Spread the love

ଖୋର୍ଦ୍ଧା-ବେଗୁନିଆ-ପରିଛଳ ଗ୍ରାମରେ ମାନବ ଅଧିକାର ଦିବସ ପାଳିତ – ବିଶ୍ଵ ରଞ୍ଜନ।

ଖୋର୍ଦ୍ଧା :- ଅଦ୍ୟ ତା.୯-୧୨-୨୦୨୩ ରିଖ ଶନିବାର ଦିବା ୧୦ ଘଟିକା ସମୟରେ ବିଶ୍ୱ ମାନବ ଅଧିକାର ରକ୍ଷକ ଦିବସର ସୁ-ଅବସରରେ ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ଖୋର୍ଦ୍ଧା ଜିଲ୍ଲା ବୋର୍ଡର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଖୋର୍ଦ୍ଧା ଜିଲ୍ଲା, ବେଗୁନିଆ ବ୍ଲକ ପରିଚ୍ଛଳ ଛକରେ ଆନୁଷ୍ଠାନିକ ଭାବରେ ସମ୍ମାନିତ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଯୋଗିନାଥ ବଳିୟାରସିଂ ( ଖଣ୍ଡାୟତ କ୍ଷତ୍ରିୟ କଳକୀ ସେନା ରାଜ୍ୟ ସଭାପତି ) ଙ୍କ କରକମଳରେ ଉଦଘାଟନ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା l

ଉକ୍ତ ଉଦଘାଟନୀ ଉତ୍ସବରେ ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ର ଦିଲ୍ଲୀ ମୁଖ୍ୟ କାଯ୍ୟାଳୟର ପ୍ରଶାସନିକ ସଚିବ ଶ୍ରୀଯୁକ୍ତ ଅବିନାଶ ସାମନ୍ତରାୟ, ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ଖୋର୍ଦ୍ଧା ଜିଲ୍ଲା ଛାତ୍ର ସଭାପତି ଡକ୍ଟର. ସୁଶାନ୍ତ କୁମାର ଶତପଥୀ, ଖୋର୍ଦ୍ଧା ଜିଲ୍ଲା ବୋର୍ଡର ଉପ-ସଭାପତି ଶ୍ରୀଯୁକ୍ତ ଯୁଗଳ କିଶୋର ପ୍ରଧାନ, ସହ ସମ୍ପାଦକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସାମନ୍ତରାୟ, ଜିଲ୍ଲା ସମ୍ବାଦ ଓ ସଂଚାର ପ୍ରସାରଣ ର ମୁଖ୍ୟ ଶ୍ରୀଯୁକ୍ତ ସମୀର ସୁନ୍ଦରାୟ, ଟାଙ୍ଗି ବ୍ଲକ ମହିଳା ସଭାପତି ପୁଷ୍ପଲତା ବେହେରା, ନୟାଗଡ ଜିଲ୍ଲା ବୋର୍ଡ ର ସହ ସମ୍ପାଦକ ଶ୍ରୀଯୁକ୍ତ ଶିବ ଶଙ୍କର ରଥ, ବାଉରୀବନ୍ଧୁ ସାହୁ, ସମାଜସେବୀ ନବକିଶ୍ବର ବିଧାର, ଯୁବ ସମାଜସେବୀ ସଞ୍ଜୟ ମହାପାତ୍ର ତଥା ଅନ୍ୟାନ୍ୟ କର୍ମକର୍ତ୍ତା, ସ୍ଥାନୀୟ ବୁଦ୍ଧିଜୀବୀ ଗ୍ରାମବାସୀ ଉପସ୍ଥିତ ଥିଲେ ,ଅନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ତରଫରୁ ଏକ ହେଲ୍ପ ଲାଇନ ଆଣିବା ୯୦୭୮୦୨୫୫୫୨ ଓ ଟୋଲ ଫ୍ରି ନମ୍ବର ୧୮୦୦୨୧୨୧୭୦୦ ରେ ଯୋଗାଯୋଗ କରି ଅଭିଯୋଗ ପଞ୍ଜିକୃତ କରିପାରିବେ ବୋଲି ସୂଚନା ଦେଇଛନ୍ତି!

ଅନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ତରଫରୁ ଏକ ହେଲ୍ପ ଲାଇନ ଆଣିବା ୯୦୭୮୦୨୫୫୫୨ ଓ ଟୋଲ ଫ୍ରି ନମ୍ବର ୧୮୦୦୨୧୨୧୭୦୦ ରେ ଯୋଗାଯୋଗ କରି ଅଭିଯୋଗ ପଞ୍ଜିକୃତ କରିପାରିବେ ବୋଲି ସୂଚନା ଦେଇଛନ୍ତି ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ଦିଲ୍ଲୀ ସ୍ଥିତ ମୁଖ୍ୟ କାଯ୍ୟାଳୟ ର ପ୍ରଶାସନିକ ସଚିବ ଶ୍ରୀଯୁକ୍ତ ଅବିନାଶ ସାମନ୍ତରାୟ ଏବଂ ଅଧିକ ଜାଣିବା ପାଇଁ www.ihrd.org.in କୁ ସର୍ଚ୍ଚ କରନ୍ତୁ ଧନ୍ୟବାଦ ।

ସମ୍ପୂର୍ଣ କାର୍ଯ୍ୟକ୍ରମ ର ଆୟୋଜକ ର କାର୍ଯ୍ୟକର୍ତ୍ତା, ପରିଛଳ ଗ୍ରାମ୍ୟବାସୀ ଏମ୍ବ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ ଙ୍କୁ ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ଖୋର୍ଦ୍ଧା ଜିଲ୍ଲା ବୋର୍ଡର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଖୋର୍ଦ୍ଧା ଜିଲ୍ଲା, ବେଗୁନିଆ ବ୍ଲକ ପରିଚ୍ଛଳ ସମସ୍ତ ସଭ୍ୟ ବୃନ୍ଦ ଓ ବୁଦ୍ଧିଜୀିବି ମାନେ ନିଜର ଆନ୍ତରିଖ ଶୁଭେଛା ଓ ଧନ୍ୟ ବାଦ୍ ଜଣାଇଛନ୍ତି ।

ଶ୍ରୀଯୁକ୍ତ ବିଶ୍ଵ ରଂଜନ ସାହୁ, ଓଡ଼ିଶା ରାଜ୍ୟରେ, ଭାରତ ରେ ଓ ବିଦେଶ ରେ ବିଭିନ୍ନ ସାମାଜିକ ଓ ଜନ କଲ୍ୟାଣ କାର୍ଯ୍ୟକ୍ରମରେ ପ୍ରତ୍ୟେକ୍ଷ ଭାବରେ ଜଡ଼ିତ। ସମାଜରେ ବ୍ୟକ୍ତିବିଶେଷଙ୍କ ଅଧିକାର ରକ୍ଷା କରିବା ଏବଂ ଦାରିଦ୍ର, ମାନସିକ ସ୍ୱାସ୍ଥ୍ୟ, ଘରୋଇ ହିଂସା, ଅକ୍ଷମତା ଅଧିକାର ଏବଂ ଅନ୍ୟାନ୍ୟ ଅତ୍ୟାଚାର ଭଳି ସମସ୍ୟାକୁ ସମାଧାନ କରିବା ର ଏକ ସାମାଜିକ କର୍ମୀ ର ମୂଳମନ୍ତ୍ର। ସେ ନିଜର କର୍ମମୟ ଜୀବନ ମଧ୍ୟରେ ବିଭିନ୍ନ ସଂଘଠନ ରେ ସକ୍ରିୟ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅବଲମ୍ବନ କରୁଛନ୍ତି।

ବର୍ତ୍ତମାନ୍ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, ଓଡ଼ିଶାର ଭାରତ ସେବା ଦର୍ଶନ ଚ୍ୟାରିଟେବୁଲ୍ ଟ୍ରଷ୍ଟର ର ଅଧ୍ୟକ ଓ ପ୍ରତିଷ୍ଠାତା ସହିତ ବିଶ୍ଵ ଓଡିଶା ସମାଜ, ଭାରତୀୟ ପ୍ରଭାସୀ ପରିଷଦର ଓଡ଼ିଶା ସଙ୍ଘ ର ସଭାପତି -ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ – ଗଲ୍ଫ ଦେଶ ବୋର୍ଡ ର ସଭାପତି – ଆନ୍ତର୍ଜାତୀୟ ସାଧାରଣ ସମ୍ପାଦକ / ମୋ ସହାୟ ଏକ ଜନ କଲ୍ୟାଣ କର୍ମ୍ ନିଯୁକ୍ତି ସଂସ୍ଥା/ କୁଏତର ଭାରତୀୟ ପ୍ରଭାସୀ ପରିଷଦ ସାମାଜିକ କଲ୍ୟାଣର ମିଳିତ ସମ୍ମିଳନୀ ର ସଂଯୋଜକ /ଗ୍ଲୋବାଲ୍ ଓଡିଆ ସ୍ବେଚ୍ଛାସେବୀ ସଂଘଠନ / କୁଏତର ରାଇଟର୍ସ ଫୋରମ୍ – ପ୍ରେରଣାତ୍ମକ କ୍ଷୁଦ୍ର ଗାଳ୍ପିକ ଓ ଲେଖକ ରୂପେ ପରିଚିତ ।

ଏଥିନିମନ୍ତେ, ଶ୍ରୀଯୁକ୍ତ ବିଶ୍ବ ରଂଜନ ସାହୁ, ବିଶ୍ଵ ମାନବ ଦିବସ ପାଳନ ଅବସରରେ ଫୁଣି ଥରେ ବିଶ୍ୱ ମାନବ ଅଧିକାର ରକ୍ଷକ ର ସମସ୍ତ ସଦସ୍ୟ, ଖୋର୍ଦ୍ଧା ଜିଲ୍ଲା, ବେଗୁନିଆ ବ୍ଲକ ପରିଚ୍ଛଳ ସମସ୍ତ ସଭ୍ୟ ବୃନ୍ଦ ଓ ବୁଦ୍ଧିଜୀିବି ମାନଙ୍କୁ ନିଜର ଆନ୍ତରିଖ ଶୁଭେଛା ଓ ଧନ୍ୟ ବାଦ୍ ଜଣାଇଛନ୍ତି । ଏଣୁ ଆପଣ ମାନେ ଭାରତ ସେବା ଦର୍ଶନ ସଂସ୍ଥା (ୱାଟତ୍ସପ୍ ନମ୍ୱର – (+୯୧)-୯୬୬୮୧୧୮୮୨୫ / (+୯୬୫)-୫୫୫୬୮୯୯୦ ରେ ଯୋଗା ଯୋଗ କରି ପାରିବେ।

Leave a Reply

Your email address will not be published. Required fields are marked *