୧୦୮ଟି ମୋତିଥିବା ମାଳାକୁ ଗଣି ଗଣି ଜପିବା ସମୟରେ ମନ ଚଞ୍ଚଳ ଥାଏ, କିନ୍ତୁ ୫୦୦ ଟଙ୍କିଆ ନୋଟ୍ ଗଣିବା ସମୟରେ ମନରେ ଏକାଗ୍ରତା
ଭରି ରହିଥାଏ”
ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି
” ୧୦୮ଟି ମୋତିଥିବା ମାଳାକୁ ଗଣି ଗଣି ଜପିବା ସମୟରେ ମନ ଚଞ୍ଚଳ ଥାଏ, କିନ୍ତୁ ୫୦୦ ଟଙ୍କିଆ ନୋଟ୍ ଗଣିବା ସମୟରେ ମନରେ ଏକାଗ୍ରତା
ଭରି ରହିଥାଏ”। ( ଆଚାର୍ଯ୍ୟ ରଜନୀଶ ଓରଫ ଓଶୋ)
… ₹ ( ଭାରତୀୟ ମୁଦ୍ରା ଚିହ୍ନ)…
” ଆଜି ମୋରି ମୁଣି,
ଏହିପରି ଲେଖାଥିବା କାଗଜଖଣ୍ଡିଏ ଆଣି ଛାଣି
ମୋ ହାତକୁ ବଢ଼େଇ ଦେଲାଣି”।
ତେଣୁ, ଏହା ଉପରେ ମୁଁ ମୋ ସିମୀତ ପରିସରରେ କିଛି ଦେଉଛି ବଖାଣି;
ଚାହୁଁଥିବା ଜିନିଷଟିଏ ପାଇବା ପୂର୍ବରୁ, କାଳେ ନ ମିଳିବ ଆଶଙ୍କାରେ ମନ ଚଞ୍ଚଳ ରହିଥାଏ କିନ୍ତୁ ପାଇଗଲା ପରେ ସେହି ଜିନିଷଟି ଉପରେ ଏକାଗ୍ରତା ଆସିଥାଏ। ମାଳିଗଡା କିଛି ପ୍ରାପ୍ତି ଉଦ୍ଦେଶ୍ୟରେ କରାଯାଉଥିବାରୁ, ମନ ଚଞ୍ଚଳ ରହିଥାଏ ଓ ପାଇବାପରେ ଏକାଗ୍ରତା ଆସୁଥିବାରୁ ଓଶୋ ମହାଶୟ ହୁଏତ ଏପରି ଲେଖିଯାଇଛନ୍ତି।
ଟଙ୍କାର ଆବଶ୍ୟକତା ଓ ମୋହ ଏପରି ଯେ ,ସ୍ୱାଧିନତା ସଂଗ୍ରାମୀମାନେ ମଧ୍ୟ ଭତ୍ତା ଜରିଆରେ କିଛି ଟଙ୍କା ପାଇବାକୁ ଅଳି କରିଥିବା ଉପରେ, ନିଜେ ସ୍ୱାଧିନତା ସଂଗ୍ରାମୀଥିବା ବିଶିଷ୍ଟ ଲେଖକ ଶ୍ରୀ ଚିତ୍ତରଞ୍ଜନ ଦାସ,
ତାଙ୍କଦ୍ୱାରା ତା୦୧.୦୫.୧୯୮୮ରିଖରେ ଲିଖିତ ପ୍ରବନ୍ଧ’ଭତ୍ତା ଖାଇ ଖାଇ ଭାତୁଆ’ର ମୋ ମତରେ ସାରାଂଶକୁ ନିମ୍ନରେ ସ୍ଥାନିତ କରିଛି।
“ଏକଦା ଯେଉଁମାନେ ଆମ ସ୍ୱାଧିନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ, ସେମାନେ ସତେଅବା କୋଉ ଅବା ସାଆନ୍ତଘରର ମାଟି ହାଣି ଯାଇଥିଲେ ବୋଲି ଏବେ ମୂଲ ମାଗିଲେଣି। (ସ୍ୱାଧିନତା ସଂଗ୍ରାମୀ ପେନସନ)* ଆମ ଲୋକପ୍ରତିିନିଧି ବି ନିଜପାଇଁ ଏକ ଆଖିଦୃଶିଆ ଭତ୍ତାର ବ୍ୟବସ୍ଥା କରିସାରିଲେଣି ।ସେମାନେ ଲୋକପ୍ରତିନିଧି ହେବାଟାକୁ ସତେ ଅବା କୈାଣସି ନା କୈାଣସି ଅର୍ଥରେ ସଂଗ୍ରାମୀ ହେବାର ଧନ୍ଦା ବୋଲି ଭାବିଲେଣି।* ସଂଗ୍ରାମୀ ଓ ଲୋକପ୍ରତିନିଧିଙ୍କ ପଛକୁ ଲେଖକ,କାରିଗର, ସାହିତ୍ୟିକ ବି ସେହି ଧାଡ଼ିରେ। ବୃଦ୍ଧ ଓ ସାମ୍ବାଦିକ ବି ମନ ବଳେଇଲେଣି।(୧୯୮୮ ମସିହାର ଲେଖା ବେଳର ପରିସ୍ଥିତି ଅନୁଯାୟୀ)* ଯିଏ ରାଜାଙ୍କର ଗାଇବ, କେବଳ ତାଙ୍କୁ ହିଁ ରାଜାଘରକୁ ନିମନ୍ତ୍ରଣ କରାଯିବ। ସବୁ ଭାତୁଆ ଏକାଠି ହୋଇ ନିଜର ଏକ ଅଲଗା ଦେଶ ଗଢି ତେଣିକି ତାହାରି ଭିତରେ ରହିବେ। ଆମ ଦେଶରେ ସମସ୍ତ ଭତ୍ତା ପାଇବେବୋଲି ଯେତିକି ଯେତିକି ମନ କରୁଛନ୍ତି, ସେମାନଙ୍କ ମନ ଓ ବିବେକ ସତେଅବା ସେତିକି ଅଧିକରୁ ଅଧିକ ଭାତୁଆହେବାରେ ଲାଗିଛି।ମାଗିବାଠାରୁ ଆଉ ଅଧିକ ହୀନକର୍ମ ନାହିଁବୋଲି ଆଗେ ଲୋକମୂଖରେ ଏକ ଅପବାଦ ରହିଥିଲା। କିନ୍ତୁ,ଅଧିକରୁ ଅଧିକ ମାରିନେବା ଯେଉଁଠି ସବୁଠାରୁ ବଡ଼ ଚତୁରତା ଏବଂ ସଫଳତା ବୋଲି ସାବ୍ୟସ୍ତ ହେବାକୁ ବସିଲାଣି,ସେଠି ମାଗିବାଟା ହିଁ ସତେଅବା ସବୁଠାରୁ ବଡ଼ ପୂଣ୍ୟବୋଲି ବିବେଚିତ ହେବାକୁ ଆରମ୍ଭ କଲାଣି।*”
ତା୦୧.୦୫.୧୯୮୮ରିଖରେ ଶ୍ରୀ ଦାସ ଏହି ପ୍ରବନ୍ଧଟିକୁ ଲେଖବାବେଳର ପରିସ୍ଥିତି ତୁଳନାରେ ଆଜିର ପରିସ୍ଥିତି ଦେଖିବାକୁ ବଞ୍ଚି ରହିଥିଲେ କ’ଣ ଲେଖିଥାଆନ୍ତି କେଜାଣି!
୧୦୮ ମୋତିଥିବା ମାଳାରେ ଆଉକିଛି ମୋତି ଯୋଡ଼ା ହେଲାଣି କି?
” ପୈସା କ୍ୟା ନା କରେ କାମ୍,
ଆବେ ପର୍ଶୁ, ଭାବେ ପର୍ଶୁ ,
ବାବୁ ପର୍ଶୁରାମ
ପୈସା କ୍ୟା ନା କରେ କାମ୍ “।
ନମସ୍କାର