ଜୟଶଙ୍କର ପ୍ରସାଦ ସ୍ମୃତି ସମ୍ମାନ ସମାରୋହ: କ୍ଷେତ୍ରୀୟ ଭାଷାର ବିକାଶ ଜରୁରୀ
ଭୁବନେଶ୍ବର, ୧/୨(ଦର୍ଶନ ସମୀକ୍ଷା ): ରାଞ୍ଚି ସ୍ଥିତ ଜୟଶଙ୍କର ପ୍ରସାଦ ବିଚାର ସଂଘ ଓ ଗୋସ୍ମନର ମହାବିଦ୍ୟାଳୟର ହିନ୍ଦି ବିଭାଗ ମିଳିତ ଆନୁକୁଲ୍ୟରେ ଜୟଶଙ୍କର ପ୍ରସାଦ ସ୍ମୃତି ସମାରୋହ ତରଫରୁ ଏକ ଆଲୋଚନାଚକ୍ର ମହାବିଦ୍ୟାଳୟର ସେମିନାର ହଲରେ ଆୟୋଜିତ ହୋଇଯାଇଛି। ଜୟଶଙ୍କର ପ୍ରସାଦଙ୍କର ସାହିତ୍ୟ ପ୍ରତି ପ୍ରାସଙ୍ଗିକତା ଆଲୋଚନାଚକ୍ରରେ ରାଞ୍ଚି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ଅଜିତ କୁମାର ସିହ୍ନା ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ପଦ୍ମଶ୍ରୀ କୁମୁଦ ନାୟକ, ପଦ୍ମଶ୍ରୀ ମଧ ମଂସରୀ ହସମୁଖ, ଡ. ଅଶୋକ ପ୍ରିୟଦର୍ଶୀ, ଡ. ମାୟା ପ୍ରସାଦ, ମହାବୀର ନାୟକ, କେନ୍ଦ୍ର ସାହିତ୍ୟ ଏକାଡ଼େମି ପୁରସ୍କାର ପ୍ରାପ୍ତ ପ୍ରତିଷ୍ଠିତ କବି ଡ଼. ଫନି ମହାନ୍ତିଙ୍କ ସହିତ ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ତଥା ପ୍ରତିଷ୍ଠିତ କବି ଓ ସାହିତ୍ୟିକ ଇଂ. ଯାମିନି କାନ୍ତ ଦାସ ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇ କ୍ଷେତ୍ରୀୟ ଭାଷାର ବିକାଶ ଦିଗରେ ଗୁରୁତ୍ବ ଦେବା ପାଇ କହିଥିଲେ। ପାଞ୍ଚ ପର୍ଯ୍ୟାୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମରେ ବର୍ତ୍ତମାନ ସମୟରେ ଜୟଶଙ୍କର ପ୍ରସାଦଙ୍କର ସାହିତ୍ୟ ପ୍ରତି ପ୍ରାସଙ୍ଗିକତା ଉପରେ ଆଲୋଚନା ହୋଇ ଥିବାବେଳେ ପରେ ପରେ ପୁସ୍ତକ ଲୋକାର୍ପଣ, ସାଂସ୍କୃତିକ କାର୍ଯ୍ୟକ୍ରମରେ କୁଞ୍ଜବନର କଳାକାରଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ଯ , କବି ସମ୍ମିଳନୀ ଏବଂ ଅନ୍ତିମ ପର୍ଯ୍ୟାୟରେ ସମ୍ମାନ ସମାରୋହ ଅୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ଚିତାକର୍ଷକ ହୋଇଥିବା ବେଳେ ଏହାକୁ ଉପଭୋଗ କରିବାକୁ ବହୁ ପ୍ରତିଷ୍ଠିତ ତଥା ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ସମାରୋହ ହୋଇଥିଲା।