Spread the love

ତାରିଖ- ୦୫/୧୨/୨୦୨୩
ସିମୁଳିଆ, ବାଲେଶ୍ଵର

ବିଦ୍ର: ପ୍ରଥମାଷ୍ଟମୀରେ ଅସହାୟ ମୁହଁରେ ହସ ଫୁଟାଇଲା ଆପଣ ଏକା ନୁହନ୍ତି ଟ୍ରଷ୍ଟ ସ୍ବେଚ୍ଛାସେବୀ ସଂଗଠନ.

ସିମୁଳିଆ ଓ ଖଇରାର ଅଞ୍ଚଳରେ ନୂତନ କରି ଗଢ଼ିଉଠିଥିବା ସ୍ବେଚ୍ଛାସେବୀ ସଂଗଠନ ଆପଣ ଏକା ନୁହନ୍ତି ଟ୍ରଷ୍ଟ ଆଜି ପ୍ରଥମାଷ୍ଟମୀ ରେ ଜଣେ ଅସହାୟ, ଗରିବ ପରିବାର ମୁହଁରେ ହସ ଫୁଟାଇଛି, ସୂଚନାଯୋଗ୍ୟ ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ମଇତାପୁର ପଞ୍ଚାୟତର ମୁନୀପଦା ଅଞ୍ଚଳର ରମେଶଚନ୍ଦ୍ର ସିଂ ଙ୍କ ଏକ ମାତ୍ର ପୁତ୍ର ସନାତନ ସିଂ ଯିଏ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ ୧ ମାସ ହେଲା କାର୍ଯ୍ୟ କରିଥିଲେ। ପ୍ରତିଦିନ ପରି ସେଦିନ‌ ମଧ୍ୟ ସେ ଘରକୁ ଫେରିବା ସମୟରେ ହଠାତ୍ ଏକ ଗାଡ଼ି ଆସି ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା,ପରେ ସେ ଉକ୍ତ ସ୍ଥାନରେ ଗୁରୁତର ଆହତ ହେବା ସହ ବାଇକ ଟି ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିଲା,ପରେ ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟରେ ତାଙ୍କୁ ବାଲେଶ୍ଵର ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଥିଲା, ଚିକିତ୍ସା ପରେ ଜଣା ପଡିଥିଲା ଯେ ତାଙ୍କର ଗୋଡ଼ରେ ଗୁରୁତର ଆଘାତ ଲାଗିବାରୁ ଭିତର ହାଡ଼ ଭାଙ୍ଗି ବାହାରକୁ ବାହାରି ଆସିଥିଲା,ପରେ ସେ ଏକ ଘରୋଇ ହସ୍ପିଟାଲରେ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଗଣା ଚିକିତ୍ସା ହୋଇ ଏବେ ଘରେ ରୋଗ ସଜ୍ଜାରେ ରହି ଚିକିତ୍ସିତ ହେଉଛନ୍ତି,ସନାତନ ସିଂ ଙ୍କ ପରିବାର କହିଲେ ବାପା ରମେଶ ଚନ୍ଦ୍ର ସିଂ ଯିଏ କି ଆଜକୁ କିଛି ବର୍ଷ ତଳେ ଏକ ଟ୍ରକ ଦୁର୍ଘଟଣାରେ ସମୁଖୀନ ହୋଇ ମାନସିକ ରୋଗାକ୍ରାନ୍ତ ହୋଇ କେଉଁଠିକୁ ପଳାଇ ଯାଇଛନ୍ତି ଯେ ଏ ଯାଏ ତାଙ୍କର କିଛି ଖୋଜ ଖବର ନାହିଁ,ମା ଡଲି ସିଂ(୭୩) ଏବଂ ବଡ଼ ଭାଇ ନିଜର ପରିବାର ନେଇ ଜିଲ୍ଲା ବାହାରେ ରହୁଛନ୍ତି,ଏବେ ସନାତନ ସିଂ ଏକମାତ୍ର ରୋଜଗାରିଆ ପୁଅ ରୋଗ ସଜ୍ଜାରେ ପଡ଼ି ରହି ଯନ୍ତ୍ରଣା ଭୋଗୁଛନ୍ତି,ଘରେ ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡୁଛି ଏହି ପରିପ୍ରେକ୍ଷୀରେ ସିମୁଳିଆ ଅଞ୍ଚଳର ସ୍ବେଚ୍ଛାସେବୀ ସଂଗଠନ ଆପଣ ଏକା ନୁହନ୍ତି ଟ୍ରଷ୍ଟ ର ମେମ୍ବର ମାନେ ଜାଣିବା ପରେ ତୁରନ୍ତ ସଂଗଠନର ସଦସ୍ୟ – ସୁଶାନ୍ତ କୁମାର ବେହେରା, ସୂର୍ଯ୍ୟନାରାୟଣ ମହାନ୍ତି, ପ୍ରଶାନ୍ତ କୁମାର ନାୟକ, ଶ୍ରୀଯୁକ୍ତ ଶଶିକାନ୍ତ ଦାସ, ଶ୍ରୀଯୁକ୍ତ ପ୍ରଭାସ ଗିରି,ବିରଞ୍ଜି ନାରାୟଣ ନାୟକ, ଅନାଦି ମଲ୍ଲିକ, ମନୋରଞ୍ଜନ ନାୟକ,ମାୟାନିଧି,ଶିବା ସଂଙ୍କର ନାୟକ,କୈସ୍ତୁଭ ଦାସ,ଆଦି ଉପସ୍ଥିତ ରହି ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ,ନୂତନ ବସ୍ତ୍ର,ମିଠା,ଫଳ,ରାସନ ସାମଗ୍ରୀ ଏବଂ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ସହ ସନାତନ ସିଂ ଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି, ସଂଗଠନର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଘୁରି ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *