ଭୁବନେଶ୍ୱର :(ଦର୍ଶନ ସମୀକ୍ଷା) ଶୈକ୍ଷିକ ପରିବେଶ ରୁ ସାମୟିକ ବିରତି ତଥା କୁନି କୁନି ପିଲା ମାନଙ୍କ ର ଲୁକ୍କାୟିତ ପ୍ରତିଭା କୁ ପରିପ୍ରକାଶ କରିବା ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟ ରେ ବର୍ଷ ଶେଷ ରେ ବାର୍ଷିକ ଉତ୍ସବ ର ଆୟୋଜନ ଏକ ମାଧ୍ୟମ। ସେହି ପରିପ୍ରେକ୍ଷୀରେ ଆଜି ସମନ୍ତରାପୁର ସ୍ଥିତ ମା’ ଭୁବାସିନୀ ଉଚ୍ଚ ବିଦ୍ୟାଳୟ ପରିସରରେ ୪୫ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଶଧର ନାୟକ ଙ୍କ ସଭାପତିତ୍ୱ ରେ ଆନନ୍ଦ ଉଲ୍ଲାସ ସହକାରେ ମହା ଆଡ଼ମ୍ବର ରେ ପାଳିତ ହୋଇଯାଇଛି।
ଏହି ଉତ୍ସବ ରେ ଏକାମ୍ର ଭୁବନେଶ୍ୱର ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ମହୋଦୟ
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲା ମାନଙ୍କ ର ନୈତିକ ବିକାଶ ଦିଗରେ ଅଲୋକପାତ କରି ଏ ଦିଗରେ ରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱର ମହାନଗର ନିଗମ ର ମେୟର ଶ୍ରୀମତୀ ସୁଲୋଚନା ଦାସ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ପିଲାମାନେ ପାଠ ପଢା ସହ ସମାଜ ସେବା ରେ ବ୍ରତୀ ହେବା ନିମନ୍ତେ ଆହ୍ୱାନ ଦେଇଥିଲେ।
ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ସୋନାମିକା ରାୟ ଯୋଗ ଦେଇ ବିଦ୍ୟାଳୟ ଶିକ୍ଷା ରେ ବୈଷୟିକ ଜ୍ଞାନ କୌଶଳ ର ପ୍ରୟୋଗ ଉପରେ ଗୁରୁତ୍ୱ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଛାତ୍ର ଛାତ୍ରୀ ମାନଙ୍କୁ ବହୁ ମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର ତଥା ବି ଏମ ସି ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ,ଅଞ୍ଚଳ ର ପ୍ରତିଭା ସମ୍ପନ୍ନ ଯୁବ ନେତା, ବିଦ୍ୟାଳୟ ର ସୁଖ ଦୁଃଖ ର ସାଥି, ପିଲା ଙ୍କ ଠାରୁ ବୃଦ୍ଧ ସମସ୍ତଙ୍କ ର ଆଦର , ବିଦ୍ୟାଳୟ ର ଉନ୍ନତି ର ବିଶ୍ୱ କର୍ମା ତଥା ଏ ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମହାସୁପକାର ଯୋଗ ଦେଇ ପିଲାମାନଙ୍କ ସହ ନିଜ ର ଅନୁଭୂତି ବାଣ୍ଟିବା ସହ ବିଦ୍ୟାଳୟ ର ଉନ୍ନତି ନିମନ୍ତେ ସେ ବଦ୍ଧ ପରିକର ବୋଲି ମହନୀୟ ମନୋଭାବ ଉପସ୍ଥାପନ କରିଥିଲେ ଏବଂ ଏଥି ନିମନ୍ତେ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ଦୁର୍ବାର ପ୍ରତିଶୃତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ
ୱାଟକୋ ର ମ୍ୟାନେଜେର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସିଥ, ବିଦ୍ୟାଳୟ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ସେନାପତି, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଦତ୍ତ ଏବଂ ପଞ୍ଚସଖା ଶିକ୍ଷା ସେତୁ ର ସଭାପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ମହାନ୍ତି ଯୋଗ ଦାନ କରି ପିଲାମାନ ସର୍ବାଙ୍ଗୀନ ଉନ୍ନତି କାମନା କରିଥିଲେ। କ୍ରୀଡା ଏବଂ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ପିଲାମାନେ ମୁଖ୍ୟ ଅତିଥି ଠାରୁ ପୁରସ୍କାର ଗ୍ରହଣ କରି ଆନନ୍ଦିତ ହୋଇଥିଲେ। ଏହି ଉତ୍ସବ ରେ ୫୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ୩୦୦ ରୁ ଅଧିକ ଅଭିଭାବକ ଓ ଜନସାଧାରଣ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଙ୍କ ର ସହଯୋଗ ରେ କାର୍ଯ୍ୟକ୍ରମ ଟି ସୁରୁଖୁରୁରେ ରେ ସମ୍ପାଦିତ ହୋଇପାରିଥିଲା। ସର୍ବ ଶେଷ ରେ ଧନ୍ୟବାଦ ଅର୍ପଣ ପୁର୍ବକ ସଭା ସାଙ୍ଗ ହୋଇଥିଲା।