Spread the love

ଡକ୍ଟର ଏପିଜେ ଅବଦୁଲ କାଲାମ ଜନକଲ୍ୟାଣ ଚାରିଟେବଲ ଟ୍ରଷ୍ଟ ର ବାର୍ଷିକ ଉତ୍ସବ ଚଳିତ ବର୍ଷ ଭୁବନେଶ୍ୱର ରେ ଅନୁଷ୍ଠିତ ହେବ

ଖଲ୍ଲିକୋଟ –(ଦର୍ଶନ ସମୀକ୍ଷା )-ଡକ୍ଟର ଏପିଜେ ଅବଦୁଲ କାଲାମ ଜନକଲ୍ୟାଣ ଚାରିଟେବଲ ଟ୍ରଷ୍ଟ ର ବାର୍ଷିକ ଉତ୍ସବ, ମୁଖପତ୍ର ସ୍ମୃତିସୁଧା ର ଲୋକାର୍ପଣ ଓ ସମ୍ମାନ ସମାରୋହ ଚଳିତ ବର୍ଷ ଭୁବନେଶ୍ୱର ରେ ଅନୁଷ୍ଠିତ ହେବ। ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଥିବା ଗୀତଗୋବିନ୍ଦ ସଦନ ରେ ଆସନ୍ତା ୬ ତାରିଖ ରେ ଏହି ଉତ୍ସବ ଅନୁଷ୍ଠିତ ହେବ ବୋଲି ଆଜି ଟ୍ରଷ୍ଟ ତରଫରୁ ଖଲ୍ଲିକୋଟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି। ଏହି ଉତ୍ସବ ରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ସୌମ୍ୟରଞ୍ଜନ ପଟ୍ଟନାୟକ, ବିଶ୍ୱାଭାରତୀ ର ପ୍ରାକ୍ତନ ପ୍ରଫେସର ବୈଷ୍ଣବ ଚରଣ ସାମଲ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମୁଖପତ୍ର ସ୍ମୃତିସୁଧା ର ଲୋକାର୍ପଣ କରିବେ।

କବିତା ଆସର ରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ସୁଷମା ମିଶ୍ର, କବି ରକ୍ଷକ ନାୟକ, ସୁଶାନ୍ତ ଦାଶ, ପ୍ରାକ୍ତନ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, କଟକ ର ଅଧ୍ୟାପିକା ଡକ୍ଟର କୀର୍ତ୍ତିମଞ୍ଜରୀ ସାହୁ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବ ରେ ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ, ସାମ୍ବାଦିକ, ସମାଜସେବୀ, କଳାକାର, କୃତୀ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ଟ୍ରଷ୍ଟ ତରଫରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀ ରେ ଡକ୍ଟର ଏପିଜେ ଅବଦୁଲ କାଲାମ ଜନକଲ୍ୟାଣ ଚାରିଟେବଲ ଟ୍ରଷ୍ଟ ର ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେରା, ସମ୍ପାଦକ ପଞ୍ଚାନନ ସୁର, ସଂଯୋଜିକା ଜ୍ୟୋତ୍ସହ୍ନା କୁମାରୀ ପ୍ରଧାନ ଓ ଉପଦେଷ୍ଟା ରାଜେନ୍ଦ୍ର ପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କ ରେ ସମସ୍ତ ସୂଚନା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *

You Missed