ଦୁର୍ମୂଲ୍ଯ ସୃଜନୀ —– ପୌରୁଷ ର ଦୁଃଖ
ପାରଦ କୁମାର ପାଢୀ,ଅବସରପ୍ରାପ୍ର ଶିକ୍ଷକ,
ହିଞ୍ଜିଳିକାଟୁ,ଗଞ୍ଜାମ ।
ମଣିଷ ଜୀବନ ଦୁଇ ପ୍ରକାର :—1) ସାସକ୍ତ ଜୀବନ ଏବଂ
2)ଅନାସକ୍ତ ଜୀବନ । ଅନାସକ୍ତ ଜୀବନ ର ଅନ୍ଯ ନାମ
ହୋଇପାରେ ଆଧ୍ୟାତ୍ମିକତା ପର୍ଯ୍ୟବସିତ ଆଉ ପ୍ରଥମ ଟି
ହୋଇପାରେ ବସ୍ତୁବାଦ ପର୍ଯ୍ୟବସିତ । ପ୍ରଥମ ପ୍ରକାର
ଜୀବନ ନିର୍ବାହ କଲେ ମଣିଷ ର ପୌରୁଷ ତୁରନ୍ତ ଆତ୍ମବଳ ବିହୀନ ହୋଇ ପରିଶେଷ ରେ ବଳି ପଡିବାପରି ଦୁଃଖଦ ଅଲୋଡା ମେହେଙ୍କାଳ ଫଳ ବା ପଳାଶ ଫୁଲ ର ମାଲିକାନା ବା ସମ୍ମାନ ମିଳିଯିବ ବା ନାନା ନିନ୍ଦାବାଣୀ ର ଶ୍ରୋତା ହେବାକୁ ପଡିବ। କେହି ରକ୍ଷା କରିପାରିବେନି ।
ଜନ୍ମ ହେଲେ ମଣିଷ କେଉଁ ଦିନ ମରିବ ତାହା କେହି ଜାଣନ୍ତିନି । ପ୍ରତ୍ଯେକ ଜାତ ଜୀବ ର ମୃତ୍ଯୁ ନିଶ୍ଚିତ । ପ୍ରତ୍ଯେକ ଜାତ ମଣିଷକୁ କର୍ମକ୍ଷମ ରଖେଇବା ଦାୟିତ୍ବ ନିର୍ବାହ ହେବାକୁ ତାଙ୍କ ପ୍ରତିନିଧି ହିସାବରେ ଆତ୍ମାନାମୀ ପରମାତ୍ମାଙ୍କ ଗୋଟିଏ ସୂକ୍ଷ୍ମାତିସୂକ୍ଷ୍ମ ଅଂଶ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଖଞ୍ଜା ହୋଇଥିବା ଏ ଜଟିଳ ଶରୀର ନାମକ ଢାଙ୍କୁଣି ଭିତରେ କେଉଁଠି ସ୍ଥାନିତ ହୋଇଥାଏ ,ତାହା ବି କେହି ଜାଣନ୍ତି ନାହିଁ । ତେବେ କର୍ମକ୍ଷମ ରହିବାଲାଗି ପ୍ରାଣୀ କିଛି ପୁଷ୍ଟିକର ଖାଦ୍ଯ ଖାଇବାକୁ ଆବଶ୍ଯକ କରିଥାଏ। ପ୍ରକୃତି ର ନିୟମ କହୁନାହିଁ କି,ଆମିଷ ଓ କଡା ଭଜା ହୋଇଥିବା ଖାଦ୍ଯ ଖାଇଲେ ହିଁ ସେ ବଞ୍ଚିବ। ବରଂ ଏପରି ଖାଦ୍ଯ ଯାହା କେବଳ ମଣିଷ ହିଁ ରଜ ଓ ତମ ଗୁଣଯୁକ୍ତ ଖାଦ୍ଯକୁ ବେଶି ପରିମାଣରେ ପସନ୍ଦ /ପ୍ରେମ କରିଥାଏ, ସେ ଅଭ୍ଯାସ ଯୋଗେ ଏବଂ ମନ ମାନିଆ ଜୀବନ ଶୈଳୀ ନିର୍ବାହ କରି ତଥା ଶାରିରୀକ ପରିଶ୍ରମ କରିବାକୁ ବିମୁଖ ଭାବ ପ୍ରକାଶ କରି ନାନା ପ୍ରକାର ର ଅସାଧାରଣ ଓ ବିକଟାଳ ଦୁଃସାଧ୍ଯ୍ଯ ଅସୁସ୍ଥତା ର ଶୀକାର ହୋଇପଡୁଛି । ସାମ୍ପ୍ରତିକ କାଳ ଏକ କିଂଭୂତ କିମାକାର ସଙ୍କଟମୟ ସମୟ ହେତୁ ସମସ୍ତ ସ୍ଥିତାବସ୍ଥାରେ ଏତେ ଅବନତି ଘଟିଲାଣି କି, ନୈତିକତାର ମୂଲ୍ଯ ରକ୍ଷା କରିବା,
ପୁରାତନ ସୁସ୍ଥ ସଂସ୍କୃତିକୁ ମାନିବାକୁ ସମସ୍ତେ ପ୍ରାୟ ନାରାଜ ପ୍ରମାଣିତ ।ପଲ୍ଲୀ ସଭ୍ଯଚା ସବୁ ସ୍ତରରେ ନାକଟେକା ପାଇଲାଣି। । ସାଧାରଣ ଜୀବନ ନିର୍ବାହ କରିବା ଇଛା କାହାର ପ୍ରାୟ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ସମସ୍ତେ ରାଜକୀୟ ଆଡମ୍ବରଯୁକ୍ତ ଜୀବନ ନିର୍ବାହ ସକାଶେ ଯେଉଁ ସବୁ କୃତ୍ରିମ ବିଳାସ ବ୍ଯସନ ଉପଯୋଗୀ ସାମଗ୍ରୀ ଯଥା: ଖଟ ,ଗଦି
ଯୁକ୍ତ ଶେଯ,ତକିଆ,ନାମୀ ଦାମୀ କମ୍ପାନୀ ନିର୍ମିତ ସ୍ମାର୍ଟ ଟି.ଭି.,
ପରିବାର ର ସମସ୍ତ ସଦସ୍ଯ ସଦସ୍ଯାଙ୍କ ପାଇଁ ସ୍ମାର୍ଟ ଫୋନ୍ ,
ଦାମୀ ମଟର ସାଇକଲ ବା ମଟର କାର୍ ତା ପୁଣି ପ୍ରତ୍ଯେକ ସଦସ୍ଯ ସଦସ୍ଯାଙ୍କ ପାଇଁ ଅଲଗା ଅଲଗା ପସନ୍ଦର ହେବା
ଦରକାର ପଡୁଛି ।ଭୋଗ ବିଳାସ ସାମଗ୍ରୀମାନ ଉପଲବ୍ଧ ହେବା
ପରେ ସେ ଗୁଡିକର ଅର୍ଥକରି ବାଗରେ ବ୍ଯବହାର ନ ହୋଇ
ମନ ମାନିଆ ବ୍ଯବହାର ହେବା ଫଳରେ ଏକ ପକ୍ଷରେ ବ୍ଯବହାର ବଢିବା ବେଳେ ଅନ୍ଯ ପକ୍ଷରେ ତାର କୁପ୍ରଭାବ ଆମ
ଜୀବନ ଶୈଳୀ ଉପରେ ମଧ୍ଯ ପଡି ନାନା ପ୍ରକାର ମାନସିକ ଶାନ୍ତି
ଭଙ୍ଗ କରାଉଛି ।ସେଥିରୁ ଅଯଥା ଆବେଗ,ଚାଞ୍ଚଲ୍ଯ,ବିଷାଦ ଭାବ ସୃଷ୍ଟି କରି ଅନାୟାସରେ ଜଟିଳ ଅସୁସ୍ଥତା ମାଡ଼ିବସୁଛି।
ବେଳେ ବେଳେ ଅଧିକ ଅର୍ଥ ଉପାର୍ଜନର ଅନୈତିକ ମାର୍ଗକୁ
ଆପଣାର କରିବାକୁ ବାଧ୍ଯ କରୁଛି ।ଏହାର ପୁଣି ମନ୍ଦ ପ୍ରଭାବ
ସମଗ୍ର ସମାଜକୁ ଆକ୍ରମିତ କରି ସମସ୍ତଙ୍କ ନିକଟରେ ବଦ୍ଧମୂଳ ଭାବେ ଆଦୃତ ହୋଇ ଅଧିକାଂଶ ଲୋକ ସାଧାରଣ କଥାରେ, ଚାଲିଚଳନରେ,ବ୍ଯବହାରରେ ଏପରିକି ସମସ୍ତ କ୍ଷେତ୍ରରେ ଅବନମିତ ରୁ ଅବକ୍ଷୟିତ ହୋଇଗଲେଣି ।
ଶ୍ରେଷ୍ଠ ପ୍ରାଣୀ ମଣିଷ ର ଏତେ ସବୁ ନିମ୍ନଗାମୀ ଦଶା ହେବାର ମୂଳ କାରଣ ଜନ୍ମ ମୁହୁର୍ତ୍ତ ଠାରୁ ଆରମ୍ଭ କରି ବିଶ୍ବରୁ
ବିଦାୟ ମୁହୁର୍ତ୍ତ ଯାଏଁ ସେ ବସ୍ତୁବାଦିତା ରେ ନିଜ ପୌରୁଷକୁ ନିବେଶ ରତ ରହୁଛି । ପୁଣି ତାର ମୂଳ କାରଣ,ତଥାକଥିତ ତାର ଆତ୍ମୀୟବର୍ଗ ମଧ୍ଯ ଆଧ୍ୟାତ୍ମିକତା ଠାରୁ ଏତେ ଦୂରକୁ ନିଜ ନିଜ ବ୍ଯକ୍ତିତ୍ବକୁ ନେଇ ଗଲେଣି ଯେ ସେମାନେ ବି ବିଦାୟ ମୁହୁର୍ତ୍ତ ପର୍ଯ୍ନ୍ଯନ୍ତ ସେଇ ବସ୍ତୁବାଦୀତା ଗହ୍ବର ଭିତରେ ସନ୍ତୁଳିତ ସନ୍ତପ୍ତ ହେଉଛନ୍ତି ।ଏହି କାରଣରୁ ବ୍ଯକ୍ତିତ୍ବ ବା ପୌରୁଷ ତାର ଖେଦ ବ୍ଯକ୍ତ କରିବାରୁ ମୁକୁଳି ପାରୁନି, ଆଉ ପାରିବନି ମଧ୍ଯ ।
ଏମିତି ଏମିତି ଯୁଗ ମଧ୍ଯ ଅନ୍ତ ହେଇଯିବ ସିନା ଶରୀର ଅନ୍ତରରେ
ବେସହାରା ଅନୁଭବ କରୁଥିବା ଆତ୍ମା ପରମାତ୍ମାଙ୍କ ବକ୍ଷରେ