ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ …..
ରାଉରକେଲା: ସସ୍ମିତା ପ୍ରଧାନ (ଦର୍ଶନ ସମୀକ୍ଷା) ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶା ରାଉରକେଲା ସଂକୁଳର ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସେକ୍ଟର ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟଶାଳା ଗତ ୧୮ ତାରିଖ ରୁ ଆରମ୍ଭ ହୋଇ ଆଜି ସମାରୋପ ହୋଇଥିଲା। ରାଉରକେଲା ସଂକୁଳ ଅଧିନସ୍ଥ ୭ଟି ବିଦ୍ୟାମନ୍ଦିରର ଆଚାର୍ଯ୍ୟ ଓ ଗୁରୁମା ଏହି କାର୍ଯ୍ୟଶାଳାରେ ଯୋଗଦେଇଥିଲେ।

ସେକ୍ଟର ୬, ଜଗଦା, ପାନପୋଷ, ରାଉରକେଲା ଟାଉନ, ଚିକିଟିଆ, ବନ୍ଧମୁଣ୍ଡା ଓ ଧରମଡିହି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୧୧୧ଜଣ ଆଚାର୍ଯ୍ୟ ଓ ଗରୁମା ଏଥିରେ ଯୋଗଦେଇ ଭାବ ବିନିମୟ ସହ କାର୍ଯ୍ୟଶାଳାର ବିଭିନ୍ନ ଆଲୋଚନାଚକ୍ର ରେ ଅଂଶଗ୍ରହଣ କରିଥିଲେ। ସମାରୋପ ଉତ୍ସବରେ ସଭାପତି ମିତ୍ରଭାନୁ ପଣ୍ଡାଙ୍କ ସଭାପତିତ୍ବ, ସେକ୍ଟର ୬ ସ୍ଥିତ ବିଦ୍ୟାମନ୍ଦିରର ପ୍ରଧାନଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଶ୍ଚିମ ଓଡିଶା ସଂଘ ଚାଳକ ତଥା ମ୍ୟୁନିସିପାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ସନାତନ ପ୍ରଧାନ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ରାଉରକେଲା ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ ଓ ଲୋକନାଥ ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ। ପ୍ରଥମ ପର୍ଯ୍ୟାୟରେ ସମ୍ପାଦକ କରୁଣାକର ପାଟ୍ଟଶାଣୀ ସଂକୁଳର କାର୍ଯ୍ୟଧାରା ଓ ଏହି କାର୍ଯ୍ୟଶାଳାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଯୋଗଦେଇଥିବା ସମସ୍ତ ଆଚାର୍ଯ୍ୟ ଓ ଗୁରୁମା ଙ୍କୁ ସାଧୁବାଦ ଦେଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଡ଼ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ ପ୍ରଥମେ ସମସ୍ତେ ଆଚରଣ ଓ ଉଚ୍ଚାରଣରେ ସମନ୍ୱୟ ସହ ଚରିତ୍ର ଗଠନ, ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ। ମାତୃଭାଷାକୁ ସମ୍ମାନ ସହ ଯୋଗ ଓ ପ୍ରାଣାୟାମକୁ ମଧ୍ୟ ଗରୁତ୍ବ ଦେବାପାଇଁ ଆହ୍ୱାନ ଦେଇଥିଲେ। ଏହାସହ ପ୍ରବନ୍ଧ ସମିତି,ଯୁବାନୁକୁଳ ପ୍ରବନ୍ଧନ ପ୍ରକ୍ରିୟା ର ଦାୟିତ୍ୱବୋଧ ଉପରେ ବ୍ୟାପକ ଆଲୋଚନା କରିଥିଲେ। ଅନ୍ୟ ଅତିଥି ମାନେ ବିଦ୍ୟାଭାରତୀ ର ଲକ୍ଷ୍ୟ, ଆଚାର୍ଯ୍ୟ ମାନଙ୍କ ମାଧ୍ୟମରେ ଛାତ୍ର ନିର୍ମାଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶେଷରେ ସଭାପତି ଶ୍ରୀ ପଣ୍ଡା ଆମ ସମସ୍ତଙ୍କ ପାଖରେ ଥିବା ରାଷ୍ଟ୍ରଗଠନର ଆହ୍ବାନ ସହ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଶ୍ୟାମସୁନ୍ଦର ସେଠୀ ସ୍ବାଗତ ସଂଗୀତ ଓ ସନ୍ଧ୍ୟାରାଣୀ ସାମନ୍ତ ମଞ୍ଚ ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଉପେନ୍ଦ୍ର ନାଥ ଦାସ, ଦୀନବନ୍ଧୁ ରଥ, ଦିଲେଶ୍ବରୀ ମହନ୍ତ, ସହ ପ୍ରଧାନଚାର୍ଯ୍ୟ ଜନ୍ମଞ୍ଜୟ ସୁଆର ଓ ଅନ୍ୟ ଆଚାର୍ଯ୍ୟ ଗୁରୁମା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।