ସହଯୋଗ କରୁଅଛି ଏଵଂ ସଫଳତା ର ସହ କିପରି NAAC ମୂଲ୍ୟାଙ୍କନ କରିବେ ତାରି ଟ୍ରେନିଂ ପ୍ରଦାନ କରୁ ଅଛି।

ଦିଲିପ୍ ମଙ୍ଗରାଜ, ଦେଉଳକରଣ ସେବକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ

Leave a Reply

Your email address will not be published. Required fields are marked *