ଏକକ ବ୍ୟବହୃତ ପ୍ଲାଷ୍ଟିକ ଅପସାରଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କଟକ ତା ୨୮/୧: (ଦର୍ଶନ ସମୀକ୍ଷା )ଆଜି ଅପରାହ୍ଣ ୩ ଘଟିକା ସମୟରେ ବିଦ୍ୟାଧରପୁର ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ଠାରେ ଓଡ଼ିଶା ସରକାରଙ୍କର ଜଙ୍ଗର ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧିନିସ୍ଥ ସେଣ୍ଟର୍ ଫର୍ ଏନ୍ ଭରମେଣ୍ଟାଲ୍ ଷ୍ଟଡିଜ୍ ଆନୁକୂଲ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ଅପସାରଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଏହି ଉପଲକ୍ଷେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ସଚେତନତା ରାଲି ଅଞ୍ଚଳ ପରିକ୍ରମା କରିଥିଲା। ପରେ ପରେ ଏକ ସଚେତନତା ସଭା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଅତିଥି ରୂପେ ପରିବେଶବିତ ଡକ୍ଟର ଅର୍ଜୁନ କୁମାର ବିଶାଳ,

ମୁଖ୍ୟ ବକ୍ତା ଭାବେ ସି ଆର୍ ଆର୍ ଆଇ ସ୍କୁଲ ର ପ୍ରଧାନ ଶିକ୍ଷକ ଅଭୟ କୁମାର ଦୀକ୍ଷିତ,ସମ୍ମାନିତ ଅତିଥ୍ ରୂପେ ଗଙ୍ଗାଧର ସାହୁ ଯୋଗ ଦେଇ ପ୍ଲାଷ୍ଟିକର ଅପକାରିତା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ବିଶେଷ ଭାବେ ଏକକ ବ୍ୟବହୃତ ପ୍ଲାଷ୍ଟିକ ର ବ୍ୟବହାର ନ କରି ତା ବଦଳରେ କପଡ଼ା ବ୍ୟାଗ୍, ଷ୍ଟିଲ ବୋତଲ, ଷ୍ଟିଲ ଟିଫିନ୍ ବାକ୍ସ ବ୍ୟବହାର କରିବା ନିମନ୍ତେ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ । ପରିବେଶକୁ ସୁସ୍ଥ ରଖିବା ନିମନ୍ତେ ସମସ୍ତ ଛାତ୍ର ଛାତ୍ରୀ ବୃକ୍ଷରୋପଣ କରିବା ନିମନ୍ତେ କହିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ରାଙ୍କନ, ରଚନା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷୟିତ୍ରୀ ସୁପ୍ରଭା ପଣ୍ଡା, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଓ କଳ୍ପନା ରାଉତ ସ୍ଵାଗତ ଭାଷଣ ଦେଇଥିଲେ ଶିକ୍ଷୟତ୍ରୀ କବିତା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ହୃଷୀକେଶ ମହାନ୍ତି, ଶିକ୍ଷୟତ୍ରୀ ବାସନ୍ତୀ ବେହେରା, ସ୍ମିତା ସେଠୀ,ଭାଗିରଥି ଗୋଚ୍ଛାୟତ ସଯୋଗ କରି ଥିଲେ ।