ଓଡ଼ଗାଁ ଗାଇଡାନ୍ସ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ
ଓଡ଼ଗାଁ,୪/୩ (ଦର୍ଶନ ସମୀକ୍ଷା ): ଓଡ଼ଗାଁ ବ୍ଳକର ଗାଇଡାନ୍ସ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ପ୍ରାଣ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଅବିନାଶ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ମୁଖ୍ୟ ଅତିଥି ଭାବରେ ଓଡ଼ଗାଁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁର ଅବସର ପ୍ରାପ୍ତ ଅଧ୍ୟକ୍ଷ ଅଧିବାସ ପଣ୍ଡା ଯୋଗଦାନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ବ୍ଲକ୍ ଶିକ୍ଷାଧିକାରୀ ବଟକୃଷ୍ଣ ପଣ୍ଡା ମଞ୍ଚାସୀନ ଥିଲେ। ଅଧ୍ୟକ୍ଷ ରଞ୍ଜନ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିବା ସହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସାମ୍ପ୍ରତିକ ପ୍ରତିଯୋଗିତା ମୂଳକ ଶିକ୍ଷାବ୍ୟବସ୍ଥାରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ମୂଲ୍ୟବୋଧ ଭିତ୍ତିକ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ବୌଦ୍ଧିକ ଓ ଶାରୀରିକ ଶିକ୍ଷା ପ୍ରତି ଗୁରୁତ୍ବ ପ୍ରଦାନ କରିବା ଅନୁଷ୍ଠାନର ଉଦ୍ଦେଶ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ରୁଚି ଓ ମାନସିକତା ଅନୁଯାୟୀ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଭଲ ମଣିଷ ଟିଏ ଭାବରେ ଗଢି ତୋଳିବା ପାଇଁ ଆମେ ସଂକଳ୍ପବଦ୍ଧ ବୋଲି ଅନୁଷ୍ଠାନ ର ଚେୟାରମ୍ୟାନ ଅବିନାଶ ସାହୁ ଦୃଢ଼ ମତବ୍ୟକ୍ତ କରିଥିଲେ। ତା ପରେ ପରେ ଅନୁଷ୍ଠାନ ତରଫରୁ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ଅନୁଷ୍ଠାନ ର ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ବ ଅର୍ଜନ କରିଥିବା କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯାଇଥିଲା। ପରିଶେଷରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅଭିଭାବକ ମାନେ ପରିଚାଳନାରେ ସହଯୋଗ କରିଥିଲେ (ଫଟୋ)