ସୁନା ଖଣି ରେ ପଲଥିନ ସାହାରା
ତା -18-04-2025
(ଦର୍ଶନ ସମୀକ୍ଷା) ବଡ଼ବିଲ
2024
ଗତ ବର୍ଷ ଦାନା ବାତ୍ୟାର ପ୍ରଭାବରେ ଗୋଟିଏ ପରିବାରର ଛାତ ସହ କାନ୍ଥ ପଡି ଯାଇଥିଲା , ପ୍ରଶାସନ ସହଯୋଗର ହାତ ବଢ଼ାଇ ବର୍ଷେ ତଳେ ଏକ ପାଲ ଦେଇ ଭୁଲି ଯାଇଛି । ବର୍ଷେ ପରେ ମଧ୍ୟ ଉକ୍ତ ଗରିବ ପରିବାର ଦାରିଦ୍ର୍ୟର କଷଣ ରେ ଘାଣ୍ଟି ହୋଇ ଉକ୍ତ ଅସୁରକ୍ଷିତ ପାଲ ଘରେ ଜୀବନ କାଟୁଛନ୍ତି । ଏବେ ଦୁଃଖର ପାହାଡ଼ ତଳେ କଟୁଛି ସୁରେଶଙ୍କ ପରିବାରଙ୍କ ଜୀବନ, ଓଳିଏ ଖାଇଲେ ଓଳିଏ ଖାଇବାକୁ କରିବାକୁ ପଡ଼ୁଛି ସଙ୍ଘର୍ଷ, ସଂଘର୍ଷ ମୟ ଜୀବନ କାଟୁଛନ୍ତି ପୁରା ପରିବାର, ହସ ଖୁସି ଭରା ପରିବାର କୁ ଉଜାଡି ଦେଇ ଯାଇଛି ବାତ୍ୟା ଦାନା, ଖାଇବା କଥା ଛାଡ଼ନ୍ତୁ ରହିବାକୁ ଖଣ୍ଡିଏ ଘର ନାହିଁ , ସାଧାରଣ ବର୍ଷା ପବନ ହେଲେ ଆଶ୍ରୟ ନେବାକୁ ପଡ଼ୁଛି ପଡିଶା ଘରେ, ବାତ୍ୟା “ଦାନା” ରେ ସୁରେଶ ଙ୍କ ଘର ସମ୍ପୂର୍ଣ ଭାଙ୍ଗିଯାଇଥିବା ବେଳେ ଭାଗ୍ୟକୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପୁରା ପରିବାର । ସେ ସମୟରେ ସ୍ଥାନୀୟ ଲୋକେ ଓ ପିଡୀତ ପରିବାର ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରିଥିଲେ ।
ସ୍ଥାନୀୟ ସରପଞ୍ଚ ପ୍ରଶାସନକୁ ଜଣାଇବା ପରେ ବଡ଼ବିଲ ତହସିଲ ପକ୍ଷରୁ ଏକ ପାଲ ପ୍ରଦାନ କରାଯାଇଥିଲା । ଏବେ ସେହି ପାଲ ହିଁ ପାଲଟିଛି ବର୍ତମାନ ସୁରେଶ ଙ୍କ ପୁରା ପରିବାର ର ସାହାରା, ତେବେ ଘଟଣାଟି ହେଉଛି ଖଣି ରାଜଧାନୀ ବଲାଉଥିବା ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା କେନ୍ଦୁଝର ଚମ୍ପୁଆ ଉପଖଣ୍ଡ ବାଲାଗୋଡା ପଞ୍ଚାୟତ ବଲାଣି ଖଣି ଟାଉନସିପ୍ ନିକଟସ୍ଥ ବିର୍ସା କ୍ଳବ ହାଟିଙ୍ଗ ର । ଏହି ଅଞ୍ଚଳରେ ମାଳ ମାଳ ଖଣି କମ୍ପାନୀ ରୁ ପ୍ରତ୍ୟେକ ଦିନ କୋଟି କୋଟି ଟଙ୍କା ରାଜସ୍ବ ପାଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ତେବେ ଖଣି ତଳ ଗାଁ ରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସରକାର ବିଭିନ୍ନ ଯୋଜନା ର କାର୍ଯ୍ୟକାରୀ ନେଇ ଡିଣ୍ଡିମ ପିଟୁଥିବା ବେଳେ ଏଠାରେ ଜମିହୀନ ଓ ଗରୀବ ପରିବାର ନାହିଁନଥିବା ଦୁର୍ଦ୍ଧଶା ଭୋଗୁଛନ୍ତି ।
ସୁରେଶ ଓ ତାଙ୍କ ପରିବାର ନିବେଦନ କରିଛନ୍ତି ଯେ ଯଦି ସରକାର ତରଫରୁ କିଛି ସାହାଯ୍ୟ ସହଯୋଗ ମିଳି ପାରନ୍ତା ତେଵେ ତାଙ୍କ ପରିବାର ଉପକୃତ ହୋଇ ପାରନ୍ତେ ।
ଅନ୍ୟ ପକ୍ଷରେ ସ୍ଥାନୀୟ ସରପଞ୍ଚ ଗୌରୀ ଖୁଣ୍ଟିଆ ନିଜର ପ୍ରତିକ୍ରିୟା ରେ କହିଛନ୍ତି ଯେ ସରକାରଙ୍କ ଯୋଜନା ଅନୁସାରେ ସେତେବେଳକୁ ପିଡୀତ ପରିବାରଙ୍କୁ ଏକ ପାଲ ପ୍ରଦାନ କରାଯାଇଥିଲା ତେବେ ଏହି ଅଞ୍ଚଳ ବଲାଣି ଖଣି ଲିଜ କ୍ଷେତ୍ର ହୋଇଥିବାରୁ ସରକାରଙ୍କ ପକ୍କା ଘର ଯୋଜନା ତାଙ୍କୁ ପ୍ରଦାନ କରାଯାଇ ପାରୁନାହିଁ ତେବେ ତାଙ୍କ ପକ୍ଷରୁ ଯଥାସାଧ୍ୟ ସହଯୋଗ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ।