ଦୁର୍ଦାନ୍ତ ଅପରାଧୀ ହୁଣ୍ଡକୁ ଗୁଳି ।
ଢେଙ୍କାନାଳ :(ଦର୍ଶନ ସମୀକ୍ଷା) ପୋଲିସ ଗୁଳିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧି ଦେବାଶିଷ ବେହେରା ଓରଫ ହୁଣ୍ଡ ।ଏନକାଉଣ୍ଟର କରି ହୁଣ୍ଡକୁ କାବୁ କରିଛି ଢେଙ୍କାନାଳ ପୋଲିସ।ଆଜି ଭୋର୍ ସମୟରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟରେ ହୋଇଛି ଏନକାଉଣ୍ଟର ।ପୋଲିସ ସୂତ୍ରରୁ ପ୍ରକାଶ ଏକ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଙ୍କଡ଼ପାଳ ନିକଟରେ ଥିବା କୁକୁଡ଼ା ଫାର୍ମ ନିକଟରେ ଚଢ଼ାଉ କରିଥିଲା ଚଢ଼ାଉ ସମୟରେ କାମାକ୍ଷାନଗର ଥାନା ଅନ୍ତର୍ଗତ ଗୋଡି ସାହି ଗ୍ରାମର ଦେବାଶିଷ ବେହେରା, ହୁଣ୍ଡ ତାର ସହଯୋଗୀ ମାନଙ୍କ ସହିତ କୌଣସି ଏକ ବେଆଇନ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହେଉଛି | ପୋଲିସର ଅଚାନକ ଚଢ଼ାଉ ଦେଖି ସମସ୍ତ ଅପରାଧୀ ସେଠାରୁ ପଳାଇ ଯାଇଥିଲେ ପୋଲିସ ପିଛା କରିବାରୁ ହୁଣ୍ଡ ଓ ତାର ଜଣେ ସହଯୋଗୀ ଭାପୁର ଫାଣ୍ଡି ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ସାଉଁଳିଆ ଜଙ୍ଗଲ ପାଖରେ ଗାଡ଼ିରୁ ଖସି ପଡ଼ିଥିଲେ ଠିକ ସେହି ସମୟରେ ପୋଲିସ ପହଞ୍ଚି ଯିବାରୁ ହୁଣ୍ଡ ପୋଲିସ ଉପରକୁ ଗୁଳି ଚଳାଇଥିଲା ଏହି ସମୟରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚଳାଇବାରୁ ହୁଣ୍ଡର ଗୋଡ଼ରେ ଗୁଳି ବାଜିଥିଲା ଓ ସେ ସମୟରେ ସେ ସେଠାରେ ପଡିଯାଇଥିଲା ପୋଲିସ ସଙ୍ଗେ ସଙ୍ଗେ ତାକୁ କାବୁ କରିବାରେ ସକ୍ଷମ ହୋଇଥିଲେ, ଗୁଳି ଗୋଲାର ସୁଯୋଗ ନେଇ ତାର ସହଯୋଗୀ ସେଠାରୁ ପଳାଇବାରେ ସକ୍ଷମ ହୋଇଥିଲା | ଗୋଡରେ ଗୁଳି ବାଜିଥିବାରୁ ହୁଣ୍ଡକୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ ତା’କୁ କଟକ ସ୍ଥାନାନ୍ତର କରାଯାଇଛି | କାମାକ୍ଷାନଗରର ଆକ୍ଟିଭ ଥିବା କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗର ଇଏ ହେଉଛି ଏକ ମୁଖ୍ୟ ସଦସ୍ୟ।ୟା ନାଁରେ ହତ୍ୟା, ଡକାୟତି, ଲୁଟ୍ ଭଳି 17 ରୁ ଉର୍ଦ୍ଧ ମାମଲା ରହିଛି। କୁଖ୍ୟାତ ଅପରାଧି ରାକେଶ ନାଥର ଇଏ ହେଉଛି ମୁଖ୍ୟ ସହଯୋଗୀ ।ହୁଣ୍ଡ ନିକଟରୁ ଏକ ଦେଶୀ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ଅତିରିକ୍ତ ଏସପି ସୂର୍ଯ୍ୟମଣୀ ପ୍ରଧାନ ସୂଚନା ଦେଇଛନ୍ତି | ଚଢ଼ାଉ ସମୟରେ ଭାପୁର ଫାଣ୍ଡି ଅଧିକାରୀ ପ୍ରଦୀପ କୁମାର ପାତ୍ରଙ୍କ ସହିତ ଟାଉନ ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ସଦର ଥାନା ଅଧିକାରୀ ପ୍ରିୟବ୍ରତ ଦାସ ପ୍ରମୁଖ ସାମିଲ ଥଲେ |