Spread the love

ଆସନ୍ତାକାଲି ବିଜେଡିର ରାଜ୍ୟ ପରିଷଦ ବୈଠକ, ୯ମ ଥର ପାଇଁ ସଭାପତି ହେବେ ନବୀନ

ଭୁବନେଶ୍ବର: (ପ୍ରଦୀପ କୁମାର ପଣ୍ଡା ଭୁବନେଶ୍ୱର)

ଆସନ୍ତାକାଲି ବସିବ ବିଜେଡିର ରାଜ୍ୟ ପରିଷଦ ବୈଠକ। ନବୀନ ପଟ୍ଟନାୟକ ୯ମ ଥର ପାଇଁ ସର୍ବ ସହମତି ଭାବେ ବିଜେଡି ସଭାପତି ହେବେ। ଓଡ଼ିଶାର ଜନ ସାଧାରଣ ମଧ୍ୟ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଗ୍ରହଣ କରିଛନ୍ତି। ସଭାପତି ହେବା ପରେ ନବୀନ ପଟ୍ଟନାୟକ ନିଜର ଟିମ୍ ଗଠନ କରିବେ। ତାଙ୍କର ଅଭିଜ୍ଞତା ଅନୁସାରେ ସେ ଟିମ୍ ଗଠନ କରିବେ।

ଓଡ଼ିଶା ଲୋକଙ୍କ ସେବା ଓ ବିକାଶ ଧାରାକୁ ବିଜେଡି ଆଗକୁ ନେବ। ବିକାଶ ପ୍ରକ୍ରିୟାକୁ ଯଦି ଧିମା କରାଯିବ ସେତେବେଳ ବିଜେଡି ଲଢ଼େଇ କରିବ ବୋଲି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ସଭାପତି ପଦ ନିମନ୍ତେ ଗୁରୁବାର ନବୀନ ଏକମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି। ତେଣୁ ନିର୍ଦ୍ବନ୍ଦ୍ବରେ ସେ ସଭାପତି ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଛି।

ଆସନ୍ତା ୧୯ ତାରିଖରେ ଏସମ୍ପର୍କରେ ବିଧିବଦ୍ଧ ଘୋଷଣା ହେବ। ଗତକାଲି ପୂର୍ବାହ୍ନରେ ଶ୍ରୀ ପଟ୍ଟନାୟକ ଶଙ୍ଖ ଭବନରେ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।

Leave a Reply

Your email address will not be published. Required fields are marked *

You Missed