Spread the love

୨୦୦୩ରେ ହୋଇଥିଲା ବିବାହ। ଅନ୍ୟ ପୁରୁଷଙ୍କ ଭଳି ବିବାହ ପରେ ଜଣେ ଭଲ ଜୀବନସାଥୀଟିଏ ପାଇବି ବୋଲି ଆଶା ରଖିଥିଲା ସ୍ବାମୀ। ହେଲେ ସମୟ ବିତିବା ସହ ସବୁ ପିତା ହୋଇଗଲା। କୌଣସି ଦାୟିତ୍ବ ନନେବା ସହ ଜୀବନ ହାରିବାକୁ ଧମକ ଦେଲା ସ୍ତ୍ରୀ। ମାତାପିତାଙ୍କୁ ମାଡ଼ ମାରିବା ସହ ଘରୁ ବାହାର କରିଦେବାକୁ କହିଲା। ସ୍ତ୍ରୀଠାରୁ ଏଭଳି ବ୍ୟବହାର ଆଶା କରିନଥିବା ସ୍ବାମୀ ଶେଷ‌ରେ ମୁକ୍ତିର ବାଟ ଭାବେ ଛାଡ଼ପତ୍ରକୁ ବାଛି ନେଇଥିଲା। ୨୦୦୯ରେ ଛାଡ଼ପତ୍ର ପାଇଁ ଆବେଦନ କରାଯାଇଥିବା ବେଳେ ଏବେ ଏହାକୁ ଗ୍ରହଣ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଏହା ସହ ୬୩ଲକ୍ଷର ଭରଣପୋଷଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି
ସୂଚନା ମୁତାବକ, ଏହି ଦମ୍ପତି ମେ’ ୨୦୦୩ରେ ବିବାହ କରିଥିଲେ ଏବଂ ବିବାହ ପରେ, ସେମାନେ ଜଗତସିଂପୁରରେ ଥିବା ସେମାନଙ୍କର ଘରେ ରହିଥିଲେ। ପରବର୍ତ୍ତୀ ସମୟରେ ସେମାନେ ଭୁବନେଶ୍ୱର, ବାଙ୍ଗାଲୋର, ଆମେରିକା ଏବଂ ଜାପାନରେ ରହିଥିଲେ। କିନ୍ତୁ ସେମାନଙ୍କ ବୈବାହିକ ଜୀବନ ସେତେବେଳେ ତିକ୍ତ ହୋଇଗଲା ଯେତେବେଳେ ସ୍ତ୍ରୀ, ସ୍ୱାମୀଙ୍କୁ ତାଙ୍କ ପିତାମାତାଙ୍କ ସହିତ ସମ୍ପର୍କ ଛିନ୍ନ କରିବାକୁ ଚାପ ପକାଇଥିଲେ। ଏହା ସହ ତାଙ୍କ ବୀମା ପଲିସିରେ ଏକମାତ୍ର ନୋମିନି ହେବାକୁ ଜିଦ୍ ଧରିଥିଲେ। ଅନେକ ସମୟରେ ଜୀବନ ହାରିଦେବାକୁ ମଧ୍ୟ ଧମକ ଦେଉଥିଲେ। ସ୍ତ୍ରୀର ଏଭଳି ବ୍ୟବହାର ପାଇଁ ୨୦୦୯ରେ ପୀଡ଼ିତ ସ୍ବାମୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ତ୍ରୀ ତାଙ୍କୁ ଏବଂ ତାଙ୍କ ପରିବାର ବିରୋଧରେ ଅନେକ ମିଥ୍ୟା ମାମଲା ରୁଜୁ କରି ଯୋଜନାବଦ୍ଧ ଭାବରେ ହଇରାଣ କରୁଛନ୍ତି, ଯେଉଁଥିରେ ତାଙ୍କ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ରୁଜୁ ହୋଇଥିବା ୪୫ରୁ ଅଧିକ ଏଫଆଇଆର ମଧ୍ୟ ଅନ୍ତର୍ଭୁକ୍ତ।

ଅନ୍ୟପକ୍ଷରେ, ପତ୍ନୀ ଅଭିଯୋଗ କରିଥିଲେ ଯେ, ସ୍ବାମୀ ଅନ୍ୟ ଆଗରେ ମୋତେ ଅପମାନିତ କରିବା ସହ ଟଙ୍କା ଖର୍ଚ୍ଚ କରିବାକୁ ଦେଉନଥିଲେ। ମୋତେ ଏକାକୀ ଛାଡ଼ି ଚାଲିଯାଉଥିଲେ। ୨ପକ୍ଷ ଶୁଣିବା ପରେ ଅଗଷ୍ଟ ୨୦୨୩ରେ ପରିବାର ଅଦାଲତ ପୀଡ଼ିତ ସ୍ବାମୀଙ୍କ ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିଥିଲେ ଏବଂ ସ୍ବାମୀଙ୍କୁ ୬୩ଲକ୍ଷ ଟଙ୍କା ଭରଣପୋଷଣ ଦେବାକୁ ‌କହିଥିଲେ। 

ହେଲେ ପତ୍ନୀ ଛାଡ଼ପତ୍ର ଚାହୁନଥିବାରୁ ପରିବାର ଅଦାଲତର ରାୟ ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହେଲେ ଓଡ଼ିଶା ହାଇକୋର୍ଟ ଏବେ ପରିବାର ଅଦାଲତର ରାୟକୁ ବଜାୟ ରଖିବାକୁ ରାୟ ଶୁଣାଇଛନ୍ତି। ପତ୍ନୀଙ୍କ ଆବେଦନକୁ ଖାରଜ କରି ବିଚାରପତି ବିପି ରାଉତରାୟ ଏବଂ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, “ବାରମ୍ବାର ଆତ୍ମହତ୍ୟା ଧମକ ଏବଂ ହିଂସାତ୍ମକ ଆଚରଣ କରି ପତ୍ନୀ ଭାବପ୍ରବଣତାର ସୀମା ଅତିକ୍ରମ କରିଛନ୍ତି। ଏହା ପୀଡ଼ିତ ସ୍ବାମୀଙ୍କ ମାନସିକ ଅବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ଏପରି ଆଚରଣର ପ୍ରଭାବ କେବଳ ଚାରି କାନ୍ଥ ପର୍ଯ୍ୟନ୍ତ ସୀମିତ ନୁହେଁ। ଏହା ଗଭୀର ମାନସିକ କ୍ଷତ ଛାଡିଥାଏ,

ମୂଳ ଠିକଣା :ସମ୍ବାଦ ଡିଜିଟାଲ

Leave a Reply

Your email address will not be published. Required fields are marked *